Advertisment

ଖୋଲିଲା ବାବୁସାନ୍‌ ଓ ତମନ୍ନାଙ୍କ ସିକ୍ରେଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତମାସରେ ରିଲିଜ୍ ହୋଇଥିଲା ଚକୋଲେଟ୍ ହିରୋ ବାବୁସାନ ଓ ତମନ୍ନାଙ୍କ ଫିଲ୍ମ ‘ଗୋଲ୍‌ମାଲ୍‌ ଲଭ୍‌’। ଫିଲ୍ମଟିକୁ ଦର୍ଶକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥିଲେ। ତେବେ ସେମାନଙ୍କର କିଛି ସିକ୍ରେଟ୍ ଆପଣ ଜାଣିଛନ୍ତି କି? ଓଟିଭିର ‘ଗପସପ’ କାର୍ଯ୍ୟକ୍ରମରେ ସେମାନଙ୍କର କିଛି ଗୁପ୍ତ କଥାର ଗୁମର ଖୋଲିଥିଲା। ଏହି କାର୍ଯ୍ୟକ୍ରମରେ ଉଭୟ ବାବୁସାନ ଓ ତମନ୍ନାଙ୍କୁ ସେମାନଙ୍କର ତିନୋଟି ଲେଖାଏ ସିକ୍ରେଟ୍ କଥା କହିବାକୁ କୁହାଯାଇଥିଲା, ଯେଉଁଗୁଡ଼ିକୁ ସେମାନେ ପୂର୍ବରୁ କେବେ କାହାକୁ କହି […]

ଖୋଲିଲା ବାବୁସାନ୍‌ ଓ ତମନ୍ନାଙ୍କ ସିକ୍ରେଟ୍‌

puspa1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତମାସରେ ରିଲିଜ୍ ହୋଇଥିଲା ଚକୋଲେଟ୍ ହିରୋ ବାବୁସାନ ଓ ତମନ୍ନାଙ୍କ ଫିଲ୍ମ ‘ଗୋଲ୍‌ମାଲ୍‌ ଲଭ୍‌’। ଫିଲ୍ମଟିକୁ ଦର୍ଶକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥିଲେ। ତେବେ ସେମାନଙ୍କର କିଛି ସିକ୍ରେଟ୍ ଆପଣ ଜାଣିଛନ୍ତି କି? ଓଟିଭିର ‘ଗପସପ’ କାର୍ଯ୍ୟକ୍ରମରେ ସେମାନଙ୍କର କିଛି ଗୁପ୍ତ କଥାର ଗୁମର ଖୋଲିଥିଲା।

Advertisment

ଏହି କାର୍ଯ୍ୟକ୍ରମରେ ଉଭୟ ବାବୁସାନ ଓ ତମନ୍ନାଙ୍କୁ ସେମାନଙ୍କର ତିନୋଟି ଲେଖାଏ ସିକ୍ରେଟ୍ କଥା କହିବାକୁ କୁହାଯାଇଥିଲା, ଯେଉଁଗୁଡ଼ିକୁ ସେମାନେ ପୂର୍ବରୁ କେବେ କାହାକୁ କହି ନଥିବେ।

ପ୍ରଥମେ ଉତ୍ତର ଦେଇଥିଲେ ବାବୁସାନ୍। ସେ କହିଥିଲେ ଯେ ତାଙ୍କର ପ୍ରଥମ ସିକ୍ରେଟ୍ ହେଉଛି, ସେ ଭଲ ବାସ୍କେଟ୍ ବଲ୍ ଖେଳି ପାରନ୍ତି। ସେହିପରି ତାଙ୍କ ଦ୍ୱିତୀୟ ସିକ୍ରେଟ୍‌ ହେଉଛି, ସେ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ‘ଶୀର୍ଷାସନ’ କରିପାରନ୍ତି। ଆଉ ତାଙ୍କ ତୃତୀୟ ସିକ୍ରେଟ୍ ହେଉଛି, ସେ ମୁଢ଼ି ସହିତ ବରଫ ମିଶାଇ ଖାଇବାକୁ ଭଲ ପାଆନ୍ତି।

Advertisment

publive-image

ବାବୁସାନ୍‌ଙ୍କ ଏହି ତିନୋଟି ସିକ୍ରେଟ୍‌ କଥା ଶୁଣି ଆପଣ କ’ଣ ଅନୁଭବ କରୁଛନ୍ତି? ପ୍ରଥମଟି ତ ବିଶ୍ୱାସ ହେଉଛି, କିନ୍ତୁ ବାକି ଦୁଇଟି ଉପରେ ସନ୍ଦେହ ହେଉଛି। ନୁହେଁ କି? ଅବଶ୍ୟ ତାଙ୍କର ଚତୁର୍ଥ ସିକ୍ରେଟ୍‌ କଥା ଶୁଣିଲେ, ଆପଣ ହୁଏତ ନିଶ୍ଚିତ ହୋଇଯାଇ ପାରନ୍ତି ଯେ ସେ ମଜାରେ ଏମିତି କହି ଦେଇଛନ୍ତି।

ବାବୁସାନ୍‌ କହିଥିଲେ ଯେ ତାଙ୍କର ମନପସନ୍ଦର ଫଳ ହେଉଛି ‘ଡିମିରି’। ଏହାକୁ ସେ ଖାଇଥିବା କଥା ମଧ୍ୟ କହିଥିଲେ। ଅବଶ୍ୟ ସେ ସଙ୍ଗେ ସଙ୍ଗେ ଏ ଫଳ ନଖାଇବାକୁ ଦର୍ଶକଙ୍କୁ କହିଥିଲେ।

ବାବୁସାନଙ୍କ ପରେ ତମନ୍ନା ତାଙ୍କର ତିନୋଟି ସିକ୍ରେଟ୍ କଥା କହିଥିଲେ। ସେ କିନ୍ତୁ ବାବୁସାନଙ୍କ ଭଳି  ମଜାରେ କହିନଥିଲେ।

publive-image

ତମନ୍ନାଙ୍କ ପ୍ରଥମ ସିକ୍ରେଟ୍ ହେଉଛି, ସେ ଇସ୍କନ ମନ୍ଦିର ଯିବାକୁ ଭଲ ପାଆନ୍ତି। ଦ୍ୱିତୀୟଟି ହେଉଛି, ସେ ୧୦ ମିନିଟ୍‌ରେ ୧୦୦ଟି ଡ୍ରେସ୍‌ ଚେଞ୍ଜ୍‌ କରିପାରନ୍ତି। ବିଶ୍ୱାସ ହେଉ ନଥିଲେ ବି, ସେ ଖୁବ୍ ସିରିୟସ୍ ହୋଇ ଏକଥା କହିଥିଲେ। ତାଙ୍କର ତୃତୀୟ ସିକ୍ରେଟ୍ ହେଉଛି, ସେ କେବେ ବି କୌଣସି ସର୍ବସାଧାରଣ ସ୍ଥାନକୁ ଏକୁଟିଆ ଯାଇପାରନ୍ତି ନାହିଁ।

ଏ ନେଇ ତମନ୍ନା କହିଥିଲେ,‘ଏହା ଏକ ଫୋବିଆ। ରାସ୍ତାରେ ଏକୁଟିଆ ଗଲେ ଅନେକ ସମୟରେ ମୁଁ ଭୟରେ କାନ୍ଦି ପକାଏ। ମୁଁ କେବେ ବି କୌଣସି ସ୍ଥାନକୁ ଏକା ଯାଇନି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe