2
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକଟରେ ରିଲିଜ୍ ହୋଇଛି ବଲିଉଡ୍ ଫିଲ୍ମ ‘ମୋତିଚୂର୍ ଚକ୍ନାଚୂର୍’ର ଟ୍ରେଲର୍। କମେଡି ଓ ଡ୍ରାମା ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ ଝିଅ ଦେବମିତ୍ରା ବିଶ୍ୱାଳ। ଏହି ଫିଲ୍ମରେ ନବାଜୁଦ୍ଦିନ୍ ସିଦ୍ଦିକ୍ ଓ ଅଥିୟା ଶେଟ୍ଟୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।
ଦେବମିତ୍ରାଙ୍କ ଘର ଭୁବନେଶ୍ୱରରେ। ମିଳିଥିବା ସୂଚନା ଅନୁସାରେ, ଗତ ୧୫ ବର୍ଷ ହେବ ସେ ତାଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ବହୁତ ସଂଘର୍ଷ କରିଥିଲେ। ଦେବମିତ୍ରା ତାଙ୍କ କ୍ୟାରିୟର ପ୍ରଥମେ ଟେଲିଭିଜନ୍ରୁ ଆରମ୍ଭ କରିଥିଲେ। ବାଲାଜୀ ଟେଲିଫିଲ୍ମସ୍ ଲିମିଟେଡ୍ରେ ଆସିଷ୍ଟାଣ୍ଟ୍ ଡାଇରେକ୍ଟର ଭାବେ ସେ ପ୍ରଥମେ କାମ କରିଥିଲେ।
ଏହି କମେଡି ଫିଲ୍ମରେ ନବାଜୁଦ୍ଦିନ୍ 'ପୁଷ୍ପିନ୍ଦର ପାଣ୍ଡେ' ଏବଂ ଅଥିୟା 'ଆନୀ' ଚରିତ୍ରରେ ଅଭିନୟ କରିଛନ୍ତି। ସେ ଜଣେ ଶିକ୍ଷିତ ଝିଅ, ଯିଏ ଜଣେ ଏନ୍ଆର୍ଆଇଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଫିଲ୍ମଟି ନଭେମ୍ବର ୧୫ରେ ରିଲିଜ୍ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/2.jpg)