ମୁମ୍ବାଇ: ଓଡ଼ିଶାର ଅନେକ କଳାକାର ବାହାର ରାଜ୍ୟକୁ ଯାଇ ନିଜର ପ୍ରତିଭା ପ୍ରର୍ଦଶନ କରି ମାଟି ଲାଗି ଗୌରବ ଆଣିଛନ୍ତି। ତାହା ରିଆଲିଟି ଶୋ’ ହେଉ ବା ବଲିଉଡ୍ ଫିଲ୍ମ ସବୁଠି ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଲୋକପ୍ରିୟ ହେବା ଗର୍ବର ବିଷୟ ।
ଏବେ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ଆଉ ଜଣେ ଓଡ଼ିଆ ଝିଅ। ସେ ପୁଣି ଏଣ୍ଟ୍ରି କରିଛନ୍ତି ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ। ସମ୍ବଲପୁରର ସୁଶ୍ରୀ ଶେୟା ମିଶ୍ର ସଞ୍ଜୟଙ୍କ ଆଗାମୀ ଫିଲ୍ମ ‘ମଲାଲ୍’ରେ ଆଇଟମ୍ ନମ୍ବର ‘ଆଇଲାରେ’ ନିଜର ଡ୍ୟାନ୍ସର ଠୁମ୍କା ଲଗାଇଛନ୍ତି।
ପୂର୍ବରୁ ସେ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହା ସହ ମଡେଲିଂ ଜଗତରେ ମଧ୍ୟ ସେ ବେଶ୍ ପରିଚିତ । ଶ୍ରେୟାଙ୍କର ଏହା ହେଉଛି ଦ୍ୱିତୀୟ ବଲିଉଡ୍ ଫିଲ୍ମ ଏବଂ ପ୍ରଥମ ଆଇଟମ୍ ଗୀତ।
କାଲି ଏହି ଗୀତର ଭିଡିଓ ରିଲଜ୍ ହୋଇଥିବା ବେଳେ ୬ ଘଣ୍ଟାରେ ଏହି ଗୀତକୁ ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।
https://www.youtube.com/watch?v=_J4jvv73iW8
https://www.youtube.com/watch?v=zRuL6Ykrnrg
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଗାୟକ ଦିଲଜିତ ଦୋସାଞ୍ଜଙ୍କୁ ତେଲାଙ୍ଗାନା ସରକାରଙ୍କ ନୋଟିସ୍
ଆଜି ହାଇଦ୍ରାବାଦରେ ଗାୟକ ଦିଲଜିତ ଦୋସାଞ୍ଜଙ୍କ ମ୍ୟୁଜିକ୍ କନ୍ସର୍ଟର କାର୍ଯ୍ୟକ୍ରମ ରହିଛି।
Crime
ଯୌନ ନିର୍ଯାତନା ଅଭିଯୋଗରେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ ଗିରଫ
କୋଲକାତାରେ ନିଜ ସଙ୍ଗୀତ ଶିକ୍ଷାକେନ୍ଦ୍ରର ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଗିରଫ ଭୟରେ ମୁମ୍ବାଇରେ ଲୁଚିଥିଲେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ। ସାଙ୍ଗ ଘରୁ ବାନ୍ଧିଲା କୋଲକାତା ପୁଲିସ।
Entertainment
ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; କିଏ କେଉଁ ପୁରସ୍କାର ପାଇଲେ ପଢ଼ନ୍ତୁ
୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ।
National
ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ - ଶାନ୍ତି ଓ ମାନବିକତାକୁ ସିନେମା ଜରିଆରେ ଶ୍ରଦ୍ଧାଞ୍ଜଳି
ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣରେ ସମ୍ମାନଜନକ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ ପାଇଁ ଆନୁଷ୍ଠାନିକ ଭାବେ ମନୋନୀତ ଚଳଚିତ୍ର ଗୁଡ଼ିକୁ ଉନ୍ମୋଚନ କରାଯାଇଛି, ଯାହା (ଇଣ୍ଟରନ୍ୟାସନାଲ୍ କାଉନ୍ସିଲ୍ ଫର୍ ଫିଲ୍ମ, ଟେଲିଭିଜନ ଆଣ୍ଡ ଅଡିଓଭିଜୁଆଲ୍ କମ୍ୟୁନିକେସନ୍ (ଆଇସିଏଫଟି) ପ୍ୟାରିସ୍ ଏବଂ ମିଳିତ ଜାତିସଂଘ ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି।
Entertainment
ବଢ଼ିଲା ଓଲିଉଡ୍ କଳି: ମନୋଜଙ୍କ ଆରୋପର ଜବାବ ଦେଲେ ସବ୍ୟସାଚୀ ଓ ତାପସ
ଫିଲ୍ମ ‘ଭୂଖା’କୁ ନେଇ ମନୋଜ ମିଶ୍ରଙ୍କ ମନ୍ତବ୍ୟରେ ସେ କହିଛନ୍ତି, ଭୂଖା ଫିଲ୍ମ ସେତେବେଳେ ଚହଳ ପକାଇଥିଲା। ବର୍ତ୍ତମାନ ସମୟ ପରି ସେତେବେଳେ ବେଶୀ ଫିଲ୍ମ ଫେଷ୍ଟିଭାଲ୍ ହେଉନଥିଲା। ତଥାପି ସ୍ପେନ୍ ଓ ଫ୍ରାନ୍ସରେ ପୁରସ୍କୃତ ହୋଇଥିଲା।