Advertisment

ବଲିଉଡ୍‌ରେ ଓଡ଼ିଆ ପୁଅଙ୍କ କମାଲ୍

ବଲିଉଡ୍‌ର ଆଉ ଜଣେ ଓଡ଼ିଆ ପୁଅ କମାଲ୍ କରିଛନ୍ତି। ୨୦୧୯ର ଶ୍ରେଷ୍ଠ ସାଉଣ୍ଡ ଡିଜାଇନର୍ ଭାବେ ଫିଲ୍ମଫେୟାର ସମ୍ମାନରେ ସମ୍ମାନିତ ହେବେ ଓଡ଼ିଆ ପୁଅ ନିହାର ରଞ୍ଜନ ସାମଲ। ସେ ଏହି ସମ୍ମାନ ‘ଉରି ଦ୍ ସର୍ଜିକାଲ ଷ୍ଟ୍ରାଇକ୍’ ଫିଲ୍ମ ପାଇଁ ପାଇବେ। ୨୦୧୯ର ଏହି ଫିଲ୍ମ ଭାରତୀୟ ସିନେମା ଜଗତରେ ଏକ ନୂଆ ମାଇଲ୍ ଷ୍ଟୋନ୍ ସୃଷ୍ଟି କରିଛି। ଭିକ୍କି କୌଶଲ୍‌ ଓ ୟାମି ଗୌତମଙ୍କ ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ସବୁ ରେକର୍ଡ଼ ଭାଙ୍ଗି […]

ବଲିଉଡ୍‌ରେ ଓଡ଼ିଆ ପୁଅଙ୍କ କମାଲ୍

nihaar

Advertisment

ବଲିଉଡ୍‌ର ଆଉ ଜଣେ ଓଡ଼ିଆ ପୁଅ କମାଲ୍ କରିଛନ୍ତି। ୨୦୧୯ର ଶ୍ରେଷ୍ଠ ସାଉଣ୍ଡ ଡିଜାଇନର୍ ଭାବେ ଫିଲ୍ମଫେୟାର ସମ୍ମାନରେ ସମ୍ମାନିତ ହେବେ ଓଡ଼ିଆ ପୁଅ ନିହାର ରଞ୍ଜନ ସାମଲ। ସେ ଏହି ସମ୍ମାନ ‘ଉରି ଦ୍ ସର୍ଜିକାଲ ଷ୍ଟ୍ରାଇକ୍’ ଫିଲ୍ମ ପାଇଁ ପାଇବେ।

Advertisment

publive-image୨୦୧୯ର ଏହି ଫିଲ୍ମ ଭାରତୀୟ ସିନେମା ଜଗତରେ ଏକ ନୂଆ ମାଇଲ୍ ଷ୍ଟୋନ୍ ସୃଷ୍ଟି କରିଛି। ଭିକ୍କି କୌଶଲ୍‌ ଓ ୟାମି ଗୌତମଙ୍କ ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ସବୁ ରେକର୍ଡ଼ ଭାଙ୍ଗି ଅଲ୍‌ଟାଇମ ବ୍ଲକବଷ୍ଟର ହୋଇଥିଲା। ଆଉ ଏହି ସିନେମାରେ ନିହାରଙ୍କ ସାଉଣ୍ଡ ଡିଜାଇନିଂ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଅତ୍ୟାଧୁନିକ ଟେକ୍ନୋଲୋଜି ଓ ନିହାରଙ୍କ ଦକ୍ଷତା ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ତାଙ୍କ ସହ ଦୀପକ ଚାଟାର୍ଜୀଙ୍କୁ ଏହି ଫିଲ୍ମ ପାଇଁ ସମ୍ମାନିତ କରାଯିବ।

publive-imageସୂଚାନାଯୋଗ୍ୟ, ଯାଜପୁର ଜିଲ୍ଲାରେ ନିହାରଙ୍କ ଜନ୍ମ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ  ପରେ ପୁଣେ FTIIରୁ ସାଉଣ୍ଡ ରେକର୍ଡିଂରେ ଡିଗ୍ରୀ ହାସଲ କରିବା ପରେ ମୁମ୍ବାଇରେ ଟେଲିଭିଜନ୍ କ୍ଷେତ୍ରରୁ କ୍ୟାରିୟର୍ ଆରମ୍ଭ କରିଥିଲେ ସେ। ବଲିଉଡ୍‌ର ଅନେକ ବଡ଼ ବଡ଼ ଫିଲ୍ମ ଯେପରିକି ‘ପଦ୍ମାବତ’, ‘ବାଜିରାଓ ମସ୍ତାନୀ’, ‘ପିକେ’, ‘ଥ୍ରୀ ଇଡିୟଟ୍’, ‘ମାଡ୍ରାସ କ୍ୟାଫେ’ ଭଳି ଫିଲ୍ମରେ ତାଙ୍କ ସାଉଣ୍ଡ ଡିଜାଇନିଂର କମାଲ ଦେଖିଛନ୍ତି ଦର୍ଶକ। ୨୦୧୩ରେ ‘ମାଡ୍ରାସ କ୍ୟାଫେ’ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହା ସହ ବହୁ ଅନ୍ୟ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। ୧୯୯୯ରେ ଓଡ଼ିଆ ଫିଲ୍ମ ‘କୃଷ୍ଣା କାବେରୀ’ରେ ବି ସେ ନିଜ ଦକ୍ଷତା ଦେଖାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe