Advertisment

ଲଭ୍, ସେକ୍ସ ଓ ଧୋକା; ବନ୍ଧା ହେଲେ କଣ୍ଠଶିଳ୍ପୀ ଦେବେଶ ପତି

‘ଲଚକ ମଣି ବେବି ଲୋ’ ଗୀତ ଗାଇ ଲୋକପ୍ରିୟ ହୋଇଥିଲେ ଦେବେଶ।

author-image
Tapaswini Nayak
ଅଦ୍ୟତନ ହୋଇଛି
Debesh Pati

Debesh Pati

ଓଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଦେବେଶ ପତିଙ୍କୁ ବାନ୍ଧିଲା ପୁଲିସ। ଜଣେ ଯୁବତୀଙ୍କୁ ଲଭ୍, ସେକ୍ସ ଓ ଧୋକା ଦେବା ଅଭିଯୋଗରେ ନୟାପଲ୍ଲୀ
ଥାନା ପୁଲିସ ତାଙ୍କୁ ଗିରଫ କରିଛି। ଭଦ୍ରକର ଅଂଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା।। ଯୁବତୀ ଜଣଙ୍କ ଦେବେଶଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ।

Advertisment

ଦେବେଶ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀରେ ରୁହନ୍ତି। ଗତକାଲି ସେ ଯାଜପୁରରେ କାର୍ଯ୍ୟକ୍ରମରେ ଥିବା ବେଳେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଦେବଶ ସଂପୃକ୍ତ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ମୂହର୍ତ୍ତରେ ଯୁବତୀଙ୍କୁ ଧକ୍କା ଦେଇଥିଲେ। ଏହା ସହ ଯୁବତୀଙ୍କ ପାଖରୁ ଦେବେଶ ଟଙ୍କା ପଇସା ନେଇଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ ଜଣଙ୍କ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ନୟାପଲ୍ଲୀ ଥାନା ପୁଲିସ ଘଟଣା ଛାନଭିନ୍‌ କରି ଦେବେଶଙ୍କୁ ଗିରଫ କରିଛି।

Advertisment

ପୂର୍ବରୁ ମଧ୍ୟ ସଂପୃକ୍ତ ଯୁବତୀ ଜଣଙ୍କ ଦେବେଶଙ୍କ ନାଁରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦେବେଶଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲେ ମଧ୍ୟ ସେ ଆସିନଥିଲେ। ପରବର୍ତ୍ତୀ ମୂହର୍ତ୍ତରେ କୌଣସି ସମାଧାନ ବାଟ ବାହାରି ନଥିଲା। ପରେ ଯୁବତୀ ଜଣଙ୍କ ପୁଣି ଥରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଯୁବତୀଙ୍କ ସହ ଦେବେଶଙ୍କ ହ୍ୱାଟ୍ସଆପ୍ ଚାଟ୍ ଓ ଅନ୍ୟାନ୍ୟ ପ୍ରମାଣ ଦେଖି ତାଙ୍କୁ ଗରଫ କରିଛି। ଏନେଇ ଦେବେଶଙ୍କର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

‘ଲଚକ ମଣି ବେବି ଲୋ’ ଗୀତ ଗାଇ ଲୋକପ୍ରିୟ ହୋଇଥିଲେ ଦେବେଶ। ଦେବେଶ ଆହୁରି ଅନେକ ଗୀତ ଗାଇଛନ୍ତି।

Entertainment Debesh Pati