Advertisment

ଭାଇରାଲ୍ ହେଉଛି ରାପର୍ ସମୀରଙ୍କ ନୂଆ ଗୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ଓଡ଼ିଆ ରାପ୍‌ ଗୀତ ‘ମୁଁ ହେଲି ଓଡ଼ିଆ’ ମାଧ୍ୟମରେ ଇଣ୍ଟରନେଟ୍‌ରେ ଚହଳ ସୃଷ୍ଟି କରିଥିବା ଓଡ଼ିଆ ରାପର୍‌ ସମୀର ରିଶୁ ମହାନ୍ତିଙ୍କର ଆଉ ଏ ନୂଆ ଗୀତ ‘ଓଡ଼ିଆ ମୋ ଭାଷା’ ରିଲିଜ୍ ହୋଇଯାଇଛି। ୟୁଟ୍ୟୁବ୍‌ରୁ ଆରମ୍ଭ କରି ଫେସ୍‌ବୁକ୍‌ ପର୍ଯ୍ୟନ୍ତ, ଚାରିଆଡ଼େ ଏହି ଗୀତକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ସମୀରଙ୍କ ପ୍ରତି ଗୀତ ଭଳି ଏଥିରେ ମଧ୍ୟ ଓଡ଼ିଆ ଭାଷା, ଚାଲିଚଳଣି, ଓଡ଼ିଆ କଳା, ସଂସ୍କୃତି ସହ ଓଡ଼ିଶାର […]

ଅଦ୍ୟତନ ହୋଇଛି
ଭାଇରାଲ୍ ହେଉଛି ରାପର୍ ସମୀରଙ୍କ ନୂଆ ଗୀତ

shamir

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ଓଡ଼ିଆ ରାପ୍‌ ଗୀତ ‘ମୁଁ ହେଲି ଓଡ଼ିଆ’ ମାଧ୍ୟମରେ ଇଣ୍ଟରନେଟ୍‌ରେ ଚହଳ ସୃଷ୍ଟି କରିଥିବା ଓଡ଼ିଆ ରାପର୍‌ ସମୀର ରିଶୁ ମହାନ୍ତିଙ୍କର ଆଉ ଏ ନୂଆ ଗୀତ 'ଓଡ଼ିଆ ମୋ ଭାଷା' ରିଲିଜ୍ ହୋଇଯାଇଛି। ୟୁଟ୍ୟୁବ୍‌ରୁ ଆରମ୍ଭ କରି ଫେସ୍‌ବୁକ୍‌ ପର୍ଯ୍ୟନ୍ତ, ଚାରିଆଡ଼େ ଏହି ଗୀତକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ସମୀରଙ୍କ ପ୍ରତି ଗୀତ ଭଳି ଏଥିରେ ମଧ୍ୟ ଓଡ଼ିଆ ଭାଷା, ଚାଲିଚଳଣି, ଓଡ଼ିଆ କଳା, ସଂସ୍କୃତି ସହ ଓଡ଼ିଶାର ଝଲକ ଦେଖିବାକୁ ମିଳୁଛି। ଗୀତଟିକୁ ସମୀର ନିଜେ ଲେଖିବା, ଗାଇବା ଓ ସଂଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଏଥିରେ ଅଭିନୟ ମଧ୍ୟ କରିଛନ୍ତି।

Advertisment

https://www.instagram.com/p/B-TkYfmJvjQ/?utm_source=ig_web_copy_link

ଗୀତଟିକୁ ସମୀର “ଉତ୍କଳ ଦିବସ” ଅବସରରେ ଆମ ‘ଓଡିଆ ଭାଷା’କୁ ଉତ୍ସର୍ଗ କରିଛନ୍ତି। ସେ କହିଛନ୍ତି, ‘ ଆଜିକାଲି ଓଡ଼ିଶାର ଯୁବପିଢ଼ି ଓଡ଼ିଆ ଅପେକ୍ଷା ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ କଥା ହେବାକୁ ପସନ୍ଦ କରୁଛନ୍ତି। ତେଣୁ, ସେମାନଙ୍କୁ ଆମର ନିଜ ମାତୃଭାଷାର ସୌନ୍ଦର୍ଯ୍ୟ ଦେଖାଇବା ଏବଂ ଏହାକୁ ଗର୍ବର ସହିତ ବ୍ୟବହାର କରିବାକୁ ଅନୁରୋଧ କରିବା ପାଇଁ ମୋର ଏହା ଏକ ପ୍ରୟାସ। ଆମ ସମସ୍ତଙ୍କୁ ମାତୃଭାଷା ଏବଂ ଆମେ ଯେଉଁ ସ୍ଥାନରୁ ଆସିଛୁ ସେଥିପାଇଁ ଗର୍ବିତ ହେବା ଆବଶ୍ୟକ।’ ଏହି ଗୀତଟିକୁ ସମୀର ନିଜ ପିତାଙ୍କ ଦେହାନ୍ତ ହେବା ପରେ ଶୁଟ୍ କରିଛନ୍ତି। ତେଣୁ ଏହି ଗୀତରେ ଅନେକ ଭାବନା ସଂଲଗ୍ନ ହୋଇଥିବା ସେ କହିଛନ୍ତି। ଭୁବନେଶ୍ୱର, କଟକ, କୋଣାର୍କ, ପୁରୀ ଭଳି ସ୍ଥାନରେ ଏହି ଭିଡିଓଟି ଶୁଟିଂ ହୋଇଛି।

ବଡ଼ କଥା ହେଉଛି କରୋନା ମୁକାବିଲା ପାଇଁ ପୂରା ଦେଶକୁ ଲକ୍‌ଡାଉନ୍ କରାଯାଇଥିବା ସମୟରେ ଘରେ ବସି ବୋର୍ ହେଉଥିବା ଲୋକମାନଙ୍କର ଏହି ଗୀତଟି ବେଶ୍ ମନୋରୋଞ୍ଜନ କରିବ। ଏ ନେଇ ସମୀର କହିଛନ୍ତି, ‘ଲକ୍‌ଡାଉନ୍‌ରେ ଲୋକମାନେ ଘରେ ଥିବାରୁ ଏହି କଠିନ ସମୟରେ ସକାରାତ୍ମକତା ଏବଂ ଆଶାକୁ ପ୍ରୋତ୍ସାହିତ କରିବା ଜଣେ ସଂଗୀତକାର ଭାବରେ ମୋର ଦାୟିତ୍ୱ। ମୁଁ ଆଶା କରେ ଏହି ଗୀତଟି ଲୋକଙ୍କ ମନୋବଳକୁ ଉଜ୍ଜ୍ୱଳ କରିବ ଏବଂ ସେମାନଙ୍କର ଖୁସି ବଢ଼ାଇବ।’

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe