ମୁମ୍ୱାଇ : ଜାତୀୟ ସ୍ତରର ସିଙ୍ଗିଙ୍ଗ୍ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍-୧୧ରେ ଓଡ଼ିଆ ଝିଅ ଚେଲ୍ସୀ ବେହୁରା ଭାଗ ନେଇଛନ୍ତି। ତାଙ୍କର ସୁନ୍ଦର ଗାଇବା ଶୈଳୀର ଏକ ଭିଡିଓ ସୋଶାଲ ମିଡିଆରେ ସୋନି ଟିଭି ଅଫିସିଆଲ୍ ସାଇଟ୍ରେ ପୋଷ୍ଟ କରାଯାଇଛି।
ଶେଆର ହୋଇଥିବା ଏହି ଭିଡିଓରେ ଚେଲ୍ସୀ ବଲିଉଡ୍ ଫିଲ୍ମ ‘ଇଶକଜାଦା’ର ‘ମେ ପରିଶାନ୍’ ଗୀତ ଗାଉଛନ୍ତି। ଯାହାକୁ ଶୁଣିବା ପରେ ଶୋ’ର ବିଚାରପତି ନେହା କକର୍, ବିଶାଲ ଦଦ୍ଲାନି ଓ ଅନୁ ମଲ୍ଲିକ ଖୁବ୍ ପ୍ରଶଂସା କରୁଛନ୍ତି।
କେବଳ ଚେଲ୍ସୀଙ୍କର ଗାଇବା ଶୈଳୀ ନୁହେଁ, ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଶୁଣି ଶୋ’ରେ ସମସ୍ତେ ଭାବବିହ୍ଵଳ ହୋଇପଡ଼ିବା ଦେଖିବାକୁ ମିଳିଥିଲା। ଚେଲ୍ସୀଙ୍କୁ ୫ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଥିଲା। ସେବେଠାରୁ ଦୁଇ ଝିଅଙ୍କର ଲାଳନପାଳନ କରିବା ପାଇଁ ବହୁତ ସଂଘର୍ଷ କରୁଛନ୍ତି ବୋଲି ଶୋରେ ଯୋଗଦେଇ ଚେଲ୍ସୀଙ୍କ ମା’ କହିଥିଲେ। ଏପରିକି ପିଲାଙ୍କୁ ଆଗକୁ ନେବା ପାଇଁ ସେ ତାଙ୍କର ସମସ୍ତ ଗହଣା ମଧ୍ୟ ବିକ୍ରି କରିସାରିଛନ୍ତି।
https://www.instagram.com/tv/B3wHwxrlWjo/?utm_source=ig_web_copy_link
ଚେଲସୀଙ୍କର ସଂଘର୍ଷର କାହାଣୀ ଶୁଣି ବିଶାଲ ଦଦଲାନୀ ତାଙ୍କୁ ପ୍ରଶଂସା କରି ଭବିଷ୍ୟତର ଷ୍ଟାର୍ ବୋଲି କହିଥିଲେ। ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିବା ଚେଲସୀ ଆଗକୁ ଦର୍ଶକଙ୍କ ମନକୁ ଛୁଇଁ ପାରିବେ ବୋଲି ଆଶା କରାଯାଉଛି।
ତେବେ ଜାତୀୟ ସ୍ତରରେ ଗୀତ ଗାଇବା ଚେଲ୍ସୀଙ୍କ ପାଇଁ ନୂଆ ନୁହେଁ। ପୂର୍ବରୁ ମଧ୍ୟ ସେ ମ୍ୟୁଜିକ୍ ରିଆଲିଟି ଶୋ’, ରାଇଜିଂ ଷ୍ଟାର୍ ଓ ଇଣ୍ଡିଆନ୍ ଆଇଡଲ୍ରେ ଶିଶୁ କଳାକାର ଭାବେ ଭାଗ ନେଇସାରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।