Advertisment

ଇଣ୍ଡିଆନ୍‌ ଆଇଡଲ୍‌ରେ ଓଡ଼ିଆ ଝିଅ ଚେଲ୍‌ସୀ

ମୁମ୍ୱାଇ : ଜାତୀୟ ସ୍ତରର ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଓଡ଼ିଆ ଝିଅ ଚେଲ୍‌ସୀ ବେହୁରା ଭାଗ ନେଇଛନ୍ତି। ତାଙ୍କର ସୁନ୍ଦର ଗାଇବା ଶୈଳୀର ଏକ ଭିଡିଓ ସୋଶାଲ ମିଡିଆରେ ସୋନି ଟିଭି ଅଫିସିଆଲ୍‌ ସାଇଟ୍‌ରେ ପୋଷ୍ଟ କରାଯାଇଛି। ଶେଆର ହୋଇଥିବା ଏହି ଭିଡିଓରେ ଚେଲ୍‌ସୀ ବଲିଉଡ୍‌ ଫିଲ୍ମ ‘ଇଶକଜାଦା’ର ‘ମେ ପରିଶାନ୍‌’ ଗୀତ ଗାଉଛନ୍ତି। ଯାହାକୁ ଶୁଣିବା ପରେ ଶୋ’ର ବିଚାରପତି ନେହା କକର୍‌, ବିଶାଲ ଦଦ୍‌ଲାନି ଓ ଅନୁ ମଲ୍ଲିକ ଖୁବ୍‌ ପ୍ରଶଂସା […]

ଇଣ୍ଡିଆନ୍‌ ଆଇଡଲ୍‌ରେ ଓଡ଼ିଆ ଝିଅ ଚେଲ୍‌ସୀ

c2

Advertisment

ମୁମ୍ୱାଇ : ଜାତୀୟ ସ୍ତରର ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଓଡ଼ିଆ ଝିଅ ଚେଲ୍‌ସୀ ବେହୁରା ଭାଗ ନେଇଛନ୍ତି। ତାଙ୍କର ସୁନ୍ଦର ଗାଇବା ଶୈଳୀର ଏକ ଭିଡିଓ ସୋଶାଲ ମିଡିଆରେ ସୋନି ଟିଭି ଅଫିସିଆଲ୍‌ ସାଇଟ୍‌ରେ ପୋଷ୍ଟ କରାଯାଇଛି।

Advertisment

ଶେଆର ହୋଇଥିବା ଏହି ଭିଡିଓରେ ଚେଲ୍‌ସୀ ବଲିଉଡ୍‌ ଫିଲ୍ମ ‘ଇଶକଜାଦା’ର ‘ମେ ପରିଶାନ୍‌’ ଗୀତ ଗାଉଛନ୍ତି। ଯାହାକୁ ଶୁଣିବା ପରେ ଶୋ’ର ବିଚାରପତି ନେହା କକର୍‌, ବିଶାଲ ଦଦ୍‌ଲାନି ଓ ଅନୁ ମଲ୍ଲିକ ଖୁବ୍‌ ପ୍ରଶଂସା କରୁଛନ୍ତି।

କେବଳ ଚେଲ୍‌ସୀଙ୍କର ଗାଇବା  ଶୈଳୀ ନୁହେଁ, ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଶୁଣି ଶୋ’ରେ ସମସ୍ତେ ଭାବବିହ୍ଵଳ ହୋଇପଡ଼ିବା ଦେଖିବାକୁ ମିଳିଥିଲା। ଚେଲ୍‌ସୀଙ୍କୁ ୫ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଥିଲା। ସେବେଠାରୁ ଦୁଇ ଝିଅଙ୍କର ଲାଳନପାଳନ କରିବା ପାଇଁ ବହୁତ ସଂଘର୍ଷ କରୁଛନ୍ତି ବୋଲି ଶୋରେ ଯୋଗଦେଇ ଚେଲ୍‌ସୀଙ୍କ ମା’ କହିଥିଲେ। ଏପରିକି ପିଲାଙ୍କୁ ଆଗକୁ ନେବା ପାଇଁ ସେ ତାଙ୍କର ସମସ୍ତ ଗହଣା ମଧ୍ୟ ବିକ୍ରି କରିସାରିଛନ୍ତି।

Advertisment

https://www.instagram.com/tv/B3wHwxrlWjo/?utm_source=ig_web_copy_link

ଚେଲସୀଙ୍କର ସଂଘର୍ଷର କାହାଣୀ ଶୁଣି ବିଶାଲ ଦଦଲାନୀ ତାଙ୍କୁ ପ୍ରଶଂସା କରି ଭବିଷ୍ୟତର ଷ୍ଟାର୍‌ ବୋଲି କହିଥିଲେ। ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିବା ଚେଲସୀ ଆଗକୁ ଦର୍ଶକଙ୍କ ମନକୁ ଛୁଇଁ ପାରିବେ ବୋଲି ଆଶା କରାଯାଉଛି।

ତେବେ ଜାତୀୟ ସ୍ତରରେ ଗୀତ ଗାଇବା ଚେଲ୍‌ସୀଙ୍କ ପାଇଁ ନୂଆ ନୁହେଁ। ପୂର୍ବରୁ ମଧ୍ୟ ସେ ମ୍ୟୁଜିକ୍‌ ରିଆଲିଟି ଶୋ’, ରାଇଜିଂ ଷ୍ଟାର୍‌ ଓ ଇଣ୍ଡିଆନ୍‌ ଆଇଡଲ୍‌ରେ ଶିଶୁ କଳାକାର ଭାବେ ଭାଗ ନେଇସାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe