Advertisment

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଜୟଦେବ ପୁରସ୍କାର ପାଇଲେ ଘନଶ୍ୟାମ ମହାପାତ୍ର

ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଅଦ୍ୟତନ ହୋଇଛି
Odisha State Film Awards

Odisha State Film Awards

Advertisment

୨୦୧୯ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଗଲା। ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆଜି ଏହି ସମ୍ମାନ ପ୍ରଦାନ କରାଯାଇଛି। ୨୦୧୯ ମସିହା ପାଇଁ ଜୟଦେବ ପୁରସ୍କାର ପାଇଲେ ଘନଶ୍ୟାମ ମହାପାତ୍ର। ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘କାଲିର ଅତୀତ’ ପୁରସ୍କୃତ ହୋଇଛି। ଠିକ୍‌ ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ନୀଳମାଧବ ପଣ୍ଡା, ଶ୍ରେଷ୍ଠ ଅଭିନେତା ଭାବେ ପୀତବାସ ତ୍ରିପାଠୀ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶିବାନୀ ଷଡ଼ଙ୍ଗୀ, ଶ୍ରେଷ୍ଠ କାହାଣୀକାର ଭାବେ ସ୍ୱର୍ଗତ କପିଳେଶ୍ୱର ମହାପାତ୍ର, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ରାଜୁ ମିଶ୍ର, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସ୍ୱୟମ୍‌ ପାଢୀ(ଦେଖା ହେଲା ପ୍ରେମ ହେଲା) ପୁରସ୍କୃତ ହୋଇଛନ୍ତି।

Advertisment

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଦୀପ୍ତିରେଖା ପାଢୀ(ଫ୍ରମ୍ ମି ଟୁ ୟୁ), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ବବି ମିଶ୍ର, ଶ୍ରେଷ୍ଠ ପାର୍ଶ୍ୱ  ଅଭିନେତ୍ରୀ ଭାବେ ବନିତା ନାଗ, ଶ୍ରେଷ୍ଠ ହାସ୍ୟ କଳାକାର ଭାବେ ହରିହର ମହାପାତ୍ର, ଶ୍ରେଷ୍ଠ ଗୀତିକାର ଭାବେ ପ୍ରଦୀପ୍ତ ଚାନ୍ଦ ପୁରସ୍କୃତ ହୋଇଛନ୍ତି।

ସେହିପରି ୨୦୧୯ ମସିହା ପାଇଁ ଦିଆଯାଇଛି ଟେଲି ପୁରସ୍କାର। ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ଭାବେ ‘କାଳିଆ କରୁଛି ଲୀଳା’ ପୁରସ୍କୃତ ହୋଇଛି। ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବେ ଡି. ଅଶ୍ୱିନୀ ଗଡ଼ନାୟକ, ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ ସରଗମ୍‌, ଶ୍ରେଷ୍ଠ ଟେଲି ଧାରାବାହିକ ନିର୍ଦ୍ଦେଶକ ଭାବେ ଚଣ୍ଡୀ ପରିଜା (ସରଗମ), ଶ୍ରେଷ୍ଠ ଅଭିନେତା ଭାବେ ଦେବାଶିଷ ପାତ୍ର, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଲିପ୍ସା ମିଶ୍ର, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ଜୀବନ ପଣ୍ଡା, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ମଧୁସ୍ମିତା ପ୍ରଧାନ, ଶ୍ରେଷ୍ଠ ଖଳନାୟକ ଭାବେ ସୁରେଶ ମିଶ୍ର, ଶ୍ରେଷ୍ଠ ଖଳନାୟିକା ଭାବେ ଉଷସୀ ମିଶ୍ର, ଶ୍ରେଷ୍ଠ ହାସ୍ୟ କଳାକାର ଭାବେ ଶଙ୍କର୍ଷଣ ପ୍ରଧାନ ଓ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପ୍ରସିଦ୍ଧି ନାୟକ ପୁରସ୍କୃତ ହୋଇଛନ୍ତି।

Advertisment
Film
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe