Advertisment

‘ଓ ମାଇଁ ଗଡ୍-୨’ରେ ପୁଣି ଅକ୍ଷୟ ଓ ପରେଶଙ୍କ ଯୋଡ଼ି

ମୁମ୍ୱାଇ: ଫିଲ୍ମ ‘ଓ ମାଇଁ ଗଡ୍-୨’ରେ ପୁଣି ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ଓ ପରେଶ ରାୱଲଙ୍କ ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ୨୦୧୨ରେ ରିଲିଜ୍ ହୋଇଥିବା ‘ଓ ମାଇଁ ଗଡ୍’ରେ ଏହି ଦୁହେଁଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏକ ଖବର ଅନୁସାରେ ‘ଏୟାରଲିଫ୍ଟ’ର ପ୍ରଯୋଜକ ଅଶାବିନି ୱର୍ଦି ଏହାର ନିର୍ଦ୍ଦେଶନା ଦେବେ। ଆସନ୍ତାବର୍ଷ ଏହି ଫିଲ୍ମର ଶୁଟିଂ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ଅକ୍ଷୟ କୁମାର ୨୦୧୨ରେ ଆଶ୍ୱିନୀ ୱର୍ଦି ଓ ପରେଶ ରାୱଲଙ୍କ […]

author-image
Rakesh Mallick
ଅଦ୍ୟତନ ହୋଇଛି
‘ଓ ମାଇଁ ଗଡ୍-୨’ରେ ପୁଣି ଅକ୍ଷୟ ଓ ପରେଶଙ୍କ ଯୋଡ଼ି

omg-2

ମୁମ୍ୱାଇ: ଫିଲ୍ମ ‘ଓ ମାଇଁ ଗଡ୍-୨’ରେ ପୁଣି ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ଓ ପରେଶ ରାୱଲଙ୍କ ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ୨୦୧୨ରେ ରିଲିଜ୍ ହୋଇଥିବା ‘ଓ ମାଇଁ ଗଡ୍’ରେ ଏହି ଦୁହେଁଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ।

Advertisment

ଏକ ଖବର ଅନୁସାରେ ‘ଏୟାରଲିଫ୍ଟ’ର ପ୍ରଯୋଜକ ଅଶାବିନି ୱର୍ଦି ଏହାର ନିର୍ଦ୍ଦେଶନା ଦେବେ। ଆସନ୍ତାବର୍ଷ ଏହି ଫିଲ୍ମର ଶୁଟିଂ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।

ଅକ୍ଷୟ କୁମାର ୨୦୧୨ରେ ଆଶ୍ୱିନୀ ୱର୍ଦି ଓ ପରେଶ ରାୱଲଙ୍କ ସହ ମିଶି ‘ଓ ମାଇଁ ଗଡ୍’ ଫିଲ୍ମ କରିଥିଲେ। ଉମେଶ ଶୁକ୍ଲା ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ସୁପରିହିଟ୍ ହୋଇଥିଲା।  ପରେଶ ରାୱଲ ଫିଲ୍ମରେ ମୁଖ୍ୟ ଭୂମିକରେ ଅଭିନୟ କରିଥିବା ବେଳେ ଅକ୍ଷୟ ଭଗବାନ କୃଷ୍ଣଙ୍କ ଚରିତ୍ରରେ ଅଭିନୟ କରିଥିଲେ।

Advertisment