adtya
ମୁମ୍ୱାଇ: ଶ୍ରଦ୍ଧା କପୁର ଓ ଆଦିତ୍ୟ ରୟ କପୁରଙ୍କ ଅପକମିଂ ଫିଲ୍ମ ‘ଓକେ ଜାନୁ’ର ଫାଷ୍ଟ୍ ଲୁକ୍ ରିଭିଲ୍ ହୋଇଛି। ଫିଲ୍ମଟିର ନିର୍ମାତା କରଣ ଜୋହର ନିଜେ ଏହାକୁ ଲୋକଲୋଚନକୁ ଆଣିଛନ୍ତି। ଏଥିରେ ଶ୍ରଦ୍ଧା ଆଦିତ୍ୟଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି। ଫିଲ୍ମଟିର କାହାଣୀ ଦୁଇ ଜଣ ଯୁବ ପ୍ରେମୀଙ୍କ ଜୀବନ ଓ ଲିଭ୍-ଇନ୍-ରିଲେସନସିପ୍ ଉପରେ ପର୍ଯ୍ୟବସିତ। ଫିଲ୍ମଟିର ସୁଟିଂ ଚଳିତ ମାସରୁ ଆରମ୍ଭ ହେବ। ଏହାର ନିର୍ଦ୍ଦେଶନା ଦେବେ ଶାଦ୍ ଅଲ୍ଲୀ। ’ଓକେ ଜାନୁ’ ହେଉଛି ମଣି ରତ୍ନଙ୍କ ତାମିଲ ଫିଲ୍ମ ‘ଓକେ କାନମନି’ର ରିମେକ୍। ଏଆର୍ ରହମାନ ଏହାର ସଂଗୀତ ନିର୍ଦ୍ଦେଶନା ଦେବେ। ସେ ‘ଓକେ କାନମନି’ର ବି ସଂଗୀତ ନିର୍ଦ୍ଦେଶନା ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/03/adtya1.jpg)