Advertisment

୨୫ ବର୍ଷ ପରେ ରିକ୍ରିଏଟ୍‌ ହେଲା 'ଓଲେ ଓଲେ' ଗୀତ

ମୁମ୍ବାଇ: ଛୋଟେ ନୱାବ୍‌ ସୈଫ୍ ଅଲୀ ଖାନ୍‌ଙ୍କ ଅପକମିଂ ଫିଲ୍ମ ‘ଜୱାନୀ ଜାନେମନ’କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। କିଛିଦିନ ତଳେ ଫିଲ୍ମ ଟ୍ରେଲର୍‌ ରିଲିଜ୍‌ ହୋଇଛି, ଯେଉଁଥିରେ ଦୀର୍ଘ ବର୍ଷ ପରେ ସୈଫ୍‌ଙ୍କୁ ପୁରୁଣା ଅନ୍ଦାଜରେ ଦେଖିବାକୁ ମିଳିଛି। ତେବେ ଟ୍ରେଲର୍‌କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଏହି ଫିଲ୍ମର ନୂଆ ଗୀତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଫିଲ୍ମର ଏକ ନୂଆ ଗୀତ ‘ଓଲେ ଓଲେ‘ ରିଲିଜ୍‌ ହୋଇଯାଇଛି। ଏହି […]

ଅଦ୍ୟତନ ହୋଇଛି
୨୫ ବର୍ଷ ପରେ ରିକ୍ରିଏଟ୍‌ ହେଲା 'ଓଲେ ଓଲେ' ଗୀତ

saif

Advertisment

ମୁମ୍ବାଇ: ଛୋଟେ ନୱାବ୍‌ ସୈଫ୍ ଅଲୀ ଖାନ୍‌ଙ୍କ ଅପକମିଂ ଫିଲ୍ମ ‘ଜୱାନୀ ଜାନେମନ’କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। କିଛିଦିନ ତଳେ ଫିଲ୍ମ ଟ୍ରେଲର୍‌ ରିଲିଜ୍‌ ହୋଇଛି, ଯେଉଁଥିରେ ଦୀର୍ଘ ବର୍ଷ ପରେ ସୈଫ୍‌ଙ୍କୁ ପୁରୁଣା ଅନ୍ଦାଜରେ ଦେଖିବାକୁ ମିଳିଛି। ତେବେ ଟ୍ରେଲର୍‌କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଏହି ଫିଲ୍ମର ନୂଆ ଗୀତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଫିଲ୍ମର ଏକ ନୂଆ ଗୀତ 'ଓଲେ ଓଲେ‘ ରିଲିଜ୍‌ ହୋଇଯାଇଛି।

Advertisment

ଏହି ଗୀତଟିକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। କାରଣ ଏହା ଏକ ପୁରୁଣା ଗୀତ। ଏହାକୁ ୨୫ ବର୍ଷ ପରେ ରିକ୍ରିଏଟ୍‌ କରାଯାଇଛି। ଏହା ହେଉଛି ୧୯୯୪ରେ ଆସିଥିବା ଫିଲ୍ମ ‘ୟେ ଦିଲ୍‌ଲଗୀ’ର ଗୀତ। ଏହି ଫିଲ୍ମରେ ସୈଫ୍ ଓ ଅକ୍ଷୟ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ସେ ସମୟରେ ଏହି ଗୀତଟି ସୁପର ହିଟ୍‌ ହୋଇଥିଲା। ଆଜି ମଧ୍ୟ ଲୋକଙ୍କ ମନରେ ରହିଛି ଏହି ଗୀତଟି। ଏତେ ବର୍ଷ ପରେ ପୁଣି ଥରେ ଏହାକୁ ରିକ୍ରିଏଟ୍‌ କରାଯାଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଗୀତଟିକୁ ଦର୍ଶକଙ୍କର ଭଲ ରେସପନ୍ସ ମିଳୁଛି।  ଏବେ ଯାଏ ଏହାକୁ ୭୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଓଲେ’ର ପୁରୁଣା ଭର୍ସନକୁ ଦିଲିପ ସେନ୍ ଓ ସମୀର ସେନ୍ ଗାଇଥିଲେ। ତେବେ ବର୍ତ୍ତମାନ ଏହାର ରିକ୍ରେଏଟ୍‌ ଭର୍ସନ୍‌କୁ ଶବ୍ବୀର ଅହମ୍ମଦ ଲେଖିଥିବାବେଳେ ଅମିତ ମିଶ୍ରା ଗାଇଛନ୍ତି।  ସୋଶାଲ୍‌ ମିଡିଆରେ ଗୀତଟି ଭାଇରାଲ୍‌ ବି ହେଉଛି।

Advertisment

ଲଗାତାର ଭାବେ ଅନେକ ଗୁଡ଼ିଏ ଫିଲ୍ମରେ ସିରିୟସ୍ ରୋଲ୍‌ରେ ଅଭିନୟ କରିଥିବା ସୈଫ୍‌ଙ୍କୁ ଏଥିରେ ପୁଣି ପୂର୍ବ ଅନ୍ଦାଜରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସେ ଏମିତି ଏକ ଚରିତ୍ରରେ ଅଭିନୟ କରିଛନ୍ତି ଯିଏ ପାର୍ଟି କରିବା, ଝିଅମାନଙ୍କ ସହିତ ବୁଲିବା ଓ ଫ୍ଲର୍ଟ କରିବାକୁ ପସନ୍ଦ କରନ୍ତି।  ତାଙ୍କ ବ୍ୟତୀତ ଏହି ଫିଲ୍ମରେ ତବୁ ଓ ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ଣ୍ଣିଚରୱାଲା ଅଛନ୍ତି। ଆଲିଆ ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସୈଫ୍‌ ଅଭିନୟ କରିବା ସହ ପ୍ରଯୋଜନା ଦାୟିତ୍ୱରେ ମଧ୍ୟ ଅଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୀତିନ୍ କକ୍କର। ଜାନୁଆରୀ ୩୧ ତାରିଖରେ ଫିଲ୍ମଟି ରିଲିଜ୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe