ଓଲିଉଡ୍ @୨୦୧୫

(ରୋଜାଲିନ ମିଶ୍ର): ପୂର୍ବ ବର୍ଷ ଅପେକ୍ଷା ୨୦୧୫ରେ ଅଧିକ ସିନେମା ରିଲିଜ୍ ହୋଇଛି। ଏକ୍ସପେରିମେଣ୍ଟାଲ୍  ଫିଲ୍ମ ସହ ରିୟଲ କାହାଣୀର ଛାପ ବି ରହିଥିଲା । ପ୍ରଥମେ  ମାସ ଜାନୁଆରୀରେ ରିଲିଜ୍ ହୋଇଥିଲା ‘ଯିଏ ଯାହା କହୁ ମୋର ଢୋ‘, ‘ଭଉଁରୀ’, ‘କଲେଜ ଟାଇମ୍’ ଏବଂ ‘ଇସ୍କ ତୁହି ତୁ’। ଏହା ପରେ ରିଲିଜ୍ ହେଲା  ‘ଅ  ଆ ହର୍ଷେଇ’, ‘ନୂଆ ନୂଆ ପ୍ରେମରେ’, ‘କିଏ ଦେବ ଟକ୍କର’, ‘ଏଇ ଜନମର ସାଥିଟିଏ’, ‘ଲେଖିଛି ନାଁ ତୋର’, […]

jaga hathre pagha

Rakesh Mallick
  • Published: Tuesday, 29 December 2015
  • , Updated: 30 December 2015, 08:19 AM IST

(ରୋଜାଲିନ ମିଶ୍ର): ପୂର୍ବ ବର୍ଷ ଅପେକ୍ଷା ୨୦୧୫ରେ ଅଧିକ ସିନେମା ରିଲିଜ୍ ହୋଇଛି। ଏକ୍ସପେରିମେଣ୍ଟାଲ୍  ଫିଲ୍ମ ସହ ରିୟଲ କାହାଣୀର ଛାପ ବି ରହିଥିଲା । ପ୍ରଥମେ  ମାସ ଜାନୁଆରୀରେ ରିଲିଜ୍ ହୋଇଥିଲା ‘ଯିଏ ଯାହା କହୁ ମୋର ଢୋ‘, ‘ଭଉଁରୀ’, ‘କଲେଜ ଟାଇମ୍’ ଏବଂ ‘ଇସ୍କ ତୁହି ତୁ’। ଏହା ପରେ ରିଲିଜ୍ ହେଲା  ‘ଅ  ଆ ହର୍ଷେଇ’, ‘ନୂଆ ନୂଆ ପ୍ରେମରେ’, ‘କିଏ ଦେବ ଟକ୍କର’, ‘ଏଇ ଜନମର ସାଥିଟିଏ’, ‘ଲେଖିଛି ନାଁ ତୋର’, ‘ରକଷ୍ଟାର୍’ ଓ ‘ବନ୍ଦେ ମାତରମ୍‘।

ରଜ ବଜାରେ ହୋଇଥିଲା ତ୍ରିମୁଖୀ ଲଢ଼େଇ। ପରଦାକୁ ଆସିଥିଲା ‘ଗପ ହେଲେ ବି ସତ’,‘ଲଭ୍  ୟୁ ହମେଶା’, ଓ ‘ସୁପର ମିଛୁଆ’। ୩ଟି ଯାକ ଫିଲ୍ମ ଭଲ ବିଜିନେସ୍ କରିଥିଲା ବକ୍ସ ଅଫିସରେ। ଏହା ପରେ ଅଗଷ୍ଟ ମାସରେ ରିଲିଜ୍ ହେଲା ‘ମାୟା’, ‘ପିଲାଟା ବିଗିଡ଼ିଗଲା’ ଏବଂ ‘ରଘୁପତି ରାଘବ ରାଜରାମ‘, ‘ଆଶିକ’ ଏବଂ ‘ଅପନା ହାତ ଜଗନ୍ନାଥ‘। ସେପ୍ଟେମ୍ବର ମାସରେ ଫ୍ଲେ।ରକୁ ଆସିଲା ‘ମୋ ଦିଲ୍ କହେ ଇଲୁ ଇଲୁ’, ‘ବିନଦାସ୍ ରୋମିଓ’। ଅକ୍ଟୋବରରେ ରିଲିଜ୍ ହୋଇଥିଲା  ‘ଭଲ ପାଏ ତତେ ଶହେରୁ ଶହେ’ ଓ ‘ଜଗା ହାତରେ ପଘା’। ଏହା ପରେ ନଭେମ୍ୱର ମାସରେ ରିଲିଜ୍ ହୋଇଥିଲା ‘କଲକି’। ବର୍ଷ ଶେଷରେ ରିଲିଜ୍ ହୋଇଛି ‘ଫ୍ଲ।ସବ୍ୟାକ୍’ ଏବଂ ‘ହାଲୋ’।

ଚର୍ଚ୍ଚିତ ଫିଲ୍ମ

‘ଇସ୍କ ତୁହି  ତୁ’ ରିଲିଜ୍ ହୋଇଥିଲା ଜାନୁଆରୀ ମାସରେ। ଏହା ଭଲ ବିଜିନେସ୍ କରିଥିଲା ବକ୍ସ ଅଫିସରେ।।  କାହାଣୀ  ଏବଂ ମ୍ୟୁଜିକକୁ ପସନ୍ଦ କରିଥିଲେ ଭିୟୁରର୍ସ।  ‘ଯିଏ ଯାହା କହୁ ମୋର ଢୋ’, ‘ସୁପର ମିଛୁଆ’କୁ ମିଳିଥିଲା ଭଲ ରେସପନ୍ସ। ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ‘ପିଲାଟା ବିଗିଡ଼ିଗଲା’ ବି ଛୁଇଁ ଥିଲା ଦର୍ଶକଙ୍କୁ। ସତ କାହାଣୀକୁ ନେଇ ରିଲିଜ ହୋଇଥିଲା ‘ରଙ୍ଗିଲା ବାବା’। ‘ରଙ୍ଗିଲା ବାବା’ଙ୍କ କାରନାମ ପୂରା ଛାଇଗଲା ଓଲିଉଡରେ। ‘ତତେ ଭଲ ପାଏ ଶହେରୁ ଶହେ’ ବି ଭଲ ହୋଇଥିଲା। ’ଗପ ହେଲେବି ସତ’ ରେକର୍ଡ ବିଜିନେସ୍ କରିଥିଲା ବକ୍ସ ଅଫିସରେ।

ଅନୁଭବ ଏବଂ ବର୍ଷାଙ୍କ ପେୟାରିଂ ସହ ମ୍ୟୁଜିକାଲ ଡ୍ରାମାକୁ ଲାଇକ୍ କରିଥିଲେ ଦର୍ଶକ। ଫିଲ୍ମଟିର ସୁରିଲା  ମ୍ୟୁଜିକ ତାଳରେ ଝୁମିଥିଲେ ଦର୍ଶକ। ‘ଜଗା ହାତରେ ପଘା’ରେ ଅନୁଭବଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ ବୁଦ୍ଧାଦିତ୍ୟ।  ଏହି ଡ୍ରାମା ଆକ୍ସନ ସିନେମାକୁ ପସନ୍ଦ କରିଥିଲେ ଓଡିଆ ଦର୍ଶକ।

ନୂଆ ମୁହଁ

ରିୟଲିଟି ସୋ ‘କିଏ ହେବ ମୋ ହିରୋଇନ’ର ୱିନର ଏଲିନା ବନିଲେ ‘ଇସ୍କ ତୁ ହି ତୁ’ର ନାୟିକା। ଅରିନ୍ଦମଙ୍କ ସହ ସ୍କ୍ରିନ ସେୟାର କରିଥିଲେ ସେ। ଡେବ୍ୟୁ ଫିଲ୍ମରେ ଭଲ ଅଭିନୟ କରିଥିଲେ ଏଲିନା। ରିୟଲିଷ୍ଟିକ ସିନେମା ‘ଭଉଁରି’ରେ ବିଦିତା ବାଗ୍ ଅଭିନୟ କରିଥିଲେ। ଏହି ଅଣଓଡିଆ ଅଭିନେତ୍ରୀଙ୍କୁ ପସନ୍ଦ କରିଥିଲେ ଦର୍ଶକ।  ଛୋଟ ପରଦାରୁ ଅଭିନୟ ଆରମ୍ଭ କରିଥିବା ଲିପସା ‘ମାୟା’ ଫିଲ୍ମ ମାଧ୍ୟମରେ ଓଲିଉଡକୁ ଏଣ୍ଟ୍ରି କରିଥିଲେ।  ‘ଲଭ୍ ୟୁ ହମେଶା’ ଫିଲ୍ମରୁ ସଫର ଆରମ୍ଭ କରିଛନ୍ତି  ପୁରି ଅନିଶା। ତାଙ୍କ ଅଭିନୟକୁ ତାରିଫ୍ କରିଥିଲେ ସିନେପ୍ରେମୀ।

‘ଅ ଆ ହର୍ଷେଇ’ରେ ଅରବିନ୍ଦ, ଶ୍ରୀଜଲା, ‘କିଏ ଦେବ ଟକ୍କର’ରେ ପ୍ରଦୀପ,ଓ ପ୍ରତାଲି, ‘ରଘୁପତି ରାଘବ ରାଜାରାମ’ ଫିଲ୍ମରେ ଦେବସ୍ମିତା,ଓ ମନୀଷା, ‘ଅପନା ହାତ୍ ଜଗନ୍ନାଥ’ରେ ଉପାସନା ଥିଲେ ନୂଆଁ ମୁହଁ।  ଅଭିନେତ୍ରୀ ଶୀତଲ୍ ଡେବ୍ୟୁ କରିଥିଲେ ସିନେମା ’ଯିଏ ଯାହା କହୁ ମୋର ଢୋ’ ଜରିଆରେ। ଶୀତଲଙ୍କ ଡ୍ୟାନସିଂ ଆବିଲିଟି ଆଉ କ୍ୟୁଟ୍ ଚେହେରା ପାଇଁ ତାଙ୍କୁ ମିଳିଥିଲା ଅନେକ ପ୍ରଶଂସା। ‘ବିନ୍ଦାସ୍ ରୋମିଓ’ରେ ପୁପନ୍, ‘ତତେ ଭଲ ପାଏ ଶହେରୁ ଶହେ’ ସିନେମାରେ ସୁରମୟୀ  ଏଣ୍ଟ୍ରି କରିଥିଲେ ‘ଓ’ ଟାଉନକୁ। ‘ମୋ ଦିଲ୍ କହେ ଇଲୁ ଇଲୁ’ରେ ଦେବ ଆଉ ଶ୍ରୁତି ନଜର ଆସିଥିଲେ। ଏହି ଦୁଇ ଯୋଡିଙ୍କର କେମେଷ୍ଟ୍ରି ଭଲ ହୋଇଥିଲା। ବର୍ଷ ଶେଷରେ ‘ଫ୍ଲ।ସବ୍ୟାକ୍’ ଜରିଆରେ କିରନ୍ ଓ  ‘ହାଲୋ’ ସିନେମାର  ସୁଶ୍ରୀ ଏହି ଇଣ୍ଡଷ୍ଟ୍ରିରେ ପାଦ ଥାପ ଥିଲେ।

ଖାସ୍ ଘଟଣା

୨୦୧୫ରେ ଓଲିଉଡ୍ ହରେଇଛି ଅନେକ କଳାକାରଙ୍କୁ। ଓଲିଉଡ ଇଣ୍ଡଷ୍ଟ୍ରିର ଟ୍ରେଣ୍ଡ ସେଣ୍ଟର କୁହାଯାଉଥିବା ହର ପଟ୍ଟନାୟକ ଆମକୁ ଛାଡ଼ି ଚାଲିଗଲେ। ଓଲିଉଡରେ ଖେଳିଗଲା ଶୋକର ଛାୟା। ସଫଳ ନିର୍ଦ୍ଦଶକ, ଭର୍ସାଟାଇଲ ଅଭିନେତା, ଆଉ ଓଲିଉଡର ପ୍ରିୟ ମଣିଷ ଥିଲେ ହର ଭାଇ। ତାଙ୍କ ଜାଗା ସବୁଦିନ ପାଇଁ ଖାଲି ହୋଇଗଲା। । ଇଣ୍ଡଷ୍ଟ୍ରି ମିସ୍ କରିବ ଏହି ଟାଲେଣ୍ଟେଡ୍ ସିନେ ବ୍ୟକ୍ତିତ୍ୱଙ୍କୁ। ପୁଣି ଗୀତିକାର ନିଜମ ବି ନିରବି ଗଲେ ଏହି ବର୍ଷ। ଓଡ଼ିଆ ସିନେମା ସଙ୍ଗୀତର ସେ ଥିଲେ ବାଦଶାହା। ଗୀତରେ ଗୀତରେ ସେ କହିଥାଆନ୍ତି ଗପ। ତାଙ୍କ କଲମରୁ ସୃଷ୍ଟି ହୋଇଛି ଓଡ଼ିଆ ସିନେମାର ଅନେକ ଏଭରଗ୍ରୀନ ସଙ୍ଗ୍।

୨୦୧୫ ବର୍ଷ ପାଇଁ ବିଜୟ ମହାନ୍ତିଙ୍କୁ ମିଳିଛି ‘ଜୟଦେବ’ ପୁରସ୍କାର। କିମର୍ସିୟାଲ ସିନେମା ଅପେକ୍ଷା କଳା ସିନେମାକୁ ଅଧିକ ପୁରସ୍କାର ମିଳିଛି ,ଏହି ବର୍ଷ। ସିନେମା କ୍ରାନ୍ତିଧାରାକୁ ମିଳିଛି ଅନେକ ପୁରସ୍କାର। ଏହି ସିନେମା ପାଇଁ  ଅଭିନେତ୍ରୀ ଗାର୍ଗିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଶ୍ରେଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ‘ଆଦିମ ବିଚାର’ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ଏଥିରେ ଅଭିନୟ କରିଥିବା ଅଟଳ ବିହାରି ପଣ୍ଡାଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର।

Related story