Advertisment

ଚିନ୍ତାରେ ଅମ୍ଳାନ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍ ପାଇଁ ସମସ୍ତେ ଏବେ ଚିନ୍ତାରେ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲେବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଘରେ ରହୁଛନ୍ତି। ଆଉ ଦିନତମାମ ଘରେ ରହିବା କେତେ ଯେ କଷ୍ଟ, ସେ ବିଷୟରେ ବର୍ଣ୍ଣନା କରିଛନ୍ତି ଓଲିଉଡ୍ ଅଭିନେତା ଅମ୍ଳାନ ଦାସ। ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେଆର କରି ଅମ୍ଳାନ କହିଛନ୍ତି- ଆମେ କଟକି ଲୋକ ଯଦି ସନ୍ଧ୍ୟାରେ ଟିକେ ଘର ବାହାରେ ବୁଲି ନ ଆସିବା, ତା’ହେଲେ ଭଲ ଲାଗିବନି। ଏବେ ସେଇଟା […]

ଅଦ୍ୟତନ ହୋଇଛି
ଚିନ୍ତାରେ ଅମ୍ଳାନ, ଦେଖନ୍ତୁ ଭିଡିଓ

amlan das

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍ ପାଇଁ ସମସ୍ତେ ଏବେ ଚିନ୍ତାରେ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲେବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଘରେ ରହୁଛନ୍ତି। ଆଉ ଦିନତମାମ ଘରେ ରହିବା କେତେ ଯେ କଷ୍ଟ, ସେ ବିଷୟରେ ବର୍ଣ୍ଣନା କରିଛନ୍ତି ଓଲିଉଡ୍ ଅଭିନେତା ଅମ୍ଳାନ ଦାସ।

Advertisment

ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେଆର କରି ଅମ୍ଳାନ କହିଛନ୍ତି- ଆମେ କଟକି ଲୋକ ଯଦି ସନ୍ଧ୍ୟାରେ ଟିକେ ଘର ବାହାରେ ବୁଲି ନ ଆସିବା, ତା’ହେଲେ ଭଲ ଲାଗିବନି। ଏବେ ସେଇଟା ଆଉ ମିଳୁନି। ଲକ୍‌ଡାଉନ୍ ପାଇଁ କେତେ ଅସୁବିଧା ହେଉଛି, ତାହା ମୁଁ ବୁଝି ପାରୁଛି। ମୁଁ ଯେମିତି କଷ୍ଟରେ ଅଛି ମୋ ପ୍ରଶଂସକମାନେ ମଧ୍ୟ ସେମିତି କଷ୍ଟରେ ଥିବେ। ସେମାନଙ୍କୁ ମୁଁ ବାସ୍ ଏତିକି କହିବି ଯେ ଆଉ ଅଳ୍ପ କିଛିଦିନ ଏ କଷ୍ଟ ସହି ଯା’ନ୍ତୁ।

ସେ ଆହୁରି କହିଛନ୍ତି, "ଯାହା କିଛି ହେଉଛି ଆମ ଦେଶ ଓ ରାଜ୍ୟର ଭଲ ପାଇଁ ହେଉଛି। ଏ ସମୟରେ ସରକାରଙ୍କୁ ଆମେ ସହଯୋଗ କରିବା କଥା।"

Advertisment

https://www.instagram.com/tv/B-bYsvCJlBK/?igshid=gsp806xqwlhc

ଆପଣ ଯଦି ଘରେ ବସି ବସି ବିରକ୍ତ ହେଉଛନ୍ତି, ତା’ହେଲେ ଅମ୍ଳାନଙ୍କ ପରାମର୍ଶ ଆପଣଙ୍କ କାମରେ ଆସିପାରେ। ଏ ଭିଡିଓରେ ସେ କହିଛନ୍ତି ଯେ, ଘରେ ଯଦି ବିରକ୍ତ ଲାଗୁଛି, ତା’ହେଲେ ବିଭିନ୍ନ ଗେମ୍ ଡାଉନ୍‌ଲୋଡ୍ କରି ଖେଳନ୍ତୁ ନହେଲେ ଫିଲ୍ମ ଦେଖନ୍ତୁ। ଏବେ ଯେହେତୁ ସମସ୍ତଙ୍କ ପାଖରେ ସମୟ ଅଛି, ତେଣୁ ଘର ଲୋକଙ୍କୁ ରୋଷେଇ କରିବାରେ ସାହାଯ୍ୟ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

https://www.instagram.com/p/B-d-vsJpPV4/?utm_source=ig_web_copy_link

ଅମ୍ଳାନ ନିଜେ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ରୋଷେଇରେ ସାହାଯ୍ୟ କରୁଛନ୍ତି ବୋଲି ଏହି ଭିଡିଓରେ କହିଛନ୍ତି। ଏଠାରେ କହି ରଖୁଛୁ ଯେ, ଗତ ଫେବୃଆରୀ ୮ ତାରିଖରେ ଅମ୍ଳାନ ବାହା ହୋଇଥିଲେ ଓ ତାଙ୍କ ପତ୍ନୀଙ୍କ ନାଁ ଭୂମିକା।

ସୂଚନାଯୋଗ୍ୟ, ଓଡ଼ିଶାରେ ଏପର୍ଯ୍ୟନ୍ତ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦ୍ୱିତୀୟ ଆକ୍ରାନ୍ତ ଚିକିତ୍ସିତ ହୋଇ ଘରକୁ ଫେରି ଯାଇଛନ୍ତି। ପ୍ରଥମ ଆକ୍ରାନ୍ତଙ୍କ ଅବସ୍ଥା ବି ଭଲ ଅଛି। ସେ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଅଛନ୍ତି। ଅନ୍ୟପକ୍ଷରେ ୫ମ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କ ପରିଚୟ ପ୍ରକାଶ କରାଯାଇଛି। ଜନହିତ ପାଇଁ ତାଙ୍କ ନାଁ ଜାରି କରାଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ତାଙ୍କ ନାଁ ପ୍ରଦୀପ୍ତ ଦଳବେହେରା। ସେ ଭୁବନେଶ୍ୱରର ସୂର୍ଯ୍ୟ ନଗରର ବାସିନ୍ଦା। ସେ ବିଦେଶ ଯାଇ ନଥିଲେ କି ବାହାର ରାଜ୍ୟକୁ ବି ଯାଇନଥିଲେ। ତଥାପି ସେ କରୋନା ଆକ୍ରାନ୍ତ ହୋଇଛନ୍ତି। ସେଥିପାଇଁ ପୂରା ସୂର୍ଯ୍ୟ ନଗର ଅଞ୍ଚଳକୁ ସିଲ୍ କରି ଦିଆଯାଇଛି। ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି। ତା’ସହିତ ବାହାର ଅଞ୍ଚଳର ଲୋକ ମଧ୍ୟ ସୂର୍ଯ୍ୟ ନଗରକୁ ପ୍ରବେଶ ନ କରିବାକୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe