Advertisment

ବାହା ହେଲେ ଅମ୍ଳାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାହା ହେଲେ ଓଲିଉଡ୍‌ର ବରିଷ୍ଠ ଅଭିନେତା ମିହିର୍‌ ଦାସଙ୍କ ପୁଅ ତଥା ଅଭିନେତା ଅମ୍ଳାନ ଦାସ। ପିଲା ଦିନର ବାନ୍ଧବୀ ଭୂମିକାଙ୍କୁ ସେ ପ୍ରେମ ବିବାହ କରିଛନ୍ତି। ଆଜିଠୁ ପ୍ରେମ ସପ୍ତାହ ଆରମ୍ଭ ହେଉଛି। ଆଉ ଏହି ସପ୍ତାହର ପ୍ରଥମ ଦିନ ‘ରୋଜ୍‌ ଡେ’ ବା ‘ଗୋଲାପ ଦିବସ’ରେ ଅମ୍ଳାନଙ୍କ ବିବାହ ସମ୍ପନ୍ନ ହୋଇଛି। ତାଙ୍କ ବାହାଘରର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓରେ ସେ ଧଳା କୁର୍ତ୍ତା ପଞ୍ଜାବୀରେ ଖୁବ୍‌ […]

ଅଦ୍ୟତନ ହୋଇଛି
ବାହା ହେଲେ ଅମ୍ଳାନ

amlaan-final

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାହା ହେଲେ ଓଲିଉଡ୍‌ର ବରିଷ୍ଠ ଅଭିନେତା ମିହିର୍‌ ଦାସଙ୍କ ପୁଅ ତଥା ଅଭିନେତା ଅମ୍ଳାନ ଦାସ। ପିଲା ଦିନର ବାନ୍ଧବୀ ଭୂମିକାଙ୍କୁ ସେ ପ୍ରେମ ବିବାହ କରିଛନ୍ତି।

Advertisment

ଆଜିଠୁ ପ୍ରେମ ସପ୍ତାହ ଆରମ୍ଭ ହେଉଛି। ଆଉ ଏହି ସପ୍ତାହର ପ୍ରଥମ ଦିନ ‘ରୋଜ୍‌ ଡେ’ ବା ‘ଗୋଲାପ ଦିବସ’ରେ ଅମ୍ଳାନଙ୍କ ବିବାହ ସମ୍ପନ୍ନ ହୋଇଛି। ତାଙ୍କ ବାହାଘରର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓରେ ସେ ଧଳା କୁର୍ତ୍ତା ପଞ୍ଜାବୀରେ ଖୁବ୍‌ ହ୍ୟାଣ୍ଡସମ୍‌ ଲାଗୁଥିବା ବେଳେ ତାଙ୍କ ପତ୍ନୀ ଭୂମିକା ନାଲି ଶାଢ଼ିରେ ବେଶ୍‌ ସୁନ୍ଦର ଲାଗୁଛନ୍ତି।

୨ ମାସ ତଳେ ଅର୍ଥାତ୍ ଡିସେମ୍ବରରେ ଅମ୍ଳାନ ଓ ଭୂମିକାଙ୍କ ନିର୍ବନ୍ଧ ହୋଇଥିଲା। ପରିବାର ଏବଂ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତରେ ଦୁହିଁଙ୍କ ନିର୍ବନ୍ଧ ସରିଥିବା ବେଳେ ଏବେ ବଡ଼ ଧୁମ୍‌ଧାମ୍‌ରେ ବାହାଘର ବି ହୋଇଛି। ଅମ୍ଳାନଙ୍କ ପତ୍ନୀଙ୍କ ଘର ସିଡିଏରେ ବୋଲି ଜଣାପଡ଼ିଛି।

Advertisment

publive-imageସୂଚନାଯୋଗ୍ୟ, ‘ସପନର ପଥେ ପଥେ’, ‘ଗୋଲାପି ଗୋଲାପି’, ‘ବଜରଙ୍ଗି’ ଓ ‘ଟାଇଗର୍‌’ ଆଦି ଫିଲ୍ମରେ କାମ କରିଛନ୍ତି ଅମ୍ଳାନ। ୨୦୧୩ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଟାର୍ଗେଟ୍‌’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଆଗକୁ ତାଙ୍କ ଅଭନୀତ ଫିଲ୍ମ ‘ଫ୍ରମ୍‌ ମି ଟୁ ୟୁ’ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ତାଙ୍କ ସହ ଅଭିନେତା ଜ୍ୟୋତି ଏବଂ ଅଭିନେତ୍ରୀ ଶ୍ରଦ୍ଧାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହେମନ୍ତ କୁମାର ସାହୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe