Advertisment

ପ୍ରଦୀପ ମହାରଥୀଙ୍କ ଝିଅଙ୍କୁ ବାହା ହେବେ ଅର୍ଦ୍ଧେନ୍ଦୁ, ସରିଲା ନିର୍ବନ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କୁ ବାହା ହେବେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ। ୟା ଭିତରେ ସେମାନଙ୍କ ନିର୍ବନ୍ଧ ବି ସରିଯାଇଛି। ଗତ ବୁଧବାର ଉଭୟ ପରିବାରର ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି। ଆଉ ସୋଶାଲ୍‌ ମିଡିଆରେ ସେମାନଙ୍କ ଏନ୍‌ଗେଜ୍‌ମେଣ୍ଟର ଫଟୋ ଭାଇରାଲ୍‌ ହେଉଛି। ଏହି ନିର୍ବନ୍ଧ ସମାରୋହରେ ଓଲିଉଡ୍‌ର ଅନେକ ଜଣାଶୁଣା କଳାକାର ମଧ୍ୟ ପହଞ୍ଚିଥିଲେ। ସେମାନଙ୍କ ବିବାହ ତାରିଖ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ […]

ଅଦ୍ୟତନ ହୋଇଛି
ପ୍ରଦୀପ ମହାରଥୀଙ୍କ ଝିଅଙ୍କୁ ବାହା ହେବେ ଅର୍ଦ୍ଧେନ୍ଦୁ, ସରିଲା ନିର୍ବନ୍ଧ

ardhendu pallavi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କୁ ବାହା ହେବେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ। ୟା ଭିତରେ ସେମାନଙ୍କ ନିର୍ବନ୍ଧ ବି ସରିଯାଇଛି। ଗତ ବୁଧବାର ଉଭୟ ପରିବାରର ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି। ଆଉ ସୋଶାଲ୍‌ ମିଡିଆରେ ସେମାନଙ୍କ ଏନ୍‌ଗେଜ୍‌ମେଣ୍ଟର ଫଟୋ ଭାଇରାଲ୍‌ ହେଉଛି।

Advertisment

publive-imageଏହି ନିର୍ବନ୍ଧ ସମାରୋହରେ ଓଲିଉଡ୍‌ର ଅନେକ ଜଣାଶୁଣା କଳାକାର ମଧ୍ୟ ପହଞ୍ଚିଥିଲେ। ସେମାନଙ୍କ ବିବାହ ତାରିଖ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଫେବ୍ରୁଆରୀ ୧୪ ତାରିଖରେ ଭାଲେଣ୍ଟାଇନ୍‌ସ ଡେ’ରେ ସେମାନେ ବିବାହ କରିପାରନ୍ତି ବୋଲି କୁହାଯାଉଛି।

ଅର୍ଦ୍ଧେନ୍ଦୁଙ୍କ ଭାବି ପତ୍ନୀ ପଲ୍ଲବୀ ପେସାରେ ଜଣେ ଡାକ୍ତର। ସେ ଜଣେ ଶିଶୁ ରୋଗ ବିଶେଷଜ୍ଞ।

Advertisment

publive-image‘ବ୍ଲାକ୍‌ମେଲ୍‌’ ଓ ‘ଟପୋରୀ’ ଫିଲ୍ମରେ ଅର୍ଦ୍ଧେନ୍ଦୁଙ୍କୁ ଦର୍ଶକେ ଲିଡ୍‌ ରୋଲ୍‌ରେ ଦେଖିଥିଲେ। ‘ବ୍ଲାକ୍‌ମେଲ୍‌’ ଫିଲ୍ମରେ ଅଭିନେତ୍ରୀ ତମନ୍ନାଙ୍କ ସହ ‘ହାଏ ତୋ ପ୍ରେମର ରଙ୍ଗୋଲି’ଗୀତରେ ଜବରଦସ୍ତ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଅର୍ଦ୍ଧେନ୍ଦୁ। ଗୀତଟି ମଧ୍ୟ ବେଶ୍‌ ଲୋକପ୍ରିୟତା ସାଉଣ୍ଟିଥିଲା।

publive-imageନିକଟରେ ଅର୍ଦ୍ଧେନ୍ଦୁଙ୍କ ଆଉ ଏକ ଫିଲ୍ମ ‘ମୁଁ ପରଦେଶୀ ଚଢ଼େଇ’ ରିଲିଜ୍ ହୋଇଛି। ଏଥିରେ ତାଙ୍କ ସହିତ ଅଛନ୍ତି ଓଲିଉଡ୍‌ର ଡ୍ୟାନ୍ସିଂ କୁଇନ୍ ଅନୁଭା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe