Advertisment

କ୍ୟାରେଣ୍ଟାଇନ୍‌ ସେଣ୍ଟରରେ ମୃତ ପରିବାରକୁ ଅର୍ଦ୍ଧେନ୍ଦୁ ଦେଲେ ୫୦ ହଜାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ନିକଟରେ ସେ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ଏବେ କ୍ୟାରେଣ୍ଟାଇନ୍‌ ସେଣ୍ଟରରେ ମୃତ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମଧୁପଲ୍ଲୀ ଗାଁର ପ୍ରଫୁଲ ବେହେରା ଗତ ୬ ତାରିଖରେ ସୁରତରୁ ତାଙ୍କ ଗାଁକୁ ଫେରିଥିଲେ। କରୋନା ପାଇଁ ଗାଁର ଠୁଙ୍କାପଡା ଗୁପ୍ତେଶ୍ୱର ନୋଡାଲ୍‌ ବିଦ୍ୟାଳୟ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ। […]

author-image
Biswobandita Swain
ଅଦ୍ୟତନ ହୋଇଛି
କ୍ୟାରେଣ୍ଟାଇନ୍‌ ସେଣ୍ଟରରେ ମୃତ ପରିବାରକୁ ଅର୍ଦ୍ଧେନ୍ଦୁ ଦେଲେ ୫୦ ହଜାର

arm

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ନିକଟରେ ସେ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ଏବେ କ୍ୟାରେଣ୍ଟାଇନ୍‌ ସେଣ୍ଟରରେ ମୃତ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତିଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମଧୁପଲ୍ଲୀ ଗାଁର ପ୍ରଫୁଲ ବେହେରା ଗତ ୬ ତାରିଖରେ ସୁରତରୁ ତାଙ୍କ ଗାଁକୁ ଫେରିଥିଲେ। କରୋନା ପାଇଁ ଗାଁର ଠୁଙ୍କାପଡା ଗୁପ୍ତେଶ୍ୱର ନୋଡାଲ୍‌ ବିଦ୍ୟାଳୟ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ।ସେହିଠାରେ ହିଁ ତାଙ୍କର ଅଚାନକ ଦେହାନ୍ତ ହୋଇଥିଲା। ଘରେଏବେପ୍ରଫୁଲଙ୍କରଝିଅ, ବିଧବାସ୍ତ୍ରୀବୁଢୀମାଅଛନ୍ତିପ୍ରଫୁଲ୍ଲ ସୁରତରୁ ଟଙ୍କାପଠେଇଲେଏଠି୫ପ୍ରାଣୀଚଳୁଥିଲେ ସେ ଚାଲିଗଲା ପରେ ସରକାରଙ୍କୁ ସାହାଯ୍ୟ ମାଗିଥିଲେ ତାଙ୍କ ପତ୍ନୀ। ଏ ବିଷୟରେ ଜାଣିବା ପରେ ଅର୍ଦ୍ଧେନ୍ଦୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ସେ ପ୍ରଫୁଲ୍ଲଙ୍କ ଘରକୁ ଯାଇ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। 

Advertisment

ମୃତକଙ୍କ ପରିବାରକୁ ସାହାଯ୍ୟ କରିଥିବା ସୂଚନା ଅର୍ଦ୍ଧେନ୍ଦୁ ତାଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟ ମାଧ୍ୟମରେ ଦେଇଛନ୍ତି। ପ୍ରଫୁଲ୍ଲଙ୍କ ପରିବାରକୁ ସାହାଯ୍ୟ କରିବାକୁ ସୋଶାଲ୍‌ ମିଡିଆରେ ମାଧ୍ୟମରେ ସେ ତାଙ୍କ ପ୍ରଶଂସକମାନଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।

class="MsoNormal">ପ୍ରଫୁଲ୍ଲଙ୍କ ପରିବାରକୁ ଚେକ୍‌ ଦେଉଥିବାର ଏକ ଫଟୋ ଶେଆର କରି ଅର୍ଦ୍ଧେନ୍ଦୁ ଲେଖିଛନ୍ତି, କିଛି ଲୋକ ଆମ ସାହାଯ୍ୟର ଅପେକ୍ଷା କରିଛନ୍ତି। ଆମେ ସେମାନଙ୍କୁ ସାହାଯ୍ୟର ହାତ ବଢେଇବା ଉଚିତ। ଏହି ବିପତ୍ତି ସମୟରେ ପରସ୍ପରକୁ ସାହାଯ୍ୟ କରି ଆଗକୁ ବଢିବାକୁ ହେବ।

Advertisment