Advertisment

ରାଇମୋହନଙ୍କ ଦୁଇ ଝିଅଙ୍କ ଇଚ୍ଛା ପୂରଣ କଲେ ବାବୁସାନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ଦଶହରା ଅବସରରେ ରିଲିଜ୍ ହୋଇଥିଲା ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ମିଷ୍ଟର ମଜ୍‌ନୁ’। ଏହି ଫିଲ୍ମରେ ବାବୁସାନ୍‌ଙ୍କ ବିପକ୍ଷରେ ତିନି ଜଣ ହିରୋଇନ୍- ସୂର୍ଯ୍ୟମୟୀ, ଦିବ୍ୟା ଓ ଶୀତଲ କାମ କରିଛନ୍ତି। ତା’ସହିତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ବାବୁସାନ ଓ ଓଲିଉଡ୍‌ର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ସ୍କ୍ରିନ୍ ଶେଆର୍ କରିଛନ୍ତି। ଉତ୍ତମ ମହାନ୍ତିଙ୍କ ସହିତ ଅନେକ ଫିଲ୍ମରେ କାମ କରିଥିବା ରାଇମୋହନ ‘ମିଷ୍ଟର୍ ମଜ୍‌ନୁ’ରେ ବାବୁସାନଙ୍କ ସହିତ କାମ […]

ରାଇମୋହନଙ୍କ ଦୁଇ ଝିଅଙ୍କ ଇଚ୍ଛା ପୂରଣ କଲେ ବାବୁସାନ୍‌

babu

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ଦଶହରା ଅବସରରେ ରିଲିଜ୍ ହୋଇଥିଲା ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ମିଷ୍ଟର ମଜ୍‌ନୁ’। ଏହି ଫିଲ୍ମରେ ବାବୁସାନ୍‌ଙ୍କ ବିପକ୍ଷରେ ତିନି ଜଣ ହିରୋଇନ୍- ସୂର୍ଯ୍ୟମୟୀ, ଦିବ୍ୟା ଓ ଶୀତଲ କାମ କରିଛନ୍ତି। ତା’ସହିତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ବାବୁସାନ ଓ ଓଲିଉଡ୍‌ର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ସ୍କ୍ରିନ୍ ଶେଆର୍ କରିଛନ୍ତି। ଉତ୍ତମ ମହାନ୍ତିଙ୍କ ସହିତ ଅନେକ ଫିଲ୍ମରେ କାମ କରିଥିବା ରାଇମୋହନ ‘ମିଷ୍ଟର୍ ମଜ୍‌ନୁ’ରେ ବାବୁସାନଙ୍କ ସହିତ କାମ କରି ବେଶ୍ ଖୁସି ଅଛନ୍ତି। ବାବୁସାନ୍‌ଙ୍କ ଅଭିନୟ ଦକ୍ଷତାକୁ ସେ ବେଶ୍ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ଏ ଫିଲ୍ମ ନେଇ ରାଇମୋହନଙ୍କଠାରୁ ଅଧିକ ଖୁସି ହୋଇଛନ୍ତି ତାଙ୍କ ଦୁଇ ଝିଅ। ’ଓଟିଭିର ଗପସପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏ କଥା କହିଥିଲେ।

Advertisment

ରାଇମୋହନ କହିଥିଲେ ଯେ ତାଙ୍କ ଦୁଇ ଝିଅ ସବୁବେଳେ ଚାହୁଁଥିଲେ ସେ ବାବୁସାନ୍‌ଙ୍କ ସହିତ ଫିଲ୍ମ କରନ୍ତୁ। ଆଉ ‘ମିଷ୍ଟ୍‌ର ମଜ୍‌ନୁ’ ଜରିଆରେ ସେମାନଙ୍କର ଏହି ଇଚ୍ଛା ପୂରଣ ହୋଇଛି। ତେବେ ଏହା ସହିତ ଦୁଇ ଝିଅଙ୍କ ଇଚ୍ଛା ପୂରଣ ପାଇଁ ସେ ବାବୁସାନ୍‌ଙ୍କୁ ଧନ୍ୟବାଦ ଦେଇଥିଲେ। ବାବୁସାନ୍‌ ତାଙ୍କ ଝିଅଙ୍କ ସ୍ୱପ୍ନ ପୂରଣ କରିଥିବା ସେ କହିଥିଲେ।

ସୂଚନାଯୋଗ୍ୟ, ୫୦ରୁ ଅଧିକ ଫିଲ୍ମରେ ଉତ୍ତମ ମହାନ୍ତି ଓ ରାଇମୋହନ ଏକାଠି ଅଭିନୟ କରିଛନ୍ତି। ‘ମିଷ୍ଟର୍ ମଜ୍‌ନୁ’ ରିଲିଜ୍ ହେବା ଦିନ ବି ରାଇମୋହନ କହିଥିଲେ ଯେ ବାପା (ଉତ୍ତମ ମହାନ୍ତି)ଙ୍କ ସହିତ ବହୁତ ଲଢ଼େଇ କରିଥିଲି। ଏବେ ପୁଅ (ବାବୁସାନ୍‌) ସହିତ ଲଢ଼େଇ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe