Advertisment

ବାବୁସାନ୍‌ ମିଛ କୁହନ୍ତି !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଚକୋଲେଟ୍ ବୟ ବାବୁସାନ୍‌ ଭାରି ମିଛ କହନ୍ତି। ତା’ସହିତ ଭାରି ଡିପ୍ଲୋମାଟିକ୍ ଉତ୍ତର ବି ଦିଅନ୍ତି। ଏ କଥା ଆମେ କହୁନୁ। ଏ ଅଭିଯୋଗ ଆଣିଛନ୍ତି ଓଲିଉଡ୍‌ ଅଭିନେତ୍ରୀ ତଥା ନିକଟରେ ରିଲିଜ୍ ହୋଇଥିବା ‘ମିଷ୍ଟର ମଜ୍‌ନୁ’ରେ ତାଙ୍କ ସହିତ ଅଭିନୟ କରିଥିବା ଦିବ୍ୟା ଦିଶା। ପ୍ରାୟତଃ ସାକ୍ଷାତକାରଗୁଡ଼ିକରେ ବାବୁସାନ୍ କହନ୍ତି ଯେ ସେ ନାଚି ପାରନ୍ତିନି। ତାଙ୍କର ଷ୍ଟେପ୍‌ କିଛି ମନେ ରହେନି। ନାଚିବା ବେଳେ ସେ ଗୋଳାମିଶା କରି ଦିଅନ୍ତି। […]

ଅଦ୍ୟତନ ହୋଇଛି
ବାବୁସାନ୍‌ ମିଛ କୁହନ୍ତି !

babushan-mohanty

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଚକୋଲେଟ୍ ବୟ ବାବୁସାନ୍‌ ଭାରି ମିଛ କହନ୍ତି। ତା’ସହିତ ଭାରି ଡିପ୍ଲୋମାଟିକ୍ ଉତ୍ତର ବି ଦିଅନ୍ତି। ଏ କଥା ଆମେ କହୁନୁ। ଏ ଅଭିଯୋଗ ଆଣିଛନ୍ତି ଓଲିଉଡ୍‌ ଅଭିନେତ୍ରୀ ତଥା ନିକଟରେ ରିଲିଜ୍ ହୋଇଥିବା ‘ମିଷ୍ଟର ମଜ୍‌ନୁ’ରେ ତାଙ୍କ ସହିତ ଅଭିନୟ କରିଥିବା ଦିବ୍ୟା ଦିଶା।

Advertisment

ପ୍ରାୟତଃ ସାକ୍ଷାତକାରଗୁଡ଼ିକରେ ବାବୁସାନ୍ କହନ୍ତି ଯେ ସେ ନାଚି ପାରନ୍ତିନି। ତାଙ୍କର ଷ୍ଟେପ୍‌ କିଛି ମନେ ରହେନି। ନାଚିବା ବେଳେ ସେ ଗୋଳାମିଶା କରି ଦିଅନ୍ତି। ହେଲା ଏହା ପୂରା ମିଛ ବୋଲି କହିଛନ୍ତି ଦିବ୍ୟା।

ସେ କହିଛନ୍ତି, ବାବୁସାନ୍‌ ଜଣେ ଭଲ ଅଭିନେତା। ତା’ ସହିତ ସେ ଜଣେ ଭଲ ଡ୍ୟାନ୍ସର ମଧ୍ୟ। ସେ ଖୁବ୍‌ଶୀଘ୍ର ଷ୍ଟେପ୍ସ ଧରି ନିଅନ୍ତି। କିନ୍ତୁ ମିଛରେ କୁହନ୍ତି ଯେ ତାଙ୍କୁ ନାଚ ଜଣା ନାହିଁ। ସେ ଷ୍ଟେପ୍‌ ଭୁଲି ଯା’ନ୍ତି ବୋଲି ସେ ଯାହା କହନ୍ତି, ତାହା ପୂରା ମିଛ।

Advertisment

publive-imageସୂଚନାଯୋଗ୍ୟ, ଏଥର ଦଶହରାରେ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ମିଷ୍ଟର ମଜ୍‌ନୁ‘ ରିଲିଜ୍ ହୋଇଛି। ଏଥିରେ ବାବୁସାନଙ୍କ ସହିତ ଶୀତଲ, ସୂର୍ଯ୍ୟମୟୀ ଓ ଦିବ୍ୟା ଲିଡ୍ ରୋଲ୍‌ରେ ଅଛନ୍ତି। ଏହି ଫିଲ୍ମରେ ଦିବ୍ୟା ଓ ବାବୁସାନ୍‌ଙ୍କର ଗୋଟେ ଡ୍ୟାନ୍ସ ନମ୍ବର ରହିଛି। ‘ଉଠିଗଲା ଧାରା ୩୭୦’ ଗୀତରେ ଉଭୟେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe