Advertisment

‘ହେଲୋ, ମୁଁ ଆସୁଛି ଭୁବନେଶ୍ୱର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଲୋକପ୍ରିୟ ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ନିଃଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବାରୁ ହାଇଦ୍ରାବାଦ୍‌ର ଏକ ମେଡିକାଲ୍‌ରେ ବିଜୟ ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ଆଜି ଆଇସିୟୁରୁ ତାଙ୍କୁ ଡିସଚାର୍ଜ କରାଯାଇଛି। ସେ ହାଇଦ୍ରାବାଦରୁ ଭୁବନେଶ୍ୱର ଫେରୁଛନ୍ତି। ବିଜୟଙ୍କୁ ଆଣିବା ପାଇଁ ଭୁବନେଶ୍ୱରରୁ ଏକ ଆମ୍ୱୁଲାସ ଗାଡ଼ି ସହିତ ଏକ ଟିମ୍‌ ଆଜି ହାଇଦ୍ରାବାଦ୍‌ ଯାଇଛନ୍ତି। ଏହି ଟିମ୍‌ରେ ଜଣେ ଡାକ୍ତର, ଜଣେ ଟେକ୍‌ନିସିଆନ୍‌ […]

ଅଦ୍ୟତନ ହୋଇଛି
‘ହେଲୋ, ମୁଁ ଆସୁଛି ଭୁବନେଶ୍ୱର’

bijaya

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଲୋକପ୍ରିୟ ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ନିଃଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବାରୁ ହାଇଦ୍ରାବାଦ୍‌ର ଏକ ମେଡିକାଲ୍‌ରେ ବିଜୟ ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ଆଜି ଆଇସିୟୁରୁ ତାଙ୍କୁ ଡିସଚାର୍ଜ କରାଯାଇଛି। ସେ ହାଇଦ୍ରାବାଦରୁ ଭୁବନେଶ୍ୱର ଫେରୁଛନ୍ତି।

Advertisment

ବିଜୟଙ୍କୁ ଆଣିବା ପାଇଁ ଭୁବନେଶ୍ୱରରୁ ଏକ ଆମ୍ୱୁଲାସ ଗାଡ଼ି ସହିତ ଏକ ଟିମ୍‌ ଆଜି ହାଇଦ୍ରାବାଦ୍‌ ଯାଇଛନ୍ତି। ଏହି ଟିମ୍‌ରେ ଜଣେ ଡାକ୍ତର, ଜଣେ ଟେକ୍‌ନିସିଆନ୍‌ ଏବଂ ଦୁଇଜଣ ଡ୍ରାଇଭର ରହିଛନ୍ତି। ଏହା ସହିତ ଆମ୍ୱୁଲାନ୍ସରେ ସପୋର୍ଟ ପାଇଁ ପୂରା ଅପରେସନ୍‌ ଥିଏଟର୍‌ ରହିଛି।

ବିଜୟ ଭୁବନେଶ୍ୱର ଆସିବା ନେଇ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଥିରେ ବିଜୟ ହାତ ହଲାଇ କହୁଛନ୍ତି ‘ହେଲୋ, ମୁଁ ଆସୁଛି ଭୁବନେଶ୍ୱର। ’

Advertisment

ସୂଚନାଯୋଗ୍ୟ, ବିଜୟ ମହାନ୍ତିଙ୍କ ଦେହ ଅସୁସ୍ଥ ଥିବା ସମ୍ପର୍କରେ ଅଭିନେତା ଶ୍ରୀତମ ଦାସ ପ୍ରଥମେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ପରେ ତାଙ୍କ ପତ୍ନୀ ତନ୍ଦ୍ରା ରାୟ ମଧ୍ୟ ସେ ଅସୁସ୍ଥ ଥିବା କଥା କହିଥିଲେ। ସେ କହିଥିଲେ ଯେ, ବିଜୟ ମହାନ୍ତି ମେଡିକାଲ ଚେକଅପ୍‌ ପାଇଁ ଯାଇଥିବା ବେଳେ ତାଙ୍କୁ ହୃଦଘାତ ହୋଇଥିଲା। ତାଙ୍କୁ ଆଇସିୟୁରେ ରଖାଯାଇଛି।

ବିଜୟ ମହାନ୍ତି ୧୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ବିଭିନ୍ନ ପ୍ରକାରର ଚରିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଛନ୍ତି। ସେ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର‘ ମଧ୍ୟ ପାଇଛନ୍ତି। ୨୦୧୪ରେ ସେ କଂଗ୍ରେସରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ତେବେ ହାରି ଯାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe