Advertisment

DIYକୁ ଗୁରୁତ୍ୱ ଦିଅନ୍ତି ସିଦ୍ଧାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଦୀର୍ଘ ୨୭ ବର୍ଷ ହେଲାଣି ଓଲିଉଡ୍‌ରେ ଅଛନ୍ତି। ୧୯୯୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଶ୍ରଦ୍ଧାଞ୍ଜଳି’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ୧୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଥିବା ସିଦ୍ଧାନ୍ତ କେବେ ବି ଶୁଟିଂ ସେଟ୍‌ରେ ପହଞ୍ଚିବାରେ ବିଳମ୍ବ କରନ୍ତି ନାହିଁ। ସେ ସବୁବେଳେ ଶୁଟିଂ ସେଟ୍‌ରେ ଠିକ୍ ସମୟରେ ପହଞ୍ଚିବାକୁ ପସନ୍ଦ କରନ୍ତି। କେବଳ ଶୁଟିଂ ସେଟ୍‌କୁ ନୁହେଁ, ଯେ କୌଣସି କାର୍ଯ୍ୟକ୍ରମକୁ ମଧ୍ୟ ସେ ଧାର୍ଯ୍ୟ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଏହି ଅଭିନେତ୍ରୀଙ୍କ ସହ ସିଦ୍ଧାନ୍ତଙ୍କର ରହିଛି ଭଲ ବୁଝାମଣା

sidhant

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଦୀର୍ଘ ୨୭ ବର୍ଷ ହେଲାଣି ଓଲିଉଡ୍‌ରେ ଅଛନ୍ତି। ୧୯୯୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଶ୍ରଦ୍ଧାଞ୍ଜଳି’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ୧୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଥିବା ସିଦ୍ଧାନ୍ତ କେବେ ବି ଶୁଟିଂ ସେଟ୍‌ରେ ପହଞ୍ଚିବାରେ ବିଳମ୍ବ କରନ୍ତି ନାହିଁ। ସେ ସବୁବେଳେ ଶୁଟିଂ ସେଟ୍‌ରେ ଠିକ୍ ସମୟରେ ପହଞ୍ଚିବାକୁ ପସନ୍ଦ କରନ୍ତି। କେବଳ ଶୁଟିଂ ସେଟ୍‌କୁ ନୁହେଁ, ଯେ କୌଣସି କାର୍ଯ୍ୟକ୍ରମକୁ ମଧ୍ୟ ସେ ଧାର୍ଯ୍ୟ ସମୟରେ ପହଞ୍ଚନ୍ତି। ଏହା ତାଙ୍କର ଗୋଟିଏ ଭଲ ଗୁଣ। ସେହିପରି ସେ ସବୁବେଳେ ନିଜ କାମ ନିଜେ କରିବାକୁ ଭଲ ପା’ନ୍ତି।

Advertisment

ଓଟିଭିରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଗପସପ’ର ଏକ ଏପିସୋଡ୍‌ରେ ସିଦ୍ଧାନ୍ତ କହିଥିଲେ ଯେ ତାଙ୍କ ଜୀବନରେ ଏକ ନିୟମ ରହିଛି। ତାହା ହେଉଛି DIY ‍‍(Do it yourself), ଅର୍ଥାତ୍ ନିଜ କାମ ନିଜେ କର। ସେ ଅଧିକାଂଶ ସମୟରେ ନିଜ କାମ ନିଜେ କରନ୍ତି। କେଶ ରଙ୍ଗ କରିବାଠୁ ଆରମ୍ଭ କରି ବାସନ ମାଜିବା ଏବଂ ଡ୍ରେସ୍‌ ସଫା କରିବା ପର୍ଯ୍ୟନ୍ତ ସବୁ କାମ ସେ ନିଜେ କରିଥା’ନ୍ତି।

କାର୍‌ ଓ ବାଇକ୍ ଆଦି ଥିଲେ ମଧ୍ୟ ସିଦ୍ଧାନ୍ତ ସାଇକେଲ୍‌ ଚଲାଇବାକୁ ଭଲ ପା’ନ୍ତି। ପ୍ରତିଦିନ ସକାଳେ ସେ ସାଇକେଲିଂ କରନ୍ତି। ସିଦ୍ଧାନ୍ତ କହନ୍ତି ଏଥିରୁ ତାଙ୍କୁ ଦୁଇଟି ଲାଭ ମିଳେ। ଗୋଟେ ହେଉଛି- ତାଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହେ। ଅନ୍ୟଟି ହେଲା- ଲୋକମାନଙ୍କ ମଧ୍ୟରେ ସେ ସଚେତନତା ସୃଷ୍ଟି କରିପାରନ୍ତି। ଯାନବାହନ ସଂଖ୍ୟା ବଢ଼ୁଥିବାରୁ ପ୍ରଦୂଷଣ ବଢ଼ୁଛି। ଭବିଷ୍ୟତରେ ଏହା ପରିବେଶକୁ ନଷ୍ଟ କରି ଦେବ। ତେଣୁ ସମସ୍ତେ ସାଇକେଲ୍‌ ଚଲାଇବାର ଅଭ୍ୟାସ ଆରମ୍ଭ କରି ଦେବା ଉଚିତ୍‌।

Advertisment