Advertisment

ପରିବାର ଲୋକଙ୍କଠୁ ଗାଳି ଶୁଣନ୍ତି ରାଇମୋହନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଖାପାଖି ୧୦୦ଟି ଓଲିଉଡ୍‌ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି ରାଇମୋହନ ପରିଡ଼ା। କେବଳ ଓଲିଉଡ୍‌ ନୁହେଁ, ଜଲିଉଡ୍‌ରେ ମଧ୍ୟ ତାଙ୍କର ଲୋକପ୍ରିୟତା କାହିଁରେ କ’ଣ। ସେ ୪୦ରୁ ଅଧିକ ଯାତ୍ରାରେ କାମ କରିଛନ୍ତି। ଏଥିସହ ତାଙ୍କୁ ୧୫ରୁ ଅଧିକ ବଙ୍ଗଳା ଫିଲ୍ମରେ ବି ଦେଖିବାକୁ ମିଳିଛି। କିନ୍ତୁ ପ୍ରତି ଫିଲ୍ମ ପାଇଁ ରାଇମୋହନ ପରିବାର ଲୋକଙ୍କଠାରୁ ଗାଳି ଶୁଣିଛନ୍ତି। ରାଇମୋହନ ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରନ୍ତି। ଚରିତ୍ର ଅନୁସାରେ କେଉଁ […]

ଅଦ୍ୟତନ ହୋଇଛି
ପରିବାର ଲୋକଙ୍କଠୁ ଗାଳି ଶୁଣନ୍ତି ରାଇମୋହନ

raimohan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଖାପାଖି ୧୦୦ଟି ଓଲିଉଡ୍‌ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି ରାଇମୋହନ ପରିଡ଼ା। କେବଳ ଓଲିଉଡ୍‌ ନୁହେଁ, ଜଲିଉଡ୍‌ରେ ମଧ୍ୟ ତାଙ୍କର ଲୋକପ୍ରିୟତା କାହିଁରେ କ’ଣ। ସେ ୪୦ରୁ ଅଧିକ ଯାତ୍ରାରେ କାମ କରିଛନ୍ତି। ଏଥିସହ ତାଙ୍କୁ ୧୫ରୁ ଅଧିକ ବଙ୍ଗଳା ଫିଲ୍ମରେ ବି ଦେଖିବାକୁ ମିଳିଛି। କିନ୍ତୁ ପ୍ରତି ଫିଲ୍ମ ପାଇଁ ରାଇମୋହନ ପରିବାର ଲୋକଙ୍କଠାରୁ ଗାଳି ଶୁଣିଛନ୍ତି।

Advertisment

ରାଇମୋହନ ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରନ୍ତି। ଚରିତ୍ର ଅନୁସାରେ କେଉଁ ଫିଲ୍ମରେ ଦୁଷ୍କର୍ମ କରନ୍ତି ତ ଆଉ କେଉଁଥିରେ କାହାକୁ ହତ୍ୟା କରନ୍ତି। ସେଥିପାଇଁ ତାଙ୍କ ପରିବାର ଲୋକେ ତାଙ୍କୁ ଗାଳି କରନ୍ତି। ସେମାନେ ତାଙ୍କ ଫିଲ୍ମ ଚରିତ୍ରକୁ ନେଇ ଗାଳି କରନ୍ତି। ‘ତରଙ୍ଗ’ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଆମ ରାଜାବାବୁ ଘର ଖାନା’ର ଏକ ଅଧ୍ୟାୟରେ ସେ ଏକଥା କହିଥିଲେ।

ରାଇମୋହନ କହିଥିଲେ, “ଉଦଣ୍ଡି ସୀତା’ ଫିଲ୍ମରେ ଯେତେବେଳେ ତାଙ୍କୁ ଅଭିନେତ୍ରୀ ଅପରାଜିତା ମହାନ୍ତି ମାରୁଥିଲେ ସେତେବେଳେ ମୋ ବାପା କହିଥିଲେ ମାର୍ ଶଳାକୁ। ଫିଲ୍ମରେ ଯେତେବେଳେ ମୋତେ ମରିବାକୁ ହୁଏ ସେତେବେଳେ ମୋ ବଡ଼ ଝିଅ ସେ ସିନ୍ ଦେଖିପାରେ ନାହିଁ। ସେ ମୋତେ କୁଣ୍ଢେଇ କହେ ଯେ ସେ ମୋ ମରିବା ସିନ୍ ଦେଖିପାରିବ ନାହିଁ। କିନ୍ତୁ ସାନ ଝିଅ ତାର ପୂରା ବିପରୀତ। ସେ କହେ ବାପା ଭଲ ହେଲା, ତୁମ ମରିବା ସମୟ ଆସିଲା। ଏବେ ମତେ ଭଲ ଲାଗିଲା।”

Advertisment

ସେ କହିଥିଲେ ଯେ ତାଙ୍କ ଅଭିନୟ ଏତେ ବାସ୍ତବ ହୋଇଯାଏ ଯେ ଲୋକମାନେ ତାକୁ ହୃଦୟକୁ ନେଇ ଯା’ନ୍ତି ଓ ତାଙ୍କୁ ଗାଳି ଦିଅନ୍ତି। ସିନେମା ହଲ୍‌ରେ ଏମିତି ଅନେକଥର ହୋଇଛି। ଲୋକ ମାନେ ଫିଲ୍ମ ଦେଖି ମନଇଚ୍ଛା ଗାଳିକରନ୍ତି। କିନ୍ତୁ ସେ ଗାଳି ବି ଖୁସି ଲାଗେ। କାରଣ ସେମାନେ ତାଙ୍କୁ ଗାଳି କରନ୍ତିନି। ତାଙ୍କ ଚରିତ୍ରକୁ ଗାଳି କରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe