କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲେ ସବ୍ୟସାଚୀ

ଭୁବନେଶ୍ୱର (ଓଡିଶା ରିପୋର୍ଟର): କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ବର୍ଗର ଲୋକେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅର୍ଥ ଦେଉଛନ୍ତି। ଆଉ ଏଥିରେ ସାମିଲ ହୋଇଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର।  ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦେଇଛନ୍ତି। ସବ୍ୟସାଚୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି।   ଏଥିରେ ସେ ୧ ଲକ୍ଷ ଟଙ୍କାର ଚେକ୍‌ର ଫଟୋ ଶେଆର କରିଉନ୍ତି। ଏହା ସହିତ ସେ ଲେଖିଛନ୍ତି ଯେ […]

sabyasachi

Biswobandita Swain
  • Published: Saturday, 28 March 2020
  • , Updated: 28 March 2020, 10:08 AM IST

ଭୁବନେଶ୍ୱର (ଓଡିଶା ରିପୋର୍ଟର): କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ବର୍ଗର ଲୋକେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅର୍ଥ ଦେଉଛନ୍ତି। ଆଉ ଏଥିରେ ସାମିଲ ହୋଇଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର।  ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦେଇଛନ୍ତି। ସବ୍ୟସାଚୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି।  

ଏଥିରେ ସେ ୧ ଲକ୍ଷ ଟଙ୍କାର ଚେକ୍‌ର ଫଟୋ ଶେଆର କରିଉନ୍ତି। ଏହା ସହିତ ସେ ଲେଖିଛନ୍ତି ଯେ କୋଭିଡ୍-୧୯ ବିରୋଧରେ ଚାଲିଥିବା ଲଢ଼େଇକୁ ସମର୍ଥନ କରି ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୧ ଲକ୍ଷ ଟଙ୍କା ଦେଇଛନ୍ତି। ତା’ସହିତ ସମସ୍ତେ ସହାୟତାରେ ହାତ ବଢ଼ାଇବାକୁ ସେ ଅନୁରୋଧ କରିଛନ୍ତି। 

 

https://www.instagram.com/p/B-NBS48AqmE/?igshid=u5i0matnkqwr

ସବ୍ୟସାଚୀ ଲେଖିଛନ୍ତି ଯେ ୭ ଦିନ ଘରେ ରହିବା ପରେ ସେ ଏହି ଚେକ୍ ଡିପୋଜିଟ୍ କରିବାକୁ ବ୍ୟାଙ୍କକୁ ଯାଇଥିଲେ। ଏଥିପାଇଁ ସେ ୧୦୦ (ପୁଲିସ୍ କଣ୍ଟ୍ରୋଲ୍ ରୁମ୍‌)କୁ ଡାଏଲ୍ କରିଥିଲେ ଓ ବାହାରକୁ ଯିବାର ଉଦ୍ଦେଶ୍ୟ ସଂପର୍କରେ ଜଣାଇଥିଲେ। ଏହାପରେ ସେମାନେ ତତ୍‌କ୍ଷଣାତ୍ ଏକ ଅସ୍ଥାୟୀ ପାସ୍ ତାଙ୍କୁ ଦେଇଥିଲେ, ଯାହା ଏସ୍‌ଏମ୍‌ଏସ୍ ଜରିଆରେ ଆସିଥିଲା। ତା’ପରେ ସେ ବ୍ୟାଙ୍କ ଯାଇଥିଲେ। ଏହା ସହିତ ସେ କହିଛନ୍ତି ଯେ ସମସ୍ତଙ୍କ ସୁରକ୍ଷା ପାଇଁ ଲକ୍‌ଡାଉନ୍ କରାଯାଇଛି। କିନ୍ତୁ କିଛି ଅଟକି ଯାଇନାହିଁ। ଜରୁରୀସେବା ଭଲ ଭାବେ ଚାଲୁଛି। ତେଣୁ କେହି ଭୟଭୀତ ହେବା ଦରକାର ନାହିଁ। କେବଳ ସୁରକ୍ଷିତ ରହିବାର ଆବଶ୍ୟକତା ରହିଛି।   

ସୂଚନାଯୋଗ୍ୟ, ଓଡ଼ିଶାରେ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ସିଧାସଳଖ ଆସିଥିବା ଅନେକ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ବା ଏକାନ୍ତବାସରେ ରଖାଯାଇଛି।  

Related story