ପୂରଣ ହେଲା ସ୍ୱରାଜ ଓ ଭୂମିକାଙ୍କ ଇଚ୍ଛା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତା ସ୍ୱରାଜ ବାରିକ୍‌ ଏବଂ ଅଭିନେତ୍ରୀ ଭୂମିକା ଦାସ ଶିଶୁ କଳାକାର ଭାବେ ଅଭିନୟ ଦୁନିଆରେ ପାଦ ରଖିଥିଲେ। ୨୦୧୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ’ ମାଧ୍ୟମରେ ଦୁହେଁ ବଡ଼ ପରଦାରେ ଡେବ୍ୟୁ କରିଥିଲେ। ଫିଲ୍ମଟି ହିଟ୍‌ ହୋଇଥିଲା। ଦୁହିଁଙ୍କ ଅଭିନୟକୁ ଦର୍ଶକମାନେ ବହୁତ ପ୍ରଶଂସା କରିଥିଲେ। ନାୟକ ଓ ନାୟିକା ଭାବେ ଏ ଦୁହେଁ ଯେ କେବଳ ଈର୍ଷଣୀୟ ଡେବ୍ୟୁ କରିଥିଲେ ତା’ ନୁହେଁ, ସେମାନଙ୍କ ବହୁ […]

bhoomika-dash

Biswobandita Swain
  • Published: Tuesday, 03 September 2019
  • , Updated: 03 September 2019, 12:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତା ସ୍ୱରାଜ ବାରିକ୍‌ ଏବଂ ଅଭିନେତ୍ରୀ ଭୂମିକା ଦାସ ଶିଶୁ କଳାକାର ଭାବେ ଅଭିନୟ ଦୁନିଆରେ ପାଦ ରଖିଥିଲେ। ୨୦୧୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ’ ମାଧ୍ୟମରେ ଦୁହେଁ ବଡ଼ ପରଦାରେ ଡେବ୍ୟୁ କରିଥିଲେ। ଫିଲ୍ମଟି ହିଟ୍‌ ହୋଇଥିଲା। ଦୁହିଁଙ୍କ ଅଭିନୟକୁ ଦର୍ଶକମାନେ ବହୁତ ପ୍ରଶଂସା କରିଥିଲେ। ନାୟକ ଓ ନାୟିକା ଭାବେ ଏ ଦୁହେଁ ଯେ କେବଳ ଈର୍ଷଣୀୟ ଡେବ୍ୟୁ କରିଥିଲେ ତା’ ନୁହେଁ, ସେମାନଙ୍କ ବହୁ ଦିନର ଇଚ୍ଛା ବି ଏହି ଫିଲ୍ମ ମାଧ୍ୟମରେ ପୂରଣ ହୋଇଥିଲା। ସେମାନଙ୍କ ସେ ଇଚ୍ଛା ସଂପର୍କରେ ଆପଣ ଜାଣନ୍ତି କି? ହୁଏତ ଆପଣମାନେ ଭାବୁଥିବେ ଫିଲ୍ମରେ ନାୟକ ଓ ନାୟିକ ଭାବେ ଅଭିନୟ କରିବାକୁ ସେମାନେ ସ୍ୱପ୍ନ ଦେଖୁଥିଲେ। ତା’ହେଲେ ଆପଣ ଭୁଲ୍ ଭାବୁଛନ୍ତି। ସେମାନଙ୍କର କିଛି ଅଲଗା ଇଚ୍ଛା ଥିଲା।

ଶିଶୁ କଳାକାର ଭାବେ ସ୍ୱରାଜ କେବଳ ଗରିବ ପରିବାରର ପୁଅ ଭାବେ ଅଭିନୟ କରିଥିଲେ। ତେଣୁ ତାଙ୍କର ଇଚ୍ଛା ଥିଲା ଯେ, ସେ କେବେ ନା କେବେ ଗୋଟେ ଧନୀ ଘରର ପୁଅ ଭାବେ ଅଭିନୟ କରିବେ। ଆଉ  ‘ତୁ ମୋ ଲଭ୍‌ ଷ୍ଚୋରୀ’ ଫିଲ୍ମରେ ତାଙ୍କର ଏହି ଇଚ୍ଛା ପୂରଣ ହୋଇଥିଲେ। ଏଥିରେ ତାଙ୍କୁ ନାୟକ ଭୂମିକା ମିଳିଥିଲା ଓ ତା’ସହିତ ସେ ଧନୀ ଘରର ପୁଅ ବି ହୋଇଥିଲେ। ସେ ଏଥିରେ ଗୃହମନ୍ତ୍ରୀଙ୍କ ପୁଅ ହୋଇଥିଲେ।

ସେମିତି ଭୂମିକାଙ୍କର ମଧ୍ୟ ଗୋଟ ଇଚ୍ଛା ଥିଲା। ସ୍ୱରାଜଙ୍କ ଭଳି ଭୂମିକା ମଧ୍ୟ ଶିଶୁ କଳାକାର ଭାବେ ଓଲିଉଡ୍‌ରେ କାମ କରିଥିଲେ। ତେବେ ସେ ସମୟରେ ସେ ବିନା ମେକ୍‌ଅପ୍‌ରେ ବେଶ୍ ସାଦାସିଧା ବେଶରେ ପରଦାକୁ ଆସୁଥିଲେ। ତେଣୁ ସେ ସୁନ୍ଦର ଡ୍ରେସ୍ ପିନ୍ଧି ଓ ମେକ୍‌ଅପ୍ ନେଇ ପରଦାକୁ ଆସିବାକୁ ଚାହୁଁଥିଲେ। ଏହି ଫିଲ୍ମରେ ଭୂମିକାଙ୍କର ସେହି ଇଚ୍ଛା ପୂରଣ ହୋଇଯାଇଥିଲା। ‘ଓଟିଭି’ରେ ପ୍ରସାରିତ ଟକ୍ ଶୋ’ ‘ଗପସପ’ର ଏକ ଏପିସୋଡ୍‌ରେ ଅତିଥି ହୋଇ ଆସିଥିବା ବେଳେ ସ୍ୱରାଜ ଓ ଭୂମିକା ଏ ବିଷୟରେ କହିଥିଲେ।

ସୂଚନା ଅନୁଯାୟୀ, ସ୍ୱରାଜ ଏବଂ ଭୂମିକାଙ୍କ ଡେବ୍ୟୁ ଫିଲ୍ମ ‘ତୁମ ଲଭ୍‌ ଷ୍ଟୋରୀ’ ହିଟ୍‌ ହେବା ପରେ ଚଳିତ ବର୍ଷ ‘ତୁମ ଲଭ୍‌ ଷ୍ଟୋରୀ-୨’ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ମଧ୍ୟ ଭୂମିକା ଏବଂ ସ୍ୱରାଜ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ।

Related story