Advertisment

ଭେଟରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର, ହସ୍ପିଟାଲରେ ଭର୍ତ୍ତି

୧୯୫୮ ମସିହା ଡିସେମ୍ବର ୨୩ରେ ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମ ଗ୍ରହଣ କରିଥିଲେ। ୬୬ ବର୍ଷୀୟ ଉତ୍ତମ ମହାନ୍ତି ଅଭିମାନ ସିନେମାରୁ ତାଙ୍କ ଫିଲ୍ମ କ୍ୟାରିୟରର ଆରମ୍ଭ କରିଥିଲେ।

author-image
Hemant Lenka
uttam mohanty

uttam mohanty

ଓଡ଼ିଆ ସିନେମା ଜଗତର ଭେଟରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Advertisment

୧୯୫୮ ମସିହା ଡିସେମ୍ବର ୨୩ରେ ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମ ଗ୍ରହଣ କରିଥିଲେ। ୬୬ ବର୍ଷୀୟ ଉତ୍ତମ ମହାନ୍ତି ଅଭିମାନ ସିନେମାରୁ ତାଙ୍କ ଫିଲ୍ମ କ୍ୟାରିୟରର ଆରମ୍ଭ କରିଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ ସେନମା ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ୧୩୦ରୁ ଅଧିକ ଓଡ଼ିଆ ସିନେମାରେ ସେ ଅଭିନୟ କରିଛନ୍ତି। କେବଳ ଓଡ଼ିଆ ନୁହେଁ, ଶ୍ରୀ ମହାନ୍ତି ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ମଧ୍ୟ ନିଜ ଛାପ ଛାଡ଼ିଛନ୍ତି।

୧୯୭୭ ମସିହାରେ ସେ ଅଭିମାନ ସିନେମାରେ ଅଭିନୟ କରିବା ପରେ ୩ ବର୍ଷ ଯାଏ ଆଉ ବଡ଼ ପରଦାରେ ନଜର ଆସି ନଥିଲେ। ସେ ନିଜର ପାଠପଢ଼ା ଓ ଅନ୍ୟ କାମରେ ବ୍ୟସ୍ତ ରହିଥିଲେ। ଏହାପରେ ୧୯୮୦ରେ ରାମାୟଣ, ୧୯୮୨ରେ ଫୁଲଚନ୍ଦନ ଓ ୧୯୮୩ରେ ସୀତା ପରି ଝିଅଟିଏ ସିନେମା ସୁପର ହିଟ ହୋଇଥିଲା। ସହରୀ ବାଘ, ପୂଜାଫୁଲ, ସୁହାଗ ସିନ୍ଦୁର, ଜୋର ଯାର ମୂଲକ ତା’ର, ଏଇ ଆମ ସଂସାର, କପାଳ ଲିଖନ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା ଭଳି ସୁପର ହିଟ ସିନେମା ଉତ୍ତମ ମହାନ୍ତିଙ୍କୁ ଘରେ ଘରେ ପରିଚିତ କରାଇଥିଲା।

Advertisment

ଉତ୍ତମ ମହାନ୍ତି ଓଡ଼ିଆ ସିନେମାର ଭେଟରାନ ଅଭିନେତ୍ରୀ ଅପରାଜିତଙ୍କୁ ବିବାହ କରିଥିଲେ। ତାଙ୍କ ପୁଅ ବାବୁଶାନ ମଧ୍ୟ ଜଣେ ଅଭିନେତା। ସିନେମା ଜଗତ ପ୍ରତି ଉତ୍ତମ ମହାନ୍ତିଙ୍କ ଅବଦାନକୁ କେହି ବି କେବେ ଭୁଲି ପାରିବେ ନାହିଁ।

ତାଙ୍କ ୧୯୯୯ରେ ଜୟଦେବ ପୁରସ୍କାର ମିଳିଥିଲା। ତୋ ବିନୁ ଅନ୍ୟଗତି ନାହିଁ ଫିଲ୍ମ ପାଇଁ ଉତ୍ତମ ମହାନ୍ତି ୧୯୯୧ରେ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପାଇଥିଲେ। ୧୯୮୪ରେ ଦଣ୍ଡା ବାଳୁଙ୍ଗା ପାଇଁ ତାଙ୍କୁ ରାଜ୍ୟ ସରକାର ଶ୍ରେଷ୍ଠ ଅଭିନେତା ପୁରସ୍କାର ଦେଇଥିଲେ। ୧୯୮୩ରେ ମଧ୍ୟ ସେ ଝିଅଟି ସୀତା ପରି ପାଇଁ ରାଜ୍ୟ ଫିଲ୍ମ ପୁରସ୍କାର ଜିତିଥିଲେ।

୧୯୮୨ରେ ଫୁଲ ଚନ୍ଦନ ପାଇଁ ମଧ୍ୟ ତାଙ୍କୁ ରାଜ୍ୟ ଫିଲ୍ମ ପୁରସ୍କାର ମିଳିଥିଲା। ସେ ଓଡ଼ିଆ ସିନେମାର ଏକମାତ୍ର ଅଭିନେତା ଯିଏ ୧୯୮୨,୧୯୮୩ ଓ ୧୯୮୪ କ୍ରମାଗତ ୩ ବର୍ଷ ଧରି ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ।

Odisha Uttam Mohanty