Advertisment

ନୂଆ କଳାକାରଙ୍କୁ କ’ଣ ବୁଝାନ୍ତି ମିହିର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ମିହିର ଦାସ। ୧୯୭୯ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ମଥୁରା ବିଜୟ’ରୁ ସେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ପାଖାପାଖି ୧୫୦ ଫିଲ୍ମରେ ସେ ଅଭିନୟ କରି ସାରିଲେଣି। ନିଜେ ଅଭିନୟ କରିବା ସହ ଅନ୍ୟ କଳାକାରଙ୍କୁ ଅଭିନୟ କରିବାର ସୁଯୋଗ ମଧ୍ୟ ଦିଅନ୍ତି ମିହିର। ଓଟିଭିର ‘ଗପସପ’ କାର୍ଯ୍ୟକ୍ରମରେ ସେ କହିଥିଲେ, “ଯଦି କେହି ଦକ୍ଷ ନୂଆ କଳାକାର ମୋତେ ଦେଖା କରନ୍ତି […]

ନୂଆ କଳାକାରଙ୍କୁ କ’ଣ ବୁଝାନ୍ତି ମିହିର

mihir-das

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ମିହିର ଦାସ। ୧୯୭୯ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ମଥୁରା ବିଜୟ’ରୁ ସେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ପାଖାପାଖି ୧୫୦ ଫିଲ୍ମରେ ସେ ଅଭିନୟ କରି ସାରିଲେଣି। ନିଜେ ଅଭିନୟ କରିବା ସହ ଅନ୍ୟ କଳାକାରଙ୍କୁ ଅଭିନୟ କରିବାର ସୁଯୋଗ ମଧ୍ୟ ଦିଅନ୍ତି ମିହିର।

Advertisment

ଓଟିଭିର ‘ଗପସପ’ କାର୍ଯ୍ୟକ୍ରମରେ ସେ କହିଥିଲେ, “ଯଦି କେହି ଦକ୍ଷ ନୂଆ କଳାକାର ମୋତେ ଦେଖା କରନ୍ତି ଓ ଅଭିନୟ କରିବାକୁ ଚାହୁଁଛନ୍ତି ବୋଲି କହନ୍ତି, ତା’ହେଲେ ମୁଁ ତାଙ୍କୁ ବିଭିନ୍ନ ନିର୍ଦ୍ଦେଶକଙ୍କ ନମ୍ବର ଦିଏ ଏବଂ ସେମାନଙ୍କ ସହ କଥା ହେବାକୁ କହେ। କିଛି ପିଲାଙ୍କୁ ମୁଁ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ନମ୍ବର ଦେଇଥିଲି। ସେ ସେମାନଙ୍କୁ କାମ ଦେଇଛନ୍ତି। କିନ୍ତୁ ପ୍ରଥମେ ମୁଁ ଦେଖେ ଯେ ପିଲାଟି ସତରେ ଅଭିନୟ କରିପାରିବ କି ନାହିଁ।”

ମିହିର ଆହୁରି କହିଥିଲେ, “କେବେକେବେ ମୁଁ ନୂଆ ନୂଆ ଅଭିନୟ କରିବାକୁ ଏବଂ ଓଲିଉଡ୍‌ରେ ପାଦ ଥାପିବାକୁ ଯାଉଥିବା ପିଲାଙ୍କୁ ବୁଝାଏ ଯେ ଯଦି ଭୋକିଲା ରହିବାକୁ ଇଚ୍ଛା ଅଛି, ପରିବାର ସହ ସମୟ ଅତିବାହିତ ନକରିପାରିବାକୁ ପ୍ରସ୍ତୁତ ଅଛନ୍ତି, ତା’ହେଲେ ଏହି ଲାଇନ୍‌କୁ ଆସନ୍ତୁ। ଆଉ ଯଦି ପାଗଳାମି କରିବାକୁ ଚାହୁଁଛ, ତା’ହେଲେ ଏ ଲାଇନ୍‌କୁ ଆସ।”

Advertisment

ସୂଚନାଯୋଗ୍ୟ, ୧୨ ତାରିଖରେ ରିଲିଜ୍‌ ହେବ ମିହିର ଦାସଙ୍କ ଅଭିନୀତ ସିନେମା ‘ବାବୁ ଭାଇଜାନ୍‌’। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅରିନ୍ଦମ ଓ ଶିବାନୀ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe