Advertisment

ସର୍‌ପ୍ରାଇଜ୍‌ ଦେଲେ ଅନ୍ତରା, କାନ୍ଦି ପକାଇଲେ ଅନୁଭା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଜୀବନରେ ବନ୍ଧୁଙ୍କ ଗୁରୁତ୍ୱ ବହୁତ। ଜୀବନର ଚଲାପଥକୁ ସହଜ କରି ଦିଅନ୍ତି ବନ୍ଧୁ। ଆଜି ଭାରତରେ ସେହି ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଉଛି ‘ବନ୍ଧୁତ୍ୱ’ ଦିବସ। ପ୍ରତିବର୍ଷ ଆଗଷ୍ଟ ମାସର ପ୍ରଥମ ରବିବାରକୁ ଆମ ଦେଶରେ ‘ବନ୍ଧୁତ୍ୱ’ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଆମେ ଓଲିଉଡ୍‌ର ଦୁଇ ଜଣ ବନ୍ଧୁଙ୍କ ବିଷୟରେ ଆଲୋଚନା କରିବା। ସେମାନେ ହେଲେ ଅଭିନେତ୍ରୀ ଅନୁଭା ଓ ଗାୟିକା ଅନ୍ତରା। ଏଦୁହେଁ ଖୁବ୍ ଭଲ ସାଙ୍ଗ। […]

author-image
Biswobandita Swain
ଅଦ୍ୟତନ ହୋଇଛି
ସର୍‌ପ୍ରାଇଜ୍‌ ଦେଲେ ଅନ୍ତରା, କାନ୍ଦି ପକାଇଲେ ଅନୁଭା

anu

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଜୀବନରେ ବନ୍ଧୁଙ୍କ ଗୁରୁତ୍ୱ ବହୁତ। ଜୀବନର ଚଲାପଥକୁ ସହଜ କରି ଦିଅନ୍ତି ବନ୍ଧୁ। ଆଜି ଭାରତରେ ସେହି ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଉଛି ‘ବନ୍ଧୁତ୍ୱ’ ଦିବସ। ପ୍ରତିବର୍ଷ ଆଗଷ୍ଟ ମାସର ପ୍ରଥମ ରବିବାରକୁ ଆମ ଦେଶରେ ‘ବନ୍ଧୁତ୍ୱ’ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଆମେ ଓଲିଉଡ୍‌ର ଦୁଇ ଜଣ ବନ୍ଧୁଙ୍କ ବିଷୟରେ ଆଲୋଚନା କରିବା। ସେମାନେ ହେଲେ ଅଭିନେତ୍ରୀ ଅନୁଭା ଓ ଗାୟିକା ଅନ୍ତରା। ଏଦୁହେଁ ଖୁବ୍ ଭଲ ସାଙ୍ଗ।

Advertisment

ଅନୁଭା କହନ୍ତି,“ଅନ୍ତରା ମୋତେ ଖୁବ୍‌ ଭଲ ପାଆନ୍ତି। କେତେବେଳେ ଯେ ଅନ୍ତରା ମୋର ଜଣେ ଉତ୍ତମ ବନ୍ଧୁ ପାଲଟିଗଲେ, ତାହା ମୁଁ ନିଜେ ବି ଜାଣିପାରିଲି ନାହିଁ। ଅନ୍ତରା ଏମିତି ଜଣେ ବନ୍ଧୁ ଯିଏ ମୋତେ ଖୁସି କରିବାକୁ କିଛି ବି କରିପାରନ୍ତି।”

publive-imageଆଉ ଏହାର ଏକ ଉଦାହରଣ ଗତମାସରେ ଦେଖିବାକୁ ମିଳିଥିଲା। ଜୁଲାଇ ୧୬ ତାରିଖ ଥିଲା ଅନୁଭାଙ୍କର ଜନ୍ମଦିନ। ସାଧାରଣତଃ ଅନୁଭା ତାଙ୍କ ଜନ୍ମଦିନକୁ ଧୁମ୍‌ଧାମରେ ପାଳନ କରନ୍ତିନାହିଁ। ସେ ଟିକେ ଚୁପ୍‌ଚାପ୍ ରହିବାକୁ ପସନ୍ଦ କରନ୍ତି। ତେଣୁ ଜନ୍ମଦିନରେ ସେ ଘରେ କେକ୍‌ କାଟି ତାଙ୍କ ମା’ଙ୍କ ସହ ସମୟ କାଟନ୍ତି। କିନ୍ତୁ ଏଥର ପ୍ରଥମ ଥର ପାଇଁ ସେ ଘର ବାହାରେ ଓଲିଉଡ୍‌ର ଆଉ କିଛି କଳାକାରଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଆଉ ଏହାର ଆୟୋଜନ କରିଥିଲେ ଅନ୍ତରା। ଅନୁଭାଙ୍କ ପାଇଁ ଏହା ଏକ ସର୍‌ପ୍ରାଇଜ୍ ବର୍ଥ ଡେ’ ପାର୍ଟି ଥିଲା। ବଡ଼ ଆଡ଼ମ୍ବରେ ଏହାର ଆୟୋଜନ କରାଯାଇଥିଲା। ଆଉ ଏହା ଦେଖି ଅନୁଭା ଖୁସିରେ କାନ୍ଦି ପକାଇଥିଲେ।

Advertisment

publive-imageକେମିତି ଆରମ୍ଭ ହେଲା ବନ୍ଧୁତା

ଶୁଟିଂ ସେଟ୍‌ରୁ ଏ ଦୁଇ ଜଣଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା। ଅନୁଭାଙ୍କ ସହ ଅନ୍ତରା ବିଭିନ୍ନ ପ୍ରୋଗ୍ରାମ୍‌ରେ ଭାଗ ନେବା ପାଇଁ ବିଦେଶ ମଧ୍ୟ ଯାଇଛନ୍ତି। ଏକାଠି କାମ କରୁ କରୁ କେତେବେଳେ ଦୁହେଁ ଭଲ ବନ୍ଧୁ ପାଲଟି ଏକଥା  ସେମାନେ ବି ଜାଣିନାହାନ୍ତି।