Advertisment

ଗାଁକୁ ଛାଡ଼ି ପାରି ନାହାନ୍ତି ଅନୁଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଲାଦିନ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର। ସେସବୁ ଦିନଗୁଡ଼ିକୁ ଭୁଲି ହୁଏ ନାହିଁ। ଯେକୌଣସି ସାଧାରଣ ଲୋକ ହୁଅନ୍ତୁ ବା ସେଲେବ୍ରିଟି, ସମସ୍ତେ କେବେ ନା କେବେ ସେହି ସବୁ ସ୍ମୃତିକୁ ସାଉଁଟିକୁ ଚେଷ୍ଟା କରନ୍ତି। ଏଇ ଯେମିତି ଓଲିଉଡ୍ ଅଭିନେତ୍ରୀ ଅନୁଭା ମନେ ପକାଇଛନ୍ତି ସେସବୁ ସ୍ମୃତି। ଅନୁଭା କହିଛନ୍ତି ଯେ ତାଙ୍କ ପିଲାଦିନ ରଣପୁରରେ କଟିଥିଲା। ରଣପୁରରେ ବଡ଼ ଆକାରରେ ରଥଯାତ୍ରା ହୁଏ। ପିଲାଦିନେ ସେ ରଥ ଉପରେ ବସୁଥିଲେ।  ଗାଁ ଦାଣ୍ଡରେ […]

ଗାଁକୁ ଛାଡ଼ି ପାରି ନାହାନ୍ତି ଅନୁଭା

anubha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଲାଦିନ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର। ସେସବୁ ଦିନଗୁଡ଼ିକୁ ଭୁଲି ହୁଏ ନାହିଁ। ଯେକୌଣସି ସାଧାରଣ ଲୋକ ହୁଅନ୍ତୁ ବା ସେଲେବ୍ରିଟି, ସମସ୍ତେ କେବେ ନା କେବେ ସେହି ସବୁ ସ୍ମୃତିକୁ ସାଉଁଟିକୁ ଚେଷ୍ଟା କରନ୍ତି। ଏଇ ଯେମିତି ଓଲିଉଡ୍ ଅଭିନେତ୍ରୀ ଅନୁଭା ମନେ ପକାଇଛନ୍ତି ସେସବୁ ସ୍ମୃତି।

Advertisment

ଅନୁଭା କହିଛନ୍ତି ଯେ ତାଙ୍କ ପିଲାଦିନ ରଣପୁରରେ କଟିଥିଲା। ରଣପୁରରେ ବଡ଼ ଆକାରରେ ରଥଯାତ୍ରା ହୁଏ। ପିଲାଦିନେ ସେ ରଥ ଉପରେ ବସୁଥିଲେ।  ଗାଁ ଦାଣ୍ଡରେ ଖେଳୁଥିଲେ। ଗାଁ ପରିବେଶ ତାଙ୍କୁ ଏତେ ଭଲ ଲାଗୁଥିଲା ଯେ ସେ ଭୁବନେଶ୍ୱରରେ ରହିବା ପରେ ବି ସାଙ୍ଗମାନଙ୍କୁ ଧରି ସେଠାକୁ ବୁଲି ପଳାଉଥିଲେ। ଏବେବି ବ୍ୟସ୍ତତା ଭିତରେ ରହୁଥିବାରୁ ଦୁଇ ତିନି ମାସରେ ଥରେ ଗାଁକୁ ଯାଉଛନ୍ତି।

ସେ ଆହୁରି କହିଛନ୍ତି ଯେ ଗାଁରେ ତାଙ୍କୁ କେହି ହିରୋଇନ୍‌ ଭାବେ ଦେଖନ୍ତି। ସମସ୍ତେ ତାଙ୍କୁ କୁନି ପିଲା ପରି ସ୍ନେହ ଓ ଆଦର କରନ୍ତି। ହିରୋଇନ୍‌ ନୁହେଁ, ଗାଁ ଝିଅ ବୋଲି ତାଙ୍କୁ ବହୁତ ଆଦର ଓ ସମ୍ମାନ ମିଳେ। ସେ ବି ଗାଁରେ ମନଖୋଲି ବୁଲନ୍ତି। ବୁଲୁ ବୁଲୁ ଛୋଟ କୁକୁର ଛୁଆଙ୍କୁ ଧରିପକାନ୍ତି।

Advertisment

ସୂଚନାଯୋଗ୍ୟ,  ‘ସ୍ୱିଟ୍‌ ହାର୍ଟ’, ‘ବଜରଙ୍ଗି’, ‘ସାଥି ତୁ ଫେରିଆ’, ‘ରିଭେଞ୍ଜ’ ଓ ‘ମୁଁ ପ୍ରେମି ମୁଁ ପାଗଳ’ ଆଦି ଫିଲ୍ମରେ ଅନୁଭା କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe