Advertisment

କେମିତି ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି ଅର୍ଚ୍ଚିତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ସେଲେବ୍ରେଟି ମାନେ ବହୁତ୍‌ ଷ୍ଟାଇଲିଶ୍‌। ସେମାନେ ଭିନ୍ନ ଭିନ୍ନ ଷ୍ଟାଇଲ୍‌ର ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି। ତେବେ ଏମିତି କିଛି ସେଲେବ୍ରିଟି ଅଛନ୍ତି ଯେଉଁମାନେ ସିମ୍ପଲ୍‌ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି। ସେମିତି ଜଣେ ସେଲେବ୍ରିଟି ହେଲେ ଅର୍ଚ୍ଚିତା ସାହୁ। ତାଙ୍କର ସବୁଠୁ ଫେବ୍‌ରାଇଟ୍‌ ଆଉଟ୍‌ଫିଟ୍‌ ହେଉଛି ଯାହା ଟିକେ ଢିଲା ହୋଇଥିବ। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଷ୍ଟାର ଆଣ୍ଡ ଷ୍ଟାଇଲ୍‌’ରେ ଯୋଗଦେଇ ସେ ଏକଥା କହିଥିଲେ। […]

author-image
Biswobandita Swain
କେମିତି ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି ଅର୍ଚ୍ଚିତା

archita

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ସେଲେବ୍ରେଟି ମାନେ ବହୁତ୍‌ ଷ୍ଟାଇଲିଶ୍‌। ସେମାନେ ଭିନ୍ନ ଭିନ୍ନ ଷ୍ଟାଇଲ୍‌ର ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି। ତେବେ ଏମିତି କିଛି ସେଲେବ୍ରିଟି ଅଛନ୍ତି ଯେଉଁମାନେ ସିମ୍ପଲ୍‌ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି। ସେମିତି ଜଣେ ସେଲେବ୍ରିଟି ହେଲେ ଅର୍ଚ୍ଚିତା ସାହୁ। ତାଙ୍କର ସବୁଠୁ ଫେବ୍‌ରାଇଟ୍‌ ଆଉଟ୍‌ଫିଟ୍‌ ହେଉଛି ଯାହା ଟିକେ ଢିଲା ହୋଇଥିବ। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଷ୍ଟାର ଆଣ୍ଡ ଷ୍ଟାଇଲ୍‌’ରେ ଯୋଗଦେଇ ସେ ଏକଥା କହିଥିଲେ।

Advertisment

ସେ କହିଥିଲେ, “ମୁଁ ଟିକେ ଢିଲା ଡ୍ରେସ୍ ପିନ୍ଧିବାକୁ ଭଲ ପାଏ। ମୁଁ ଯଦି କୁର୍ତ୍ତି କିମ୍ବା ଟି-ଶାର୍ଟ ପିନ୍ଧେ, ତାହା ବି ଢିଲା ହୋଇଥାଏ। ତେବେ ସବୁବେଳେ ସେମିତି ପିନ୍ଧି ହୁଏନି। କିନ୍ତୁ ଅଧିକାଂଶ ସମୟ ଏମିତି ପୋଷାକ ପିନ୍ଧିବାକୁ ଭଲ ଲାଗେ।”

publive-imageଡ୍ରେସ୍‌ ଏବଂ ସ୍ମାର୍ଟଫୋନ୍‌କୁ ନେଇ ଅର୍ଚ୍ଚିତା କେବେ ଚିନ୍ତିତ ନଥା’ନ୍ତି। ତାଙ୍କୁ ଯେମିତି ଫୋନ୍ ଦେଲେ ବି ସେ ବ୍ୟବହାର କରନ୍ତି।

Advertisment

ସୂଚନା ଅନୁଯାୟୀ, ଅର୍ଚ୍ଚିତାଙ୍କୁ ଓଲିଉଡ୍‌ର ସବୁଠୁ ଷ୍ଟାଇଲିଶ୍‌ ଅଭିନେତ୍ରୀ କୁହାଯାଏ। ‘ବାବୁ ଆଇ ଲଭ୍‌ ୟୁ’ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିବା ଅର୍ଚ୍ଚିତା ଓଲିଉଡ୍‌ରେ ୩୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି।