Advertisment

ଶୁଟିଂ ସେଟ୍‌ରେ କ’ଣ ପସନ୍ଦ କରନ୍ତି ନାହିଁ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୁଟିଂ ସେଟ୍‌ରେ ମଜାମସ୍ତି କରିବା, ସେଲ୍‌ଫି ନେବା ତଥା ଅନ୍ୟମାନଙ୍କ ସହିତ ବନ୍ଧୁତା କରିବାର ଅଭ୍ୟାସ ଏବେକାର ଅନେକ ଓଲିଉଡ୍‌ ଅଭିନେତ୍ରୀଙ୍କର ଅଛି। ହେଲେ ବର୍ଷା ପ୍ରିୟଦର୍ଶନୀଙ୍କୁ ଏ ସବୁ ପସନ୍ଦ ନୁହେଁ। ଶୁଟିଂ ସେଟ୍‌ରେ ମଜାମସ୍ତି କରିବା ପରିବର୍ତ୍ତେ କାମ ଉପରେ ସେ ଅଧିକ ଗୁରୁତ୍ୱ ଦିଅନ୍ତି। ଶୁଟିଂ ସେଟ୍ ଯେକୌଣସି କଳାକାରଙ୍କ ପାଇଁ ଲକ୍ଷ୍ମୀଙ୍କ ସ୍ଥାନ ଭଳି। ତେଣୁ ସେଠାରେ କାମ ଉପରେ ଫୋକସ୍ କଲେ ଭଲ ଫଳ ବାହାରିବ ବୋଲି […]

ଅଦ୍ୟତନ ହୋଇଛି
ଶୁଟିଂ ସେଟ୍‌ରେ କ’ଣ ପସନ୍ଦ କରନ୍ତି ନାହିଁ ବର୍ଷା

varsha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୁଟିଂ ସେଟ୍‌ରେ ମଜାମସ୍ତି କରିବା, ସେଲ୍‌ଫି ନେବା ତଥା ଅନ୍ୟମାନଙ୍କ ସହିତ ବନ୍ଧୁତା କରିବାର ଅଭ୍ୟାସ ଏବେକାର ଅନେକ ଓଲିଉଡ୍‌ ଅଭିନେତ୍ରୀଙ୍କର ଅଛି। ହେଲେ ବର୍ଷା ପ୍ରିୟଦର୍ଶନୀଙ୍କୁ ଏ ସବୁ ପସନ୍ଦ ନୁହେଁ। ଶୁଟିଂ ସେଟ୍‌ରେ ମଜାମସ୍ତି କରିବା ପରିବର୍ତ୍ତେ କାମ ଉପରେ ସେ ଅଧିକ ଗୁରୁତ୍ୱ ଦିଅନ୍ତି। ଶୁଟିଂ ସେଟ୍ ଯେକୌଣସି କଳାକାରଙ୍କ ପାଇଁ ଲକ୍ଷ୍ମୀଙ୍କ ସ୍ଥାନ ଭଳି। ତେଣୁ ସେଠାରେ କାମ ଉପରେ ଫୋକସ୍ କଲେ ଭଲ ଫଳ ବାହାରିବ ବୋଲି ସେ କହନ୍ତି।  ଓଟିଭିରେ ପ୍ରସାରିତ ହେଉଥିବା ଚାଟ୍‌ ଶୋ ‘ଗପସପ’ର ଏକ ଅଧ୍ୟାୟରେ ଯୋଗ ଦେଇ ସେ ଏ କଥା କହିଥିଲେ।

Advertisment

ବର୍ଷା କହିଥିଲେ, “ମୁଁ ଓଲିଉଡ୍‌ର ଅନେକ ହିରୋଙ୍କ ସହ କାମ କରିଛି। କିନ୍ତୁ ସେମାନଙ୍କ ମଧ୍ୟରୁ କାହା ସହ ବନ୍ଧୁତା ହୋଇପାରିନାହିଁ। କହିବାକୁ ଗଲେ ଓଲିଉଡ୍‌ରେ ମୋର କେହି ବନ୍ଧୁ ନାହାନ୍ତି। ତେବେ ମୁଁ ସବୁ କଳାକରାଙ୍କୁ ସମ୍ମାନ କରେ।”

publive-imageସୂଚନାଯୋଗ୍ୟ, ୨୦୦୩ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଏ ଯୁଗର କୃଷ୍ଣ ସୁଦାମା’ ମାଧ୍ୟମରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ ବର୍ଷା। ଏ ପର୍ଯ୍ୟନ୍ତ ସେ ପାଖାପଖି ୪୦ଟି ଓଡ଼ିଆ ଫିଲ୍ମ ଏବଂ କିଛି ବଙ୍ଗାଳି ଫିଲ୍ମରେ ଅଭିନୟ କରିସାରିଲେଣି। ଅଭିନୟ ସହ ସେ ନିଜକୁ ସମାଜ ସେବାରେ ସାମିଲ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe