Advertisment

ବର୍ଷେ ପର୍ଯ୍ୟନ୍ତ ଫିଲ୍ମ କରିବେନି ଭୂମିକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୭ରେ ‘ତୁ ମୋ ଲଭ୍ ଷ୍ଟୋରୀ’ ଫିଲ୍ମ ଜରିଆରେ ନାୟିକା ଭାବେ ଓଲିଉଡ୍‌ରେ ପାଦ ଥାପିଥିଲେ ଭୂମିକା ଦାଶ। ୟା ଭିତରେ ଏହାକୁ ମିଶାଇ ତାଙ୍କର ମୋଟ ଚାରୋଟି ଫିଲ୍ମ ରିଲିଜ୍ ହୋଇସାରିଲାଣି। ଆସନ୍ତାକାଲି ତାଙ୍କର ପଞ୍ଚମ ଫିଲ୍ମ ‘ନାୟକର ନାଁ ଦେବଦାସ’ ରିଲିଜ୍ ହେବାକୁ ଯାଉଛି। ଅନ୍ୟ ଚାରୋଟି ଫିଲ୍ମ ପରି ଏହି ଫିଲ୍ମଟି ବି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି। ଖୁବ୍ କମ୍ ସମୟରେ କମ୍ […]

ଅଦ୍ୟତନ ହୋଇଛି
ବର୍ଷେ ପର୍ଯ୍ୟନ୍ତ ଫିଲ୍ମ କରିବେନି ଭୂମିକା

g7845an4_sushma-swaraj-pti_

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୭ରେ ‘ତୁ ମୋ ଲଭ୍ ଷ୍ଟୋରୀ’ ଫିଲ୍ମ ଜରିଆରେ ନାୟିକା ଭାବେ ଓଲିଉଡ୍‌ରେ ପାଦ ଥାପିଥିଲେ ଭୂମିକା ଦାଶ। ୟା ଭିତରେ ଏହାକୁ ମିଶାଇ ତାଙ୍କର ମୋଟ ଚାରୋଟି ଫିଲ୍ମ ରିଲିଜ୍ ହୋଇସାରିଲାଣି। ଆସନ୍ତାକାଲି ତାଙ୍କର ପଞ୍ଚମ ଫିଲ୍ମ ‘ନାୟକର ନାଁ ଦେବଦାସ’ ରିଲିଜ୍ ହେବାକୁ ଯାଉଛି। ଅନ୍ୟ ଚାରୋଟି ଫିଲ୍ମ ପରି ଏହି ଫିଲ୍ମଟି ବି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି। ଖୁବ୍ କମ୍ ସମୟରେ କମ୍ ଫିଲ୍ମ କରି ସେ ଓଲିଉଡ୍‌ରେ ବେଶ୍ ପ୍ରତିଷ୍ଠିତ ହୋଇପାରିଛନ୍ତି। ସେ ଆଗଧାଡ଼ିର ନାୟିକା ଭାବେ ଗଣା ହେଉଛନ୍ତି।

Advertisment

publive-image‘ତୁ ମୋ ଲଭ୍ ଷ୍ଟୋରୀ’, ‘ହିରୋ ନଂ୧’, ‘ଶ୍ରୀମାନ ସୁରଦାସ’ ଓ ‘ତୁ ମୋ ଲଭ୍ ଷ୍ଟୋରୀ-୨’ରେ ଆପଣମାନେ ତ ତାଙ୍କ ଅଭିନୟ ଦେଖିଥିବେ। ହେଲେ ଭଲ ଅଭିନୟ କରିବା ସହିତ ସେ ଭଲ ପାଠ ବି ପଢ଼ନ୍ତି। ଅଭିନୟ ତାଙ୍କ ପାଠପଢ଼ାରେ ବାଧା ହୋଇପାରିନି। ଦଶମ ବୋର୍ଡ ପରୀକ୍ଷାରେ ସେ ୯୭% ମାର୍କ ରଖି ଏହା ପ୍ରମାଣିତ କରି ଦେଇଥିଲେ। ତେଣୁ ତାଙ୍କୁ କୁହାଯାଉଛି,‘ବିୟୁଟି ୱିଥ୍‌ ବ୍ରେନ୍‌’। ତେବେ ଏହି ‘ବିୟୁଟି ୱିଥ୍ ବ୍ରେନ୍‌’ ଗର୍ଲ ଏବେ ବର୍ଷେ ପର୍ଯ୍ୟନ୍ତ ଫିଲ୍ମ କରିବେ ନାହିଁ। ନିକଟରେ ଏକ ସାକ୍ଷାତକାରରେ ସେ ଏ କଥା କହିଥିଲେ। ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ତାଙ୍କର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ। ଏଥିପାଇଁ ପ୍ରସ୍ତୁତ ହେବାକୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଫିଲ୍ମ ନ କରିବା ଦ୍ୱାରା ସେ ପଢ଼ିବା ପାଇଁ ପ୍ରଚୁର ସମୟ ପାଇବେ।

publive-image ଭୂମିକା ଆହୁରି କହିଥିଲେ, ଏ ବର୍ଷ ଗୋଟିଏ ଫିଲ୍ମ ରିଲିଜ୍ ହୋଇସାରିଛି ଓ ଆଉ ଗୋଟିଏ ରିଲିଜ୍ ହେବାକୁ ଯାଉଛି। ଏଣୁ ବର୍ଷେ ପର୍ଯ୍ୟନ୍ତ ଫିଲ୍ମ ନ କଲେ ବି ବିଶେଷ କିଛି ଫରକ ପଡ଼ିବନି। ଦର୍ଶକ ତାଙ୍କୁ ଜମାରୁ ଭୁଲିବେନି।

Advertisment

ସୂଚନାଯୋଗ୍ୟ, ଗତ ଏପ୍ରିଲ୍‌ ମାସରେ ଭୂମିକାଙ୍କର ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟେରୀ –୨’ ରଲିଜ୍‌ ହୋଇଥିଲା। ‘ତୁ ମୋ ଲଭ୍ ଷ୍ଟୋରୀ’ ଭଳି ଏହାକୁ ବି ଲୋକେ ବେଶ୍ ପସନ୍ଦ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe