Advertisment

ରୋଲ୍ କଲେ ଭୂମିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନୋଭେଲ୍ କୋରାନା ଭୂତାଣୁର ମୁକାବିଲା ଲାଗି ଦେଶକୁ ୨୧ଦିନ ପାଇଁ ଲକଡାଉନ୍ କରାଯାଇଛି। ଜରୁରୀକାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନେ ସମସ୍ତେ ଘରେ ଅଛନ୍ତି। ଓଲିଉଡ୍ କଳାକାର ମାନେ ମଧ୍ୟ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ଘରେ ସମୟ ଅତିବାହିତ କରିବାକୁ କିଏ ବ୍ୟାୟାମ କରୁଛି ତ କିଏ ରୋଷେଇ କରୁଥିବା ଦେଖିବାକୁ ମିଳିଛି। ତେବେ ଓଲିଉଡ୍ ଅଭିନେତ୍ରୀ ଭୂମିକା ମଧ୍ୟ ଘରେ ରହି ଲକଡାଉନ୍ ନିୟମ ପାଳନ କରୁଛନ୍ତି। […]

author-image
Biswobandita Swain
ଅଦ୍ୟତନ ହୋଇଛି
ରୋଲ୍ କଲେ ଭୂମିକା

bhoomika

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନୋଭେଲ୍ କୋରାନା ଭୂତାଣୁର ମୁକାବିଲା ଲାଗି ଦେଶକୁ ୨୧ଦିନ ପାଇଁ ଲକଡାଉନ୍ କରାଯାଇଛି। ଜରୁରୀକାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନେ ସମସ୍ତେ ଘରେ ଅଛନ୍ତି। ଓଲିଉଡ୍ କଳାକାର ମାନେ ମଧ୍ୟ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ଘରେ ସମୟ ଅତିବାହିତ କରିବାକୁ କିଏ ବ୍ୟାୟାମ କରୁଛି ତ କିଏ ରୋଷେଇ କରୁଥିବା ଦେଖିବାକୁ ମିଳିଛି।

Advertisment
ତେବେ ଓଲିଉଡ୍ ଅଭିନେତ୍ରୀ ଭୂମିକା ମଧ୍ୟ ଘରେ ରହି ଲକଡାଉନ୍ ନିୟମ ପାଳନ କରୁଛନ୍ତି। ସେ ନିଜ ସମୟ ବିତାଇବାକୁ ରୋଷେଇରେ ମନ ଦେଇଛନ୍ତି। ଘରେ ରହି ଭେଜ୍ ସ୍ପ୍ରିଂଗ ରୋଲ୍ ପ୍ରସ୍ତୁତ କରିଛନ୍ତି ଭୂମିକା। ତେବେ ଆପଣ ଭାବୁଥିବେ ଆମେ କେମିତି ଜାଣିଲୁ! ନା ନା.. ସେ ଆମକୁ ଘରକୁ ଖାଇବାକୁ ଡାକି ନାହାନ୍ତି। କାରଣ ଏବେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାକୁ ସାମାଜିକ ଦୂରତ୍ୱ ନିହାତି ଆବଶ୍ୟକ। ଏଣୁ ସେ ଏନେଇ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫଟୋ ଶେଆର କରି ଜଣାଇଛନ୍ତି।

https://www.instagram.com/p/B-pZdkcJyTp/?utm_source=ig_web_copy_link

ଫଟୋ ଶେଆର କରି ଭୂମିକା କ୍ୟାପସନରେ ଲେଖିଛନ୍ତି ଯେ ଏହି ଡିସ୍ ପ୍ରସ୍ତୁତ କରିବାରେ ତାଙ୍କ ମା' ତାଙ୍କୁ ସାହାଯ୍ୟ କରିଛନ୍ତି।
Advertisment

https://www.instagram.com/tv/B-l1tNOJI1o/?utm_source=ig_web_copy_link

ତେବେ ଭୂମିକା କେବଳ ନିଜ ଏଇ ସୁଆଦିଆ ରୋଲ୍ କଥା କହି ନାହାନ୍ତି। ଏହାସହ ନିଜ ଫ୍ୟାନମାନଙ୍କୁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ଘରେ ରୋଷେଇ କରନ୍ତି, କେବଳ ନିଜର ଓ ନିିଜ ପରିବାର ପାଇଁ କରନ୍ତି ନାହିଁ। ଟିକେ ଅଧିକା ଖାଦ୍ୟ ପ୍ରସ୍ତୁତ କରି ବାହାରେ ବୁଲୁଥିବା କୁକୁର ଏବଂ ଅନ୍ୟ ଜୀବଜନ୍ତୁଙ୍କୁ ଖାଇବାକୁ ଦିଅନ୍ତି। ଏପରି ସମସ୍ତଙ୍କୁ କରିବାକୁ ସେ ଅନୁରୋଧ କରିଛନ୍ତି।

https://www.instagram.com/tv/B-erPD_Jw3b/?utm_source=ig_web_copy_link

ଏଠାରେ କହି ରଖୁଛୁ ଯେ, ଭୂମିକା ଗତ କିଛିଦିନ ତଳେ ଟ୍ରେଣ୍ଡିଂରେ ଚାଲିଥିବା ଡାଲଗୋନା କଫି ପ୍ରସ୍ତୁତ କରିଥିଲେ। ଏଥିସହ ସେ ଘରେ ରହି ଓଡ଼ିଶୀ ନୃତ୍ୟ କରି ସୋଶାଲ ମିଡିଆରେ ଭିଡିଓ ମଧ୍ୟ ଶେୟାର କରୁଛନ୍ତି।