Advertisment

‘ଭଲ କେମେଷ୍ଟ୍ରି ପାଇଁ ବନ୍ଧୁତା ଆବଶ୍ୟକ ନୁହେଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିନେମାରେ ଭଲ କେମେଷ୍ଟ୍ରି ପାଇଁ ହିରୋ ଓ ହିରୋଇନ୍‌ ପରସ୍ପର ସହ ମିଶିବା ଦରକାର। ଯଦି ସେମାନେ ପରସ୍ପର ସହ ମିଳାମିଶା  କିମ୍ବା କଥାବାର୍ତ୍ତା କରୁ ନଥିବେ, ତା’ହେଲେ ତା’ର ପ୍ରଭାବ ସିନ୍ ଉପରେ ପଡ଼େ। ତେଣୁ ଚରିତ୍ରକୁ ସହଜ କରିବା ପାଇଁ ଏବଂ ଭଲ କେମେଷ୍ଟ୍ରି ପାଇଁ ହିରୋ-ହିରୋଇନ୍‌ ପରସ୍ପର ସହ ମିଶିବା ଦରକାର। ଅନେକ ନିର୍ଦ୍ଦେଶକ ଓ କଳାକାରଙ୍କ ମୁହଁରୁ ଆପଣ ଏମିତି କଥା ଶୁଣିଥିବେ ନିଶ୍ଚୟ। ବଲିଉଡ୍‌ରେ ମଧ୍ୟ ଫିଲ୍ମ […]

‘ଭଲ କେମେଷ୍ଟ୍ରି ପାଇଁ ବନ୍ଧୁତା ଆବଶ୍ୟକ ନୁହେଁ’

divya

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିନେମାରେ ଭଲ କେମେଷ୍ଟ୍ରି ପାଇଁ ହିରୋ ଓ ହିରୋଇନ୍‌ ପରସ୍ପର ସହ ମିଶିବା ଦରକାର। ଯଦି ସେମାନେ ପରସ୍ପର ସହ ମିଳାମିଶା  କିମ୍ବା କଥାବାର୍ତ୍ତା କରୁ ନଥିବେ, ତା’ହେଲେ ତା’ର ପ୍ରଭାବ ସିନ୍ ଉପରେ ପଡ଼େ। ତେଣୁ ଚରିତ୍ରକୁ ସହଜ କରିବା ପାଇଁ ଏବଂ ଭଲ କେମେଷ୍ଟ୍ରି ପାଇଁ ହିରୋ-ହିରୋଇନ୍‌ ପରସ୍ପର ସହ ମିଶିବା ଦରକାର।

Advertisment

ଅନେକ ନିର୍ଦ୍ଦେଶକ ଓ କଳାକାରଙ୍କ ମୁହଁରୁ ଆପଣ ଏମିତି କଥା ଶୁଣିଥିବେ ନିଶ୍ଚୟ। ବଲିଉଡ୍‌ରେ ମଧ୍ୟ ଫିଲ୍ମ ଶୁଟିଂ ହେବା ପୂର୍ବରୁ ନିର୍ଦ୍ଦେଶକ ମାନେ ସିନେମାର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ଏକାଠି ଡାକି କଥାବାର୍ତ୍ତା କରାନ୍ତି। ଏହାଦ୍ୱାରା ଆଉଟ୍‌ପୁଟ୍‌ ଭଲ ବାହାରେ ବୋଲି ବିଶ୍ୱାସ ରହିଛି। କିନ୍ତୁ ଏସବୁ କଥା ଉପରେ ବିଶ୍ୱାସ କରନ୍ତିନି ଓଲିଉଡ୍‌ ଅଭିନେତ୍ରୀ ଦିବ୍ୟା।

ତାଙ୍କ କହିବା ଅନୁଯାୟୀ, ଫିଲ୍ମ ‘ବାଳ: ଦ ରିଦିମ୍‌ ଅଫ୍‌ ଲାଇଫ୍‌’ର ହିରୋ ସମୀରଙ୍କ ସହ ସେ ଶୁଟିଂ ଆରମ୍ଭ ହେବାର ୩ ମାସ ପର୍ଯ୍ୟନ୍ତ କଥା ହୋଇ ନଥିଲେ। ସମୀର ସ୍ୱଭାବରେ ଟିକେ ଲାଜକୁଳା ଥିଲେ ଏବଂ ସେ ତାଙ୍କ ସହ ଏତେଟା ମିଶୁ ନଥିଲେ। କିନ୍ତୁ କ୍ୟାମେରା ସାମ୍ନାରେ ଏକଦମ୍‌ ସୁନ୍ଦର ଅଭିନୟ କରୁଥିଲେ। ସେହିପରି ସେ ମଧ୍ୟ ସମୀରଙ୍କ ସହ ଏତେଟା ମିଶୁ ନଥିଲେ। କିନ୍ତୁ ତାଙ୍କ ସହ ସିନ୍‌ କରିବା ସମୟରେ ତାଙ୍କୁ ମଧ୍ୟ ଆଦୌ ଅସୁବିଧା ହେଉ ନଥିଲା। ତେଣୁ ଦିବ୍ୟା କହିଛନ୍ତି, ଯଦି ଜଣେ କଳାକାର ପ୍ରକୃତରେ ନିଜ ଚରିତ୍ରରେ ବୁଡ଼ି ରହୁଥିବ, ତା’ହେଲେ ସହ-କଳାକାରଙ୍କ ସହ କମ୍‌ ମିଶୁଥିଲେ ମଧ୍ୟ କେମେଷ୍ଟ୍ରି ଦମ୍‌ଦାର୍ ହେବ। କିଛିଦିନ ତଳେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ’ ‘ରେଡିଓ ଟାଇମ୍‌ ୱିଥ୍‌ ଅନନ୍ୟା’ରେ ଯୋଗଦେଇ ସେ ଏକଥା କହିଥିଲେ।

Advertisment

publive-imageକେବଳ ଦିବ୍ୟା ନୁହଁନ୍ତି, ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ମଧ୍ୟ ଶୁଟିଂ ସେଟ୍‌ରେ ବନ୍ଧୁତା ଉପରେ ବିଶ୍ୱାସ କରନ୍ତି ନାହିଁ। ଓଟିଭିରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଗପସପ’ର ଏକ ଅଧ୍ୟାୟରେ ଯୋଗଦେଇ ବର୍ଷା କହିଥିଲେ ଯେ ଶୁଟିଂ ସେଟ୍‌ରେ ସେ କାହା ସହ ବନ୍ଧୁତା କରିପାରନ୍ତିନି। ବନ୍ଧୁତା କଲେ ହିଁ ଅନ୍ୟ ଜଣେ କଳାକାର ସହ କାମ କରିବା ସହଜ ହେବ କଥାକୁ ସେ ମାନନ୍ତି ନାହିଁ। ତାଙ୍କ କହିବା ଅନୁଯାୟୀ ଶୁଟିଂ ସେଟ୍‌ରେ ସେ ବନ୍ଧୁତା ଅପେକ୍ଷା କାମ ଉପରେ ଗୁରୁତ୍ୱ ଦିଅନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe