Advertisment

୧୨ ବର୍ଷ ହେଲା ଏକ ତରଫା ପ୍ରେମ କରୁଛନ୍ତି ଦିବ୍ୟା !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରେମରେ ପଡ଼ିଛନ୍ତି ଓଲିଉଡ୍‌ର ଅନ୍ୟତମ ଚୁଲୁବୁଲି ନାୟିକା ଦିବ୍ୟା ଦିଶା। ତାହା ପୁଣି ୧୨ ବର୍ଷ ହେଲାଣି। କିନ୍ତୁ ଯାହାଙ୍କୁ ଭଲ ପାଉଛନ୍ତି ତାଙ୍କୁ ଏଯାଏ ମୁହଁ ଖୋଲି ଏ ବିଷୟରେ କିଛି କହି ନାହାନ୍ତି। ଅର୍ଥାତ୍ ୧୨ ବର୍ଷ ହେଲାଣି ଏକ ତରଫା ପ୍ରେମ କରୁଛନ୍ତି ଦିବ୍ୟା। ଏ କଥା ଆମେ କାହାଠୁ ଶୁଣି କହୁନାହୁଁ। ସେ ନିଜେ ଏ କଥା କହିଛନ୍ତି। ନିକଟରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଚାଟ୍‌ […]

ଅଦ୍ୟତନ ହୋଇଛି
୧୨ ବର୍ଷ ହେଲା ଏକ ତରଫା ପ୍ରେମ କରୁଛନ୍ତି ଦିବ୍ୟା !

divya1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରେମରେ ପଡ଼ିଛନ୍ତି ଓଲିଉଡ୍‌ର ଅନ୍ୟତମ ଚୁଲୁବୁଲି ନାୟିକା ଦିବ୍ୟା ଦିଶା। ତାହା ପୁଣି ୧୨ ବର୍ଷ ହେଲାଣି। କିନ୍ତୁ ଯାହାଙ୍କୁ ଭଲ ପାଉଛନ୍ତି ତାଙ୍କୁ ଏଯାଏ ମୁହଁ ଖୋଲି ଏ ବିଷୟରେ କିଛି କହି ନାହାନ୍ତି। ଅର୍ଥାତ୍ ୧୨ ବର୍ଷ ହେଲାଣି ଏକ ତରଫା ପ୍ରେମ କରୁଛନ୍ତି ଦିବ୍ୟା। ଏ କଥା ଆମେ କାହାଠୁ ଶୁଣି କହୁନାହୁଁ। ସେ ନିଜେ ଏ କଥା କହିଛନ୍ତି। ନିକଟରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଚାଟ୍‌ ଶୋ’ ‘ସିକ୍ରେଟ୍‌ ଷ୍ଟୋରୀଜ୍‌ ଅଫ୍‌ ସେଲିବ୍ରେଟି’ରେ ଯୋଗ ଦେଇ ସେ ଏକଥା କହିଥିଲେ।

Advertisment

ଦିବ୍ୟା କହିଥିଲେ ଯେ ସେ ସବୁବେଳେ ଖୁସି ରହନ୍ତି। ସେ କେବେ ମନ ଦୁଃଖ କରନ୍ତି ନାହିଁ। କାରଣ ଉଦାସ ହେଲେ ତାଙ୍କୁ ବୁଝାଇବାକୁ କେହି ନାହାନ୍ତି। ବାପାମା’ଙ୍କ ଛଡ଼ା ତାଙ୍କର ଆଉ କେହି ନାହାନ୍ତି। ସେ ଆଜି ପର୍ଯ୍ୟନ୍ତ କେବେ ରିଲେସନ୍‌ସିପ୍‌ରେ ରହିନାହାନ୍ତି। କିନ୍ତୁ ତାଙ୍କର ଜଣେ ବନ୍ଧୁ ଅଛନ୍ତି, ଯାହାଙ୍କୁ ସେ ଖୁବ୍‌ ପସନ୍ଦ କରନ୍ତି। ସେମାନଙ୍କ ବନ୍ଧୁତା ୧୨ ବର୍ଷ ପୁରୁଣା। ସେ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ତାଙ୍କୁ ଏକଥା ଜଣେଇନାହାନ୍ତି।

publive-imageଦିବ୍ୟା ଆହୁରି କହିଥିଲେ ଯେ ସେ ତାଙ୍କର ସେହି ବନ୍ଧୁଙ୍କ ସହିତ ବଢ଼ିଆ କଥାବାର୍ତ୍ତା କରନ୍ତି। ଏମିତିକି ଦୁହେଁ ବୁଲାବୁଲି କରିବା ପାଇଁ ମଧ୍ୟ ଯା’ନ୍ତି। କିନ୍ତୁ କେବେ ସେ ତାଙ୍କୁ ମନ କଥା କହିପାରି ନାହାନ୍ତି। ଆଗକୁ ସୁଯୋଗ ମିଳିଲେ ଓ ତାଙ୍କୁ ଠିକ୍‌ ଲାଗିଲେ ସେ ତାଙ୍କ ମନର କଥା ସେହି ବନ୍ଧୁଙ୍କୁ ଜଣାଇ ଦେବେ।

Advertisment

ସୂଚନାଯୋଗ୍ୟ, ଦଶହରାରେ ରିଲିଜ୍ ହୋଇଥିବା ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ମିଷ୍ଟର୍‌ ମଜ୍‌ନୁ’ରେ ଦିବ୍ୟା ଏକ ମଡର୍ଣ୍ଣ ଝିଅ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ଆଉ ଦୁଇ ଜଣ ନାୟିକା- ସୂର୍ଯ୍ୟମୟୀ ଓ ଶୀତଲ ମଧ୍ୟ ଅଛନ୍ତି। ନାୟକ ଭାବେ ବାବୁସାନ୍‌ ଏଥିରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe