Advertisment

କାହା ଡ୍ରେସ୍‌କୁ ଲୋଭ କରନ୍ତି ଦିବ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଳେ ବେଳେ ଅନ୍ୟମାନଙ୍କ ପୋଷାକ ଦେଖିଲେ ଲୋଭ ହୁଏ। ଏମିତିକି ଜଣେ ଜଣେ ତୁରନ୍ତ ବଜାର ଯାଇ ସେମିତି ପୋଷାକ କିଣି ଆଣନ୍ତି।  ଓଲିଉଡ୍‌ ଅଭିନେତ୍ରୀ ଦିବ୍ୟାଙ୍କ କ୍ଷେତ୍ରରେ ମଧ୍ୟ ଏମିତି ଘଟେ। ଯେତେବେଳେ ବି ଅଭିନେତ୍ରୀ ସୂର୍ଯ୍ୟମୟୀ କିଛି ନୂଆ ଡ୍ରେସ୍ ପିନ୍ଧନ୍ତି, ଦିବ୍ୟା ତା’ରି ଲୋଭରେ ପଡ଼ିଯା’ନ୍ତି। ଏପରିକି ସେହି ପ୍ରକାରର ପୋଷାକ କିଣି ଆଣିବାକୁ ବି ତାଙ୍କର ମନ ହୁଏ। ଏ କଥା ନିଜେ ଦିବ୍ୟା କହିଛନ୍ତି। ତରଙ୍ଗ ମ୍ୟୁଜିକ୍‌ରେ […]

author-image
Biswobandita Swain
କାହା ଡ୍ରେସ୍‌କୁ ଲୋଭ କରନ୍ତି ଦିବ୍ୟା

divyadisha

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଳେ ବେଳେ ଅନ୍ୟମାନଙ୍କ ପୋଷାକ ଦେଖିଲେ ଲୋଭ ହୁଏ। ଏମିତିକି ଜଣେ ଜଣେ ତୁରନ୍ତ ବଜାର ଯାଇ ସେମିତି ପୋଷାକ କିଣି ଆଣନ୍ତି।  ଓଲିଉଡ୍‌ ଅଭିନେତ୍ରୀ ଦିବ୍ୟାଙ୍କ କ୍ଷେତ୍ରରେ ମଧ୍ୟ ଏମିତି ଘଟେ। ଯେତେବେଳେ ବି ଅଭିନେତ୍ରୀ ସୂର୍ଯ୍ୟମୟୀ କିଛି ନୂଆ ଡ୍ରେସ୍ ପିନ୍ଧନ୍ତି, ଦିବ୍ୟା ତା’ରି ଲୋଭରେ ପଡ଼ିଯା’ନ୍ତି। ଏପରିକି ସେହି ପ୍ରକାରର ପୋଷାକ କିଣି ଆଣିବାକୁ ବି ତାଙ୍କର ମନ ହୁଏ। ଏ କଥା ନିଜେ ଦିବ୍ୟା କହିଛନ୍ତି।

Advertisment

ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ’ ‘ରେଡିଓ ଟାଇମ୍‌ ୱିଥ୍ ଅନନ୍ୟା’ର ଏକ ଏପିସୋଡ୍‌ରେ ଯୋଗଦେଇ ସେ ଏହା କହିଥିଲେ। ପୋଷାକପତ୍ର ମାମଲାରେ ସେ ସୂର୍ଯ୍ୟମୟୀଙ୍କୁ ବେଶ୍ ପ୍ରଶଂସା କରିଥିଲେ। ତାଙ୍କ ମତରେ ସୂର୍ଯ୍ୟମୟୀ ହେଉଛନ୍ତି ଓଲିଉଡ୍‌ର ସବୁଠୁ ଷ୍ଟାଇଲିଶ୍‌ ପୋଷାକ ପିନ୍ଧୁଥିବା ଅଭିନେତ୍ରୀ।

publive-imageଏହି କାର୍ଯ୍ୟକ୍ରମରେ ଦିବ୍ୟା କହିଥିଲେ ଯେ ସୂର୍ଯ୍ୟମୟୀ ଶୁଟିଂ ସେଟ୍‌କୁ ଯେତେବେଳେ ବି କିଛି ନୂଆ ଡ୍ରେସ୍‌ ପିନ୍ଧି ଆସୁଥିଲେ ସେ ତାଙ୍କୁ ସେହି ଡ୍ରେସ୍‌ ବିଷୟରେ ହିଁ ପଚାରୁଥିଲେ। ଡ୍ରେସ୍‌ କେଉଁଠି ତିଆରି କରିଛନ୍ତି, କିଏ ତିଆରି କରିଛନ୍ତି ଆଦି ସେ ପଚାରୁଥିଲେ। ଶୁଟିଂ ସେଟ୍‌ରେ ବଳକା ସମୟ ମିଳିଲେ ସେ କେବଳ ସୂର୍ଯ୍ୟମୟୀଙ୍କ ଡ୍ରେସ୍‌କୁ ନେଇ ହିଁ କଥା ହେଉଥିଲେ।

Advertisment

ସୂଚନାଯୋଗ୍ୟ, ଦଶହରାରେ ରିଲିଜ୍ ହୋଇଥିବା ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ମିଷ୍ଟର ମଜ୍‌ନୁ’ରେ ଦିବ୍ୟା ଓ ସୂର୍ଯ୍ୟମୟୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା।  ଏହି ଫିଲ୍ମରେ ବାବୁସାନ୍‌ ଏବଂ ଶୀତଲ୍‌ ମଧ୍ୟ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।