ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଳେ ବେଳେ ଅନ୍ୟମାନଙ୍କ ପୋଷାକ ଦେଖିଲେ ଲୋଭ ହୁଏ। ଏମିତିକି ଜଣେ ଜଣେ ତୁରନ୍ତ ବଜାର ଯାଇ ସେମିତି ପୋଷାକ କିଣି ଆଣନ୍ତି। ଓଲିଉଡ୍ ଅଭିନେତ୍ରୀ ଦିବ୍ୟାଙ୍କ କ୍ଷେତ୍ରରେ ମଧ୍ୟ ଏମିତି ଘଟେ। ଯେତେବେଳେ ବି ଅଭିନେତ୍ରୀ ସୂର୍ଯ୍ୟମୟୀ କିଛି ନୂଆ ଡ୍ରେସ୍ ପିନ୍ଧନ୍ତି, ଦିବ୍ୟା ତା’ରି ଲୋଭରେ ପଡ଼ିଯା’ନ୍ତି। ଏପରିକି ସେହି ପ୍ରକାରର ପୋଷାକ କିଣି ଆଣିବାକୁ ବି ତାଙ୍କର ମନ ହୁଏ। ଏ କଥା ନିଜେ ଦିବ୍ୟା କହିଛନ୍ତି।
ତରଙ୍ଗ ମ୍ୟୁଜିକ୍ରେ ପ୍ରସାରିତ ହେଉଥିବା ଟକ୍ ଶୋ’ ‘ରେଡିଓ ଟାଇମ୍ ୱିଥ୍ ଅନନ୍ୟା’ର ଏକ ଏପିସୋଡ୍ରେ ଯୋଗଦେଇ ସେ ଏହା କହିଥିଲେ। ପୋଷାକପତ୍ର ମାମଲାରେ ସେ ସୂର୍ଯ୍ୟମୟୀଙ୍କୁ ବେଶ୍ ପ୍ରଶଂସା କରିଥିଲେ। ତାଙ୍କ ମତରେ ସୂର୍ଯ୍ୟମୟୀ ହେଉଛନ୍ତି ଓଲିଉଡ୍ର ସବୁଠୁ ଷ୍ଟାଇଲିଶ୍ ପୋଷାକ ପିନ୍ଧୁଥିବା ଅଭିନେତ୍ରୀ।
ସୂଚନାଯୋଗ୍ୟ, ଦଶହରାରେ ରିଲିଜ୍ ହୋଇଥିବା ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ମିଷ୍ଟର ମଜ୍ନୁ’ରେ ଦିବ୍ୟା ଓ ସୂର୍ଯ୍ୟମୟୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ବାବୁସାନ୍ ଏବଂ ଶୀତଲ୍ ମଧ୍ୟ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।