ଏଲିନା କଥା ଆଦାୟ କରିବାରେ ମାହିର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ କିଏ ନ ଜାଣିଛି। ଓଡ଼ିଶାରେ ସେ ଘରେ ଘରେ ପରିଚିତ। ବଢ଼ିଆ ଅଭିନୟ କରି ଖୁବ୍ ଅଳ୍ପ ସମୟ ମଧ୍ୟରେ ସେ ଓଲିଉଡ୍‌ର ଅନ୍ୟତମ ସଫଳ ନାୟିକା ହୋଇପାରିଛନ୍ତି। ତେବେ ଜାଣିଛନ୍ତି, ନିଖୁଣ ଅଭିନୟ କରି ଲୋକଙ୍କୁ ବାନ୍ଧି ରଖିପାରୁଥିବା ଏଲିନା କୁଆଡ଼େ ଅନ୍ୟମାନଙ୍କଠାରୁ କଥା ଆଦାୟ କରିବାରେ ବି ଭାରି ମାହିର। ଏ କଥା ଆମେ କହୁ ନାହୁଁ। ଏ କଥା କହିଛନ୍ତି ଅନ୍ୟତମ ଜଣାଶୁଣା ଷ୍ଟାର୍ […]

qqq

qqq

Biswobandita Swain
  • Published: Friday, 02 August 2019
  • Updated: 02 August 2019, 03:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ କିଏ ନ ଜାଣିଛି। ଓଡ଼ିଶାରେ ସେ ଘରେ ଘରେ ପରିଚିତ। ବଢ଼ିଆ ଅଭିନୟ କରି ଖୁବ୍ ଅଳ୍ପ ସମୟ ମଧ୍ୟରେ ସେ ଓଲିଉଡ୍‌ର ଅନ୍ୟତମ ସଫଳ ନାୟିକା ହୋଇପାରିଛନ୍ତି। ତେବେ ଜାଣିଛନ୍ତି, ନିଖୁଣ ଅଭିନୟ କରି ଲୋକଙ୍କୁ ବାନ୍ଧି ରଖିପାରୁଥିବା ଏଲିନା କୁଆଡ଼େ ଅନ୍ୟମାନଙ୍କଠାରୁ କଥା ଆଦାୟ କରିବାରେ ବି ଭାରି ମାହିର। ଏ କଥା ଆମେ କହୁ ନାହୁଁ। ଏ କଥା କହିଛନ୍ତି ଅନ୍ୟତମ ଜଣାଶୁଣା ଷ୍ଟାର୍ ହେଉଛନ୍ତି ଅରିନ୍ଦମ।

ଆକ୍ସନ୍‌ ହିରୋ ଭାବେ ଅରିନ୍ଦମଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସେ ଓଲିଉଡ୍‌କୁ ଅନେକ ଆକ୍ସନ ଫିଲ୍ମ ଦେଇଛନ୍ତି। ଅନେକ ଅଭିନେତ୍ରୀମାନଙ୍କ ସହ ସେ କାମ କରିଛନ୍ତି। କିନ୍ତୁ ଯେତେ ଅଭିନେତ୍ରୀଙ୍କ ସହିତ ଅରିନ୍ଦମ କାମ କରିଛନ୍ତି, ସେମାନଙ୍କ ମଧ୍ୟରୁ କଥା ଆଦାୟ କରିବାରେ ଏଲିନା ନିପୂଣ ବୋଲି ସେ କହିଛନ୍ତି।

elinaଏକ ସାକ୍ଷାତକାରରେ ଅରିନ୍ଦମ ଏ କଥା କହିଥିଲେ। ସେ କହିଥିଲେ, ଏଲିନା କଥା ହେଉ ହେଉ କେତେବେଳେ ସାମ୍ନା ଲୋକଠୁ ସବୁ ଗୁପ୍ତ କଥା ଆଦାୟ କରିଦେବେ, ସେକଥା କେହି ଜାଣି ପାରିବେ ନାହିଁ।

ଆପଣମାନେ ଜାଣିଥିବେ, ଗତ ବର୍ଷ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଇଶ୍କ ପୁଣିଥରେ’। ଏଥିରେ ଏଲିନା ଓ ଅରିନ୍ଦମ ଲିଡ୍‌ ରୋଲ୍‌ ଅଭିନୟ କରିଥିଲେ। ତେବେ ୨୦୧୫ରେ ଏଲିନା ନିଜ ପ୍ରଥମ ଫିଲ୍ମ ଅରିନ୍ଦମଙ୍କ ସହ ହିଁ କରିଥିଲେ। ସେହି ଫିଲ୍ମ ର ନାଁ ଥିଲା ‘ଇଶ୍କ ତୁହି ତୁ’। ଦୀର୍ଘ ୩ ବର୍ଷ ପରେ ପୁଣି ଥରେ ସେମାନେ ଏକାଠି କାମ କରିବାର ସୁଯୋଗ ପାଇଥିଲେ।

arindamଆଉ ଏହାକୁ ନେଇ ହିଁ ଉକ୍ତ ସାକ୍ଷାତକାରରେ ଅରିନ୍ଦମକୁ ଏକ ପ୍ରଶ୍ନ କରାଯାଇଥିଲା। ୩ ବର୍ଷ ମଧ୍ୟରେ ଏଲିନାଙ୍କ ଠାରେ କ’ଣ ସବୁ ପରିବର୍ତ୍ତନ ହୋଇଛି ବୋଲି ତାଙ୍କୁ ପଚରାଯାଇଥିଲା। ଏହାର ଜବାବରେ ଅରିନ୍ଦମ କହିଥିଲେ, ଏଲିନା ଗତ ୩ ବର୍ଷ ମଧ୍ୟରେ ଅଧିକ ଦାୟିତ୍ୱବାନ ହୋଇଯାଇଛି। କାମ ପ୍ରତି ତାଙ୍କର ଆଗ୍ରହ ବଢିଯାଇଛି। ତାଙ୍କ ଅଭିନୟରେ ପରିପକ୍ୱତା ମଧ୍ୟ ଆସିଯାଇଛି। କାହା ସହ କେମିତି କଥା ହେବେ, ସେକଥା ସେ ଜାଣିଗଲେଣି। ତା ସହ ଗପି ଗପି କେମିତି ସାମ୍ନା ଲୋକଠୁ ସବୁ କଥା ଆଦାୟ କରିହେବ ସେ କୌଶଳ ମଧ୍ୟ ଏଲିନା ଜାଣିଗଲାଣି।

ସୂଚନା ଅନୁଯାୟୀ, ୨୦୧୫ରେ ତରଙ୍ଗରେ ପ୍ରସାରିତ ହୋଇଥିବା ରିଆଲିଟି ଶୋ ‘କିଏ ହେବ ମୋ ହିରୋଇନ୍‌’ରେ ବିଜୟୀ ହୋଇଥିଲେ ଏଲିନା। ଏହି ଶୋ’ ମାଧ୍ୟମରେ ଅରିନ୍ଦମଙ୍କ ସହ ଫିଲ୍ମରେ ଲିଡ୍‌ ରୋଲରେ କାମ କରିବା ପାଇଁ ହିରୋଇନ୍‌ ଖୋଜା ଚାଲିଥିଲେ। ଏହି ଶୋ’ ଜିତିବା ପରେ ଏଲିନା ଫିଲ୍ମରେ ଡେବ୍ୟୁ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos