Advertisment

ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍

ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।

Elina Samantray

Elina Samantray

Advertisment

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ। ରିଲ୍ ନୁହେଁ ରିଏଲ୍ ଲାଇଫରେ ତାଙ୍କର ବାଜିଛି ସାହାନାଇ। ସାତଜନ୍ମର ସାଥି ପାଇଛନ୍ତି ଏଲିନା। ସିକ୍ରେଟ ମ୍ୟାରେଜ୍ କରି ଫ୍ୟାନଙ୍କୁ ସରପ୍ରାଇଜ୍ କରିଛନ୍ତି। ଭୁବନେଶ୍ୱରର ବ୍ୟବସାୟୀ ଅନୁରାଗ ପଣ୍ଡାଙ୍କୁ ଜୀବନ ସାଥୀ କରିଛନ୍ତି ଏଲିନା। ଇଣ୍ଡୋନେସିଆ ବାଲିରେ ହିନ୍ଦୁ ରୀତିରେ ପରିବାର ଲୋକଙ୍କ ଉପସ୍ଥିତିରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

Advertisment

ନିଜେ ଏଲିନା ବିବାହ ସମୟର ଫଟୋ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଦୁଇ ଲଭ ବାର୍ଡଙ୍କର ଏବେ ବିବାହକୁ ନେଇ ସେମିତି କୌଣସି ଖବର କି ଚର୍ଚ୍ଚା ବି ନଥିଲା।ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଓଲିଉଡରେ ବି ଏହି ଖବର ନଥିଲା।

ବିବାହ ପରେ ଅନୁରାଗ ଓ ଏଲିନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ତରଙ୍ଗ ଟିଭିର ‘କିଏ ହେବ ମୋ ହିରୋଇନ୍’ ରିଆଲିଟି ଶୋ'ର ବିଜେତା ହେବା ପରେ ‘ଇସ୍କ ତୁ ହି ତୁ’ ଫିଲ୍ମ ଜରିଆରେ ଓଲିଉଡରେ ଏଣ୍ଟ୍ରି ମାରିଥିଲେ ଏଲିନା। ତା’ପରଠୁ ଏକାଧିକ ଫିଲ୍ମରେ ଅଭିନୟ କରି ନିଜର ସ୍ୱତନ୍ତ୍ର
ପରିଚୟ ସୃଷ୍ଟି କରିଛନ୍ତି।

Advertisment
Entertainment Elina Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe