ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ। ଅଭିନୟ ପାଇଁ ସେ ଯେତିକି ଚର୍ଚ୍ଚାରେ ନଥିଲେ ଏବେ ତାଙ୍କ ସ୍ୱୟମ୍ବରକୁ ନେଇ ସେ ବେଶ୍ ଚର୍ଚ୍ଚାରେ। ପ୍ରତି ଶୁକ୍ରବାର ଓ ଶନିବାର ଦିନ ‘ତରଙ୍ଗ’ ଚ୍ୟାନେଲ୍ରେ ପ୍ରସାରଣ ହେଉଛି ‘ଜିନାର ଜୀବନସାଥୀ’। ଏହି ଶୋ ମାଧ୍ୟମରେ ଜିନାଙ୍କ ପାଇଁ ଆୟୋଜନ କରାଯାଇଛି ସ୍ୱୟମ୍ବର।
ପ୍ରଥମେ ୧୨ ଜଣ ଯୁବକଙ୍କୁ ନେଇ ଏହି ସ୍ୱୟମ୍ବରର ଆରମ୍ଭ ହୋଇଥିଲା। ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରୁ ଏହି ଯୁବକମାନେ ଆସିଥିଲେ। ପ୍ରଥମ ଏପିସୋଡରୁ ସେମାନେ ଜିନାଙ୍କୁ ଇମ୍ପ୍ରେସ୍ କରିବା ପାଇଁ ଚେଷ୍ଟା କରିଥିଲେ। ଯେଉଁମାନେ ଜିନାଙ୍କୁ ଇମ୍ପ୍ରେସ୍ କରିବାରେ ବିଫଳ ହୋଇଥିଲେ ସେମାନେ ଜଣେ ପରେ ଜଣେ ଶୋ'ରୁ ବାହାରି ଯାଇଛନ୍ତି। ଫଳରେ ୧୨ଜଣଙ୍କ ମଧ୍ୟରୁ ଶୋ'ରେ ଆଉ ରହିଛନ୍ତି ୫ଜଣ ଯୁବକ ଅଛି। ଏହି ୫ଜଣ ଜିନାଙ୍କୁ ଏପର୍ଯ୍ୟନ୍ତ ସବୁଠୁ ଅଧିକ ଇମ୍ପ୍ରେସ୍ କରିବାରେ ସଫଳ ହୋଇଛନ୍ତି। ଏହି ଯାତ୍ରା ଆଗକୁ ମଧ୍ୟ ଚାଲିବ ଏବଂ ବର୍ତ୍ତମାନ ରହିଥିବା ୫ଜଣଙ୍କ ମଧ୍ୟରୁ ଜିନା ଜଣଙ୍କୁ ଜୀବନସାଥୀ ଭାବେ ବାଛିବେ।
ଏହି ୫ ଜଣଙ୍କ ସହ ଜିନାଙ୍କ ଯୋଡ଼ି କେମିତି ଲାଗିବ ସେଥିପାଇଁ ନାନା ପ୍ରକାରର ପରୀକ୍ଷା ନିରୀକ୍ଷା କରାଯାଉଛି। ଏଥିପାଇଁ ଏହି ପୁଅ ମାନଙ୍କୁ ଓଡ଼ିଶାର ବେଷ୍ଟ ସେଲୁନ୍ ମାନଙ୍କୁ ନିଆଯାଇ ଷ୍ଟାଇଲିସ୍ ଲୁକ୍ ମଧ୍ୟ ଦିଆଯାଇଛି। ଏହାପରେ ଜିନାଙ୍କ ସହ ସେମାନଙ୍କର ଫଟୋ ଉଠାଯାଇଛି। ଏପରିକି ରାମ୍ପ ଶୋ'ର ଆୟୋଜନ ମଧ୍ୟ କରାଯାଇଛି।
(ଦେଖନ୍ତୁ ଭିଡିଓ)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
