Advertisment

ବୋହୂକୁ ଓଡ଼ିଆ ଶିଖାଉଛନ୍ତି ପ୍ରଫୁଲ୍ଲ ଘଡ଼େଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ତାଙ୍କ ବୋହୂ ତଥା ଅଭିନେତ୍ରୀ ଝିଲିକ୍‌ଙ୍କୁ ପାଠ ପଢ଼ାଉଛନ୍ତି। ବେଙ୍ଗଲୀ ଝିଅ ଝିଲିକ୍‌ ଭଟ୍ଟାଚାର୍ଯ୍ୟ ଠିକ୍‌ ଭାବେ ଓଡ଼ିଆ କହିପାରନ୍ତିନି ବୋଲି ପ୍ରଫୁଲ୍ଲ ଘଡ଼େଇ ତାଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ବହି ଧରି ଅକ୍ଷର ଶିଖାଉଛନ୍ତି। ଆଉ ଏହାର ଏକ ଫଟୋ ଝିଲିକ୍ ନିଜେ‌ ସୋଶାଲ୍‌ ମିଡିଆରେ ଶେଆର କରିଛନ୍ତି। ଫଟୋ ଶେଆର କରି ସେ‌ ଲେଖିଛନ୍ତି, ଆପଣ ଦୁନିଆର ସବୁଠୁ ଭଲ ଶ୍ୱଶୁର, ମୋ ଆଦର୍ଶ, […]

ଅଦ୍ୟତନ ହୋଇଛି
ବୋହୂକୁ ଓଡ଼ିଆ ଶିଖାଉଛନ୍ତି ପ୍ରଫୁଲ୍ଲ ଘଡ଼େଇ

jhilik prafulla ghadei

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ତାଙ୍କ ବୋହୂ ତଥା ଅଭିନେତ୍ରୀ ଝିଲିକ୍‌ଙ୍କୁ ପାଠ ପଢ଼ାଉଛନ୍ତି। ବେଙ୍ଗଲୀ ଝିଅ ଝିଲିକ୍‌ ଭଟ୍ଟାଚାର୍ଯ୍ୟ ଠିକ୍‌ ଭାବେ ଓଡ଼ିଆ କହିପାରନ୍ତିନି ବୋଲି ପ୍ରଫୁଲ୍ଲ ଘଡ଼େଇ ତାଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ବହି ଧରି ଅକ୍ଷର ଶିଖାଉଛନ୍ତି। ଆଉ ଏହାର ଏକ ଫଟୋ ଝିଲିକ୍ ନିଜେ‌ ସୋଶାଲ୍‌ ମିଡିଆରେ ଶେଆର କରିଛନ୍ତି। ଫଟୋ ଶେଆର କରି ସେ‌ ଲେଖିଛନ୍ତି, ଆପଣ ଦୁନିଆର ସବୁଠୁ ଭଲ ଶ୍ୱଶୁର, ମୋ ଆଦର୍ଶ, ମୋ ଗୁରୁ ଆଉ ମୋ ପ୍ରେରଣା। ଧନ୍ୟବାଦ୍, ମୋ ସହ ସବୁବେଳେ ରହିଥିବାରୁ।

Advertisment

ଏହି ଫଟୋରେ ଯାହା ଦେଖିବାକୁ ମିଳିଛି ଶ୍ୱଶୁର-ବୋଦୂ ଦୁଇଟି ଅଲଗା ଅଲଗା ସୋଫାରେ ବସିଛନ୍ତି। ଗୋଟିଓ ବର୍ଣ୍ଣବୋଧ ବହି ଧରି ପ୍ରଫୁଲ୍ଲ ଘଡ଼େଇ ବୋହୂ ଝିଲିକ୍‌ଙ୍କୁ ପଢ଼ାଉଛନ୍ତି। ଗତ କିଛି ଦିନ ହେବ ଝିଲିକ୍‌ ଓଡ଼ିଆ ଶିଖିବା ଆରମ୍ଭ କରିଛନ୍ତି। ଦୀର୍ଘ ଦିନ ଘରି ସେ ଓଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ତେବେ ଓଡ଼ିଆ ଘରର ବୋହୂ ହେବାପରେ ସେ ଓଡ଼ିଆ ଶିଖିବାକୁ ଆଉ ଟିକେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଆଉ ତାଙ୍କୁ ଓଡ଼ିଆ ଶିଖାଇବା ପାଇଁ ଶ୍ୱଶୁର ପ୍ରଫୁଲ ଘଡ଼େଇ ଗୁରୁ ସାଜିଛନ୍ତି।

publive-imageସୂଚନାଯୋଗ୍ୟ, ଚଳିତବର୍ଷ ମାର୍ଚ୍ଚ ୧୧ତାରିଖରେ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କୁ ବିବାହ କରିଥିଲେ ଝିଲିକ୍‌। ସାତପଡ଼ା ସ୍ଥିତ ସ୍ୱସ୍ତି ହୋଟେଲ୍‌ରେ ଦୁହିଁଙ୍କ ବିବାହ ହୋଇଥିଲା। ଏଥିରେ ଉଭୟ ପରିବାରର ସଦସ୍ୟଙ୍କ ସହିତ ଅଳ୍ପ କିଛି ଅତିଘନିଷ୍ଠ ବନ୍ଧୁବାନ୍ଧବ ଉପସ୍ଥିତ ରହିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe