Advertisment

ବାପା ଚାଲିଯିବା ପରେ ବଦଳି ଯାଇଥିଲା ଜିନାଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୧୬ ବର୍ଷ ହେଲେ ଅଭିନୟ ଜଗତରେ ଅଛନ୍ତି ଜିନା ସାମଲ। ଦଶମ ଶ୍ରେଣୀରେ ପଢ଼ିଲା ବେଳେ ପ୍ରଥମ ଆଲ୍‌ବମ୍‌ ପାଇଁ ଅଫର୍ ପାଇଥିଲେ। ଆଲ୍‌ବମ୍‌ର ନାଁ ଥିଲା ‘ବର୍ଷା ପଡ଼ିଲାଣି କଲେଜ୍‌ ଖୋଲିଲାଣି’। ଏହି ଆଲବମ୍‌ଟି ବହୁତ୍ ହିଟ୍ ହୋଇଥିଲା। ଡେବ୍ୟୁ ଆଲ୍‌ବମ୍‌ରେ ସଫଳତା ପାଇବା ପରେ ତାଙ୍କୁ ଗୋଟେ ପରେ ଗୋଟେ ଆଲ୍‌ବମ୍‌ ମିଳି ଚାଲିଲା। କେବଳ ଆଲ୍‌ବମ୍‌ ନୁହେଁ, ଜିନାଙ୍କୁ ସିରିଏଲ୍‌ ମଧ୍ୟ ମିଳିଥିଲା। ‘ଅପା’ ସିରିଏଲ୍‌ରେ କାମ କରୁଥିବା […]

ଅଦ୍ୟତନ ହୋଇଛି
ବାପା ଚାଲିଯିବା ପରେ ବଦଳି ଯାଇଥିଲା ଜିନାଙ୍କ ଜୀବନ

jeena

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୧୬ ବର୍ଷ ହେଲେ ଅଭିନୟ ଜଗତରେ ଅଛନ୍ତି ଜିନା ସାମଲ। ଦଶମ ଶ୍ରେଣୀରେ ପଢ଼ିଲା ବେଳେ ପ୍ରଥମ ଆଲ୍‌ବମ୍‌ ପାଇଁ ଅଫର୍ ପାଇଥିଲେ। ଆଲ୍‌ବମ୍‌ର ନାଁ ଥିଲା ‘ବର୍ଷା ପଡ଼ିଲାଣି କଲେଜ୍‌ ଖୋଲିଲାଣି’। ଏହି ଆଲବମ୍‌ଟି ବହୁତ୍ ହିଟ୍ ହୋଇଥିଲା। ଡେବ୍ୟୁ ଆଲ୍‌ବମ୍‌ରେ ସଫଳତା ପାଇବା ପରେ ତାଙ୍କୁ ଗୋଟେ ପରେ ଗୋଟେ ଆଲ୍‌ବମ୍‌ ମିଳି ଚାଲିଲା। କେବଳ ଆଲ୍‌ବମ୍‌ ନୁହେଁ, ଜିନାଙ୍କୁ ସିରିଏଲ୍‌ ମଧ୍ୟ ମିଳିଥିଲା।

Advertisment

publive-image ‘ଅପା’ ସିରିଏଲ୍‌ରେ କାମ କରୁଥିବା ସମୟରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଆଉ ବଦଳି ଯାଇଥିଲା ତାଙ୍କ ଜୀବନର ମୋଡ଼। ତାଙ୍କ ବାପା ଶିକ୍ଷକ ଥିଲେ। ଜିନାଙ୍କ ବ୍ୟତୀତ ଘରେ ତାଙ୍କ ମା’ ଓ ଭାଇ ଥିଲେ। ତାଙ୍କ ବଡ଼ ଭଉଣୀ ସେତେବେଳକୁ ବାହା ହୋଇ ସାରିଥିଲେ। ତାଙ୍କ ଭାଇ ଇଞ୍ଜିନିୟରିଂ ପଢ଼ା ସାରି ବେଙ୍ଗାଲୁରୁରେ କାମ କରୁଥିଲେ। ତେବେ ବାପାଙ୍କ ମୃତ୍ୟୁ ପରେ ସେ ଚାକିରି ଛାଡ଼ି ଘରକୁ ଚାଲି ଆସିଥିଲେ। ସେହିପରି ତାଙ୍କ ମା’ଙ୍କୁ ପାଖାପାଖି ବର୍ଷେ ପରେ ପେନ୍‌ସନ୍ ମିଳିଥିଲା। ସେଥିପାଇଁ ସେ ସମୟରେ ପ୍ରଯୋଜକ ମାନଙ୍କ ସହ କଥା ହୋଇ ଜିନା ଅଧିକରୁ ଅଧିକ ସିରିଏଲ୍‌ କରିବା ପାଇଁ ଚେଷ୍ଟା କରୁଥିଲେ। ଦିନ ରାତି ସେ କେବଳ କାମରେ ବିତାଇ ଦେଉଥିଲେ। କାରଣ ତାଙ୍କ ପରିବାର ତାଙ୍କ ରୋଜଗାର ଉପରେ ନିର୍ଭର କରୁଥିଲା।

publive-imageତାଙ୍କ ମା’ ଓ ଭାଇଙ୍କର ଯେମିତି କିଛି ଅସୁବିଧା ନହୁଏ, ସେଥିପାଇଁ ଜିନା ଲଗାତାର ଭାବେ କାମ କରୁଥିଲେ। ତେବେ ଏହା ତାଙ୍କୁ ପରିଶ୍ରମୀ ହେବା ଶିଖାଇଥିଲା। ସେ ନିଜେ କହନ୍ତି, ଯଦି ପରିବାର ଚଳାଇବା ଦାୟିତ୍ୱ ମୁଣ୍ଡରେ ନଥା’ନ୍ତା, ତା’ହେଲେ ହୁଏତ ଆଜି ସେ ଏତେ ଦୂର ପର୍ଯ୍ୟନ୍ତ ଆସିପାରି ନଥା’ନ୍ତେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe