Advertisment

ପର୍‌ଫ୍ୟୁମ୍‌ ପାଗଳ ପୁନମ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ପୁନମ୍‌ ମିଶ୍ରଙ୍କୁ ପର୍‌ଫ୍ୟୁମ୍‌ ଲଗାଇବାକୁ ଖୁବ୍‌ ଭଲ ଲାଗେ। ତାଙ୍କୁ ଖାସ୍‌ କରି ସଫ୍ଟ ଏବଂ ଫୁଲର ସୁଗନ୍ଧ ଆସୁଥିବା ପର୍‌ଫ୍ୟୁମ୍‌ ପସନ୍ଦ। ସେ ଯେତେ ବି ଡିଓ କିମ୍ବା ପର୍‌ଫ୍ୟୁମ୍‌ କିଣନ୍ତି, ସେସବୁ ପ୍ରାୟତଃ କ୍ୟାଣ୍ଡି ଏବଂ ସେଥିରେ ଫୁଲ୍‌ର ବାସ୍ନା ଥାଏ। ତାଙ୍କ ପାଖରେ ସବୁବେଳେ ବିଭିନ୍ନ ବ୍ରାଣ୍ଡର ପର୍‌ଫ୍ୟୁମ୍‌ ଥାଏ। ସେ ଯୁଆଡ଼େ ଯା’ନ୍ତି ଲୋକମାନେ ତାଙ୍କୁ କେଉଁ ପରଫ୍ୟୁମ୍‌ ବ୍ୟବହାର କରିଛନ୍ତି ବୋଲି ପଚାରନ୍ତି। […]

ଅଦ୍ୟତନ ହୋଇଛି
ପର୍‌ଫ୍ୟୁମ୍‌ ପାଗଳ ପୁନମ୍‌

po

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ପୁନମ୍‌ ମିଶ୍ରଙ୍କୁ ପର୍‌ଫ୍ୟୁମ୍‌ ଲଗାଇବାକୁ ଖୁବ୍‌ ଭଲ ଲାଗେ। ତାଙ୍କୁ ଖାସ୍‌ କରି ସଫ୍ଟ ଏବଂ ଫୁଲର ସୁଗନ୍ଧ ଆସୁଥିବା ପର୍‌ଫ୍ୟୁମ୍‌ ପସନ୍ଦ। ସେ ଯେତେ ବି ଡିଓ କିମ୍ବା ପର୍‌ଫ୍ୟୁମ୍‌ କିଣନ୍ତି, ସେସବୁ ପ୍ରାୟତଃ କ୍ୟାଣ୍ଡି ଏବଂ ସେଥିରେ ଫୁଲ୍‌ର ବାସ୍ନା ଥାଏ। ତାଙ୍କ ପାଖରେ ସବୁବେଳେ ବିଭିନ୍ନ ବ୍ରାଣ୍ଡର ପର୍‌ଫ୍ୟୁମ୍‌ ଥାଏ। ସେ ଯୁଆଡ଼େ ଯା’ନ୍ତି ଲୋକମାନେ ତାଙ୍କୁ କେଉଁ ପରଫ୍ୟୁମ୍‌ ବ୍ୟବହାର କରିଛନ୍ତି ବୋଲି ପଚାରନ୍ତି। ଖାସ୍ ସେଥିପାଇଁ ପୁନମ୍‌ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଏକ ଭିଡିଓ ପୋଷ୍ଟ୍ କରି ତାଙ୍କ ମନପସନ୍ଦର କିଛି ପରଫ୍ୟୁମ୍‌ ବିଷୟରେ କହିଛନ୍ତି। ତା’ହେଲେ ଆସନ୍ତୁ ଜାଣିବା ସେ କେଉଁ ସବୁ ପରଫ୍ୟୁମ୍‌ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

Advertisment

publive-image୧-PRADA Candy Florale Eau De Perfume- ଏହି ପର୍‌ଫ୍ୟୁମ୍ ପୁନମ୍‌ଙ୍କୁ ଖୁବ୍‌ ଭଲ ଲାଗେ। ଯେଉଁମାନଙ୍କୁ ସଫ୍ଟ ସ୍ମେଲ୍‌ ଭଲ ଲାଗେ ସେମାନେ ଏହି ପରଫ୍ୟୁମ୍‌କୁ ଆଖି ବନ୍ଦ କରି କିଣିପାରିବେ ବୋଲି ସେ ପରାମର୍ଶ ଦେଇଛନ୍ତି। ଏହି ପରଫ୍ୟୁମ୍‌ର ଦାମ୍‌ ୬ରୁ ୭ ହଜାର ଟଙ୍କା ଭିତରେ।

publive-image୨-VERSACE BRIGHT CRYSTAL-ପୁନମ୍‌ଙ୍କୁ ଏହି ପର୍‌ଫ୍ୟୁମ୍‌ ମଧ୍ୟ ଖୁବ୍‌ ଭଲ ଲାଗେ। ଯଦି ଆପଣଙ୍କ ଶରୀରରୁ ଅଧିକ ଝାଳ ବାହାରୁଛି, ତା’ହେଲେ ଏହି ପର୍‌ଫ୍ୟୁମ୍‌ ବ୍ୟବହାର କରିପାରିବେ। ଏହାକୁ ବ୍ୟବହାର କଲେ ଦିନ ସାରା ଦେହରୁ ସଫ୍ଟ ସ୍ମେଲ୍‌ ବାହାରିବ। ଏହାର ଦାମ୍‌ ପାଖାପାଖି ୬ ହଜାର ଟଙ୍କା ରହିଛି। publive-image୩-Hugo Boss- ଏହି ପର୍‌ଫ୍ୟୁମ୍‌ର ଦାମ୍‌ ୪,୫୦୦ ଟଙ୍କା। ପୁନମ୍‌ ଏହି ପର୍‌ଫ୍ୟୁମ୍‌ ନିଜେ ଲଗାଇବା ସହ ଅନ୍ୟମାନଙ୍କୁ ଉପହାରରେ ଦେବାକୁ ଭଲ ପା’ନ୍ତି।

Advertisment

publive-image୪-Dolce & Gabbana Dolce Garden- ଏହି ପର୍‌ଫ୍ୟୁମ୍‌ର ବୋତଲ ଦେଖିବାକୁ ଖୁବ୍‌ ସୁନ୍ଦର। ପୁନମ୍‌ ପ୍ରଥମେ ଏହି ପରଫ୍ୟୁମ୍‌ର ବୋତଲ ଦେଖି କିଣିଥିଲେ। ତା’ପରେ ତାଙ୍କୁ ଏହାର ବାସ୍ନା ମଧ୍ୟ ଭଲ ଲାଗିଲେ। ଏହାର ଦାମ୍‌ ପାଖାପାଖି ୩ ହଜାର ଟଙ୍କା।

publive-image୫-Burberry Touch for Women- ଏହି ପର୍‌ଫ୍ୟୁମ୍‌ର ଦାମ୍‌ ପାଖାପାଖି ୪ ହଜାର ଟଙ୍କା। ପ୍ରାୟ ସମୟରେ ପୁନମ୍‌ ଏହି ପର୍‌ଫ୍ୟୁମ୍ ଲଗାଇ ବାହାରକୁ ଯା’ନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe