ଈର୍ଷା କରୁଥିବା ଲୋକଙ୍କୁ ଶିବାନୀ ଦେଲେ ଛୋଟିଆ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଲ୍ମର ସଂଖ୍ୟା ଦୃଷ୍ଟିରୁ ଓ କାମ କରିବାର ଅନୁଭୂତି ଦୃଷ୍ଟିରୁ ଯଦିଓ ଏହା ଠିକ୍‌ ନୁହେଁ, ତଥାପି ଅଭିନେତ୍ରୀ ଶିବାନୀଙ୍କୁ ଓଲିଉଡ୍‌ର ଆମୀର୍‌ ଖାନ୍‌ କୁହାଯାଉଛି। କାରଣ ତାଙ୍କର ବର୍ଷକୁ ଗୋଟେ ଫିଲ୍ମ ଆସୁଛି। ଯେମିତି ଆମୀର୍‌ଙ୍କର ଆସେ। ଶିବାନୀଙ୍କ ଡେବ୍ୟୁ ଫିଲ୍ମ ଥିଲା ‘ଶ୍ରୀଷ୍ଟର ଶ୍ରୀଦେବୀ’। ଏଥିରେ ସେ ବାବୁସାନ୍‌ଙ୍କ ସହିତ ଅଭିନୟ କରିଥିଲେ। ତା’ପରେ ଫିଲ୍ମ ‘ପ୍ରେମ କୁମାର’ରେ ସେ ଅନୁଭବଙ୍କ ସହ କାମ କରିଥିଲେ। ଆଉ ଆଗାମୀ ଫିଲ୍ମ ‘ବାବୁ […]

s

s

Biswobandita Swain
  • Published: Friday, 03 January 2020
  • Updated: 03 January 2020, 01:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଲ୍ମର ସଂଖ୍ୟା ଦୃଷ୍ଟିରୁ ଓ କାମ କରିବାର ଅନୁଭୂତି ଦୃଷ୍ଟିରୁ ଯଦିଓ ଏହା ଠିକ୍‌ ନୁହେଁ, ତଥାପି ଅଭିନେତ୍ରୀ ଶିବାନୀଙ୍କୁ ଓଲିଉଡ୍‌ର ଆମୀର୍‌ ଖାନ୍‌ କୁହାଯାଉଛି। କାରଣ ତାଙ୍କର ବର୍ଷକୁ ଗୋଟେ ଫିଲ୍ମ ଆସୁଛି। ଯେମିତି ଆମୀର୍‌ଙ୍କର ଆସେ। ଶିବାନୀଙ୍କ ଡେବ୍ୟୁ ଫିଲ୍ମ ଥିଲା ‘ଶ୍ରୀଷ୍ଟର ଶ୍ରୀଦେବୀ’। ଏଥିରେ ସେ ବାବୁସାନ୍‌ଙ୍କ ସହିତ ଅଭିନୟ କରିଥିଲେ। ତା’ପରେ ଫିଲ୍ମ ‘ପ୍ରେମ କୁମାର’ରେ ସେ ଅନୁଭବଙ୍କ ସହ କାମ କରିଥିଲେ। ଆଉ ଆଗାମୀ ଫିଲ୍ମ ‘ବାବୁ ଭାଇଜାନ୍‌’ରେ ତାଙ୍କୁ ଅରିନ୍ଦମଙ୍କ ସହ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିବ। 

ହାତ ଗଣତି ହୋଇଥିଲେ ବି ପ୍ରତ୍ୟେକ ଫିଲ୍ମରେ ବଡ଼ ବଡ଼ ଅଭିନେତାଙ୍କ ସହିତ ସୁଯୋଗ ପାଇଥିବାରୁ ତାଙ୍କୁ କେହି କେହି ଅଭିନେତ୍ରୀ ଈର୍ଷା ବି କରୁଥାଇପାରନ୍ତି। ତେଣୁ ‘ତରଙ୍ଗ ମ୍ୟୁଜିକ୍‌’ରେ ପ୍ରସାରିତ ହେଉଥିବା ଟକ୍‌ ଶୋ 'ରେଡିଓ ଟାଇମ୍‌ ୱିଥ୍‌ ଅନନ୍ୟା'ରେ ଏଇ ନିକଟରେ ଏକ ଏପିସୋଡ୍‌ରେ ଯୋଗ ଦେବା ଅବସରରେ ଶିବାନୀଙ୍କୁ ଏ ସଂପର୍କିତ ଏକ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସେ କହିଥିଲେ, “ମୁଁ ତ ଜାଣିନି ମୋତେ କିଏ ଈର୍ଷା କରୁଛନ୍ତି କି ନାହିଁ।  ଯେତେବେଳେ ବି ମୁଁ ଅନ୍ୟ କଳାକାରଙ୍କ ସହ ମିଶେ ସେମାନେ ମୋତେ ଭଲ ପାଇବା ଦିଅନ୍ତି। ଅନ୍ୟ ଅଭିନେତ୍ରୀମାନେ ମୋତେ ଫିଲ୍ମ ପାଇଁ ଶୁଭେଚ୍ଛା ମଧ୍ୟ ଜଣାନ୍ତି। ମୁଁ ମଧ୍ୟ ସେମାନଙ୍କ ଫିଲ୍ମ ଦେଖେ ଏବଂ ସେମାନଙ୍କୁ ଅଭିନନ୍ଦନ ଜଣାଏ। ମୋତେ ଲାଗେନି ଯେ କେହି ମୋତେ ଈର୍ଷା କରୁଥିବେ। ଯଦି ବି କେହି ମନ ଭିତରେ ମୋ ପାଇଁ ସେମିତି କିଛି ଭାବନା ରଖିଛନ୍ତି, ତା’ହେଲେ ଦୟାକରି ରଖନ୍ତୁନି। କାରଣ ଯାହା ମୋ ଭାଗ୍ୟରେ ରହିଛି, ସେ ସବୁ ମୋତେ ମିଳୁଛି।”

ସେହିଭଳି ଈର୍ଷା କରିବା ପରିବର୍ତ୍ତେ ଲୋକମାନେ ତାଙ୍କ କାମ ଦେଖି ତାଙ୍କୁ ପ୍ରଶଂସା କରିବା କଥା ବୋଲି ସେ କହିଛନ୍ତି।  ଶିବାନୀ ଆହୁରି କହିଛନ୍ତି, “ମୁଁ ମୋ ନିଜକୁ ନେଇ ବେଶ୍‌ ଗର୍ବ କରେ। କାରଣ ଏ ପର୍ଯ୍ୟନ୍ତ ମୁଁ ଯେଉଁ ସବୁ ହିରୋଙ୍କ ସହ କାମ କରିଛି, ସେମାନେ ସମସ୍ତେ ମୋଠୁ ବହୁତ ବଡ଼। ମୁଁ କିନ୍ତୁ ସମସ୍ତଙ୍କ ସହ ଫିଟ୍‌ ହୋଇପାରିଛି। ଏଥିପାଇଁ ପ୍ରଡକ୍ସନ୍‌ ଟିମ୍‌ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ।”

ସୂଚନାଯୋଗ୍ୟ, ଆଗକୁ ଶିବାନୀଙ୍କ ଅଭିନୀତ ଫିଲ୍ମ ‘ବାବୁ ଭାଇଜାନ୍‌’ ରିଲିଜ୍‌ ହେବାକୁ ଯାଉଛି। ‘ଖ୍ୱାଜା ଗରିବ୍ ନୱାଜ୍‌’ ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ଅରିନ୍ଦମଙ୍କ ବିପକ୍ଷରେ ସେ ଅଭିନୟ କରୁଛନ୍ତି। ଏଥିରେ ସେ ପ୍ରଥମ ଥର ଅରିନ୍ଦମଙ୍କ ସହ ସ୍କ୍ରିନ୍ ଶେଆର୍ କରିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story