ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତରଙ୍ଗ ମ୍ୟୁଜିକ୍ରେ ପ୍ରସାରିତ ହେଉଥିବା ଟକ୍ ଶୋ’ ‘ସିକ୍ରେଟ୍ ଷ୍ଟୋରିଜ୍ ଅଫ୍ ସେଲେବ୍ରେଟି’କୁ ନିକଟରେ ଆସିଥିଲେ ଓଲିଉଡ୍ ଅଭିନେତ୍ରୀ ଶିବାନୀ। ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବେଳେ ଚାରି ଜଣ ହିରୋଙ୍କର ଉଭୟ ଭଲ ଓ ଖରାପ ଗୁଣ ବିଷୟରେ ତାଙ୍କୁ ପଚରାଯାଇଥିଲା। ଆଉ ଶିବାନୀ ବେଶ୍ ସ୍ପଷ୍ଟ ଭାବେ ତାଙ୍କ ମତାମତ ରଖିଥିଲେ।
ଚକୋଲେଟ୍ ବୟ ବାବୁସାନ୍ଙ୍କୁ ନେଇ ସେ କହିଥିଲେ ଯେ ତାଙ୍କ କାମ କରିବାର ଶୈଳୀ ବହୁତ ବଢ଼ିଆ। କିନ୍ତୁ ସେ ଆଜିକାଲି ଟିକେ ବେଶି ବଡ଼ି ବନେଇବା ଉପରେ ଧ୍ୟାନ ଦେଉଛନ୍ତି। ବଡି ବିଲ୍ଡିଂ ପାଇଁ ଏତେବି ଚିନ୍ତା କରିବା କଥା ନୁହେଁ।
ସେହିପରି ଅନୁଭବ ମହାନ୍ତିଙ୍କୁ ନେଇ ଶିବାନୀ କହିଥିଲେ ଯେ ସେ ଲୋକଙ୍କର ବହୁତ ଯତ୍ନ ନିଅନ୍ତି। କିନ୍ତୁ ସେ ଟିକେ ଶାନ୍ତ ରହିବା କଥା। ବେଳେ ବେଳେ ସେ ବହୁତ ଜୋରରେ ରାଗି ଯା’ନ୍ତି।
ସ୍ୱରାଜକୁ ନେଇ ଶିବାନୀ କହିଥିଲେ,“ଏପର୍ଯ୍ୟନ୍ତ ସେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିଆସିଛନ୍ତି। ସେ ଜଣେ ଭଲ ମଣିଷ। କିନ୍ତୁ ସେ ଅଭିନୟ କରିବା ସମୟରେ ଲିପ୍ସିଂ ପ୍ରତି ଆଉ ଟିକେ ଧ୍ୟାନ ଦେବା ଉଚିତ୍।”
ସୂଚନାଯୋଗ୍ୟ, ଏହି ଚାରି ହିରୋଙ୍କ ସହିତ ଶିବାନୀ କାମ କରିଛନ୍ତି। ଆଗକୁ ତାଙ୍କର ଅରିନ୍ଦମଙ୍କ ସହିତ ଏକ ଫିଲ୍ମ ଆସୁଛି, ଯାହାର ନାଁ ‘ବାବୁ ଭାଇଜାନ୍’। ପ୍ରଥମ ଥର ପାଇଁ ସେ ଏଥିରେ ଅରିନ୍ଦମଙ୍କ ସହିତ ସ୍କ୍ରିନ୍ ଶେଆର୍ କରିଛନ୍ତି।