shital
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ): ଓଲିଉଡ୍ ଅଭିନେତ୍ରୀ ଶୀତଲ୍ଙ୍କୁ କିଏ ଅବା ନଜାଣେ! ସେ ଦେଖିବାକୁ ପରୀ ଭଳି। ପରଦା ଉପରେ ଖୁବ୍ ସୁନ୍ଦର ଅଭିନୟ ମଧ୍ୟ କରନ୍ତି। ବ୍ୟକ୍ତିଗତ ଜୀବନରେ ଟିକେ ଭାବପ୍ରବଣ ହେଲେ ବି ପରଦାରେ ସବୁ ଚରିତ୍ର ପାଇଁ ସେ ଏକଦମ୍ ଫିଟ୍। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ମିଷ୍ଟର୍ ମଜ୍ନୁ’ ପାଇଁ ଶୀତଲ୍ ଏବେ ଭାରି ବ୍ୟସ୍ତ ରହୁଛନ୍ତି। ଏହି ଫିଲ୍ମରେ ସେ ଲିଡ୍ ଚରିତ୍ରରେ ଅଭିନୟ କରୁଛନ୍ତି। ତାଙ୍କ ବିପକ୍ଷରେ ଅଛନ୍ତି ଚକୋଲେଟ୍ ବୟ ବାବୁସାନ୍। ଏହି ଫିଲ୍ମରେ ଶୀତଲଙ୍କ ବ୍ୟତୀତ ଆଉ ଦୁଇ ଜଣ ନାୟିକା ମଧ୍ୟ ଲିଡ୍ ରୋଲ୍ରେ ଅଭିନୟ କରୁଛନ୍ତି। ସେମାନେ ହେଲେ ଅଭିନେତ୍ରୀ ସୂର୍ଯ୍ୟମୟୀ ଏବଂ ଦିବ୍ୟା।
ଗୋଟିଏ ଫିଲ୍ମରେ ତିନି ନାୟିକା ଥିବାରୁ କ୍ୟାଟ୍ ଫାଇଟ୍ ହୁଏ କି ବୋଲି ପଚରା ଯିବାରେ ଶୀତଲ୍ କହିଛନ୍ତି ଯେ ସେ ଅନ୍ୟ ହିରୋଇନ୍ ମାନଙ୍କ ସହ ବହୁତ ଭଲ ଭାବେ ମିଶନ୍ତି। ହିରୋଇନ୍ ମାନଙ୍କ ମଧ୍ୟରେ ବହୁତ କ୍ୟାଟ୍ ଫଇଟ୍ ହୁଏ। କିନ୍ତୁ ସେ ଏଭଳି ଫାଇଟ୍କୁ ପସନ୍ଦ କରନ୍ତି ନାହିଁ। ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରି ଆଗକୁ ଚାଲିବାରେ ସେ ବିଶ୍ୱାସ କରନ୍ତି। ସେହିପରି ସେ ଫାଇଟ୍ ଅପେକ୍ଷା ବନ୍ଧୁତାରେ ବିଶ୍ୱାସ କରନ୍ତି ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, ‘ମିଷ୍ଟର୍ ମଜ୍ନୁ’ ଫିଲ୍ମ ଦଶହରାରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମ ମାଧ୍ୟମରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ସହ ପ୍ରଥମ ଥର କାମ କରୁଛନ୍ତି ଶୀତଲ୍। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/shital.jpg)