Advertisment

ପୂରଣ ହୋଇନି ଶୀତଲ୍‌ଙ୍କ ସେହି ଇଚ୍ଛା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ଶୀତଲ୍‌ଙ୍କର ନ୍ୟୁଜ୍ ଆଙ୍କର ହେବାକୁ ଇଚ୍ଛା ଥିଲା। କଲେଜ୍‌ରେ ପଢ଼ିବା ସମୟରେ ସେ କିଛି ପ୍ରୋଗାମ୍‌ରେ ଆଙ୍କରିଂ କରିଥିଲେ। ଏହା ପରେ ତାଙ୍କୁ ଲାଗଥିଲା ଯେ ସେ ଟେଲିଭିଜନ୍‌ରେ ନ୍ୟୁଜ୍ ପଢ଼ିପାରିବେ। କିନ୍ତୁ ଫିଲ୍ମ ଜଗତରେ ପାଦ ଦେବା ପରେ ଆଉ ସେ ନ୍ୟୁଜ୍‌ ଆଙ୍କରିଂ କଥା ଚିନ୍ତା କରି ନାହାନ୍ତି। ଶୀତଲ୍‌ଙ୍କୁ ଲାଗେ, ନ୍ୟୁଜ୍‌ ଆଙ୍କରିଂ ଏକ କଳା। ଟିପି ଦେଖି ନ୍ୟୁଜ୍‌କୁ ସୁନ୍ଦର ଓ ସଠିକ୍‌ ଢଙ୍ଗରେ ପରିବେଷଣ […]

ପୂରଣ ହୋଇନି ଶୀତଲ୍‌ଙ୍କ ସେହି ଇଚ୍ଛା

see

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ଶୀତଲ୍‌ଙ୍କର ନ୍ୟୁଜ୍ ଆଙ୍କର ହେବାକୁ ଇଚ୍ଛା ଥିଲା। କଲେଜ୍‌ରେ ପଢ଼ିବା ସମୟରେ ସେ କିଛି ପ୍ରୋଗାମ୍‌ରେ ଆଙ୍କରିଂ କରିଥିଲେ। ଏହା ପରେ ତାଙ୍କୁ ଲାଗଥିଲା ଯେ ସେ ଟେଲିଭିଜନ୍‌ରେ ନ୍ୟୁଜ୍ ପଢ଼ିପାରିବେ। କିନ୍ତୁ ଫିଲ୍ମ ଜଗତରେ ପାଦ ଦେବା ପରେ ଆଉ ସେ ନ୍ୟୁଜ୍‌ ଆଙ୍କରିଂ କଥା ଚିନ୍ତା କରି ନାହାନ୍ତି।

Advertisment

ଶୀତଲ୍‌ଙ୍କୁ ଲାଗେ, ନ୍ୟୁଜ୍‌ ଆଙ୍କରିଂ ଏକ କଳା। ଟିପି ଦେଖି ନ୍ୟୁଜ୍‌କୁ ସୁନ୍ଦର ଓ ସଠିକ୍‌ ଢଙ୍ଗରେ ପରିବେଷଣ କରିବା ଏତେ ସହଜ ନୁହେଁ। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ସିକ୍ରେଟ୍‌ ଷ୍ଟୋରିଜ୍‌ ଅଫ୍‌ ସେଲିବ୍ରେଟି’ର ଏକ ଅଧ୍ୟାୟରେ ଯୋଗଦେଇ ଶୀତଲ୍‌ ଏକଥା କହିଥିଲେ।

publive-imageନ୍ୟୁଜ୍‌ ଆଙ୍କରିଂ ଇଚ୍ଛାଟି ପୂରଣ ହୋଇ ପାରି ନଥିବା ଯୋଗୁ ଶୀତଲଙ୍କ ମନ ଟିକେ ଦୁଃଖ ଅଛି। ସେ ଏହି ସ୍ୱପ୍ନଟିକୁ ପୂରଣ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସତରେ ନ ହେଲେ ବି କୌଣସି ଫିଲ୍ମରେ ନ୍ୟୁଜ୍ ଆଙ୍କର ଚରିତ୍ରରେ ସେ ଅଭିନୟ କରିବାକୁ ଚାହୁଁଛନ୍ତି।

Advertisment

ସୂଚନାଯୋଗ୍ୟ, ‘ସୁନା ପିଲା- ଟିକେ ସ୍କୃ ଢିଲା’, ‘ଦିଲ୍ଲ ଦିୱାନା’, ‘ତୁ ଯେ ସେଇ’, ‘ପ୍ରେମରେ ପ୍ରମରେ’ ଓ ‘ମିଷ୍ଟର ମଜ୍‌ନୁ’ ଆଦି ଫିଲ୍ମରେ ଶୀତଲ୍‌ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe