Advertisment

ଜଣେ ଝିଅକୁ ମନ ଦେଇ ବସିଛନ୍ତି ତମନ୍ନା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ତମନ୍ନା ବ୍ୟାସ ସମଲିଙ୍ଗୀ ପ୍ରେମ ସମ୍ପର୍କରେ ଅଛନ୍ତି। ଗତ କିଛି ଦିନ ହେବ ସୋଶାଲ୍‌ ମିଡିଆରେ ଏମିତି କିଛି ଚର୍ଚ୍ଚା ହେଉଛି। ତମନ୍ନା ମଧ୍ୟ ନିକଟରେ ତାଙ୍କ ଲେଡି ଲଭ୍‌ କିଏ, ତାର ଖୁଲାସା କରିଛନ୍ତି। ଅଭିନେତ୍ରୀ ଦିବ୍ୟାଙ୍କ ସହ ତାଙ୍କର ସମଲିଙ୍ଗୀ ପ୍ରେମ ସମ୍ପର୍କ ଅଛି ବୋଲି ସେ କହିଛନ୍ତି। ତେବେ ଆପଣ କଥାଟାକୁ ଗୁରୁତର ସହ ନେବା ପୂର୍ବରୁ ଆମେ କହି ରଖୁଛୁ ଯେ, ଆଗକୁ ତମନ୍ନା ଏବଂ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଜଣେ ଝିଅକୁ ମନ ଦେଇ ବସିଛନ୍ତି ତମନ୍ନା !

tamanna

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ତମନ୍ନା ବ୍ୟାସ ସମଲିଙ୍ଗୀ ପ୍ରେମ ସମ୍ପର୍କରେ ଅଛନ୍ତି। ଗତ କିଛି ଦିନ ହେବ ସୋଶାଲ୍‌ ମିଡିଆରେ ଏମିତି କିଛି ଚର୍ଚ୍ଚା ହେଉଛି। ତମନ୍ନା ମଧ୍ୟ ନିକଟରେ ତାଙ୍କ ଲେଡି ଲଭ୍‌ କିଏ, ତାର ଖୁଲାସା କରିଛନ୍ତି। ଅଭିନେତ୍ରୀ ଦିବ୍ୟାଙ୍କ ସହ ତାଙ୍କର ସମଲିଙ୍ଗୀ ପ୍ରେମ ସମ୍ପର୍କ ଅଛି ବୋଲି ସେ କହିଛନ୍ତି। ତେବେ ଆପଣ କଥାଟାକୁ ଗୁରୁତର ସହ ନେବା ପୂର୍ବରୁ ଆମେ କହି ରଖୁଛୁ ଯେ, ଆଗକୁ ତମନ୍ନା ଏବଂ ଦିବ୍ୟାଙ୍କ ଅଭିନୀତ ୱେବ୍‌ ସିରିଜ୍‌ ‘ଚୁମ୍ବକ’ ରିଲିଜ୍‌ ହେବାକୁ ଯାଉଛି। ଆଉ ଏଥିରେ ଦୁହେଁ ସମଲିଙ୍ଗୀ ଭୂମିକାରେ ନଜର ଆସିବେ। ସେଥିପାଇଁ ତମନ୍ନା ଏବେ ଦିବ୍ୟାଙ୍କୁ ତାଙ୍କର ଲେଡି ଲଭ୍‌ ମଧ୍ୟ କହୁଛନ୍ତି।

Advertisment

ଏହି ୱେବ୍‌ ସିରିଜ୍‌ଟି ଫେବୃଆରୀ ୧୪ ଅର୍ଥାତ୍‌ ଭାଲେନ୍‌ଟାଇନସ୍‌ ଡେ’ରେ ରିଲିଜ୍‌ ହେବାକୁ ଯାଉଛି। ‘ତରଙ୍ଗ ପ୍ଲସ୍‌’ ଆପ୍‌ରେ ଏହି ୱେବ୍‌ ସିରିଜ୍‌କୁ ଆପଣମାନେ ଦେଖିପାରିବେ। ତେବେ ‘ଚୁମ୍ବକ’କୁ କେବଳ ୧୮ବର୍ଷରୁ ଊର୍ଦ୍ଧ୍ୱ ବୟସର ଦର୍ଶକ ଦେଖିବାକୁ ତମନ୍ନା କହିଛନ୍ତି।

ତରଙ୍ଗ ପ୍ଲସ୍‌ର ଏହା ହେଉଛି ପ୍ରଥମ ୱେବ୍‌ ସରିଜ୍‌। ସମଲିଙ୍ଗୀ ସମ୍ପର୍କ ଉପରେ ଏହି ୱେବ୍‌ ସିରିଜ୍‌ ନିର୍ମାଣ ହୋଇଛି। ଏଥିପାଇଁ ତମନ୍ନା ଦର୍ଶକଙ୍କୁ ‘ଚୁମ୍ବକ’ ଦେଖି ନିଜର ମତାମତ ଦେବାକୁ କହିଛନ୍ତି। ଏହି ୱେବ୍‌ ସିରିଜ୍‌ ମାଧ୍ୟମରେ ସେ କିଛି ପରିବର୍ତ୍ତନର ଆଶା କରିଛନ୍ତି। ସମାଜରେ ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ଲୋକମାନେ  ଭିନ୍ନ ଦୃଷ୍ଟିରେ ଦେଖୁଥିବା ବେଳେ ଏମିତି ଏକ କାହାଣୀରେ କାମ କରିବା ଏକ ବଡ଼ ଚ୍ୟାଲେଞ୍ଜ ବୋଲି ତମନ୍ନା କହିଛନ୍ତି।

Advertisment