Advertisment

ନୂଆ ରାସ୍ତାରେ ପାଦ ଥାପିଲେ ବର୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିକଟରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବଂ ତାଙ୍କ ସ୍ୱାମୀ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଘରୋଇ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ଏହି ସେଲିବ୍ରିଟି କପଲ୍ ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ପରସ୍ପରଠାରେ ଖୁସି ନ ପାଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଅନୁଭବ ନାନା ଅଭିଯୋଗ ଆଣି ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବେଳେ, ସ୍ୱାମୀଙ୍କୁ ମଦ୍ୟପ ଦର୍ଶାଇ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ବର୍ଷା। […]

author-image
Pragnya Choudhury
ଅଦ୍ୟତନ ହୋଇଛି
ନିମ୍‌ପୁରରୁ ନବୀନ ନିବାସ ବାହାରିଲେ ବର୍ଷା

BARSHA

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିକଟରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବଂ ତାଙ୍କ ସ୍ୱାମୀ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଘରୋଇ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ଏହି ସେଲିବ୍ରିଟି କପଲ୍ ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ପରସ୍ପରଠାରେ ଖୁସି ନ ପାଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଅନୁଭବ ନାନା ଅଭିଯୋଗ ଆଣି ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବେଳେ, ସ୍ୱାମୀଙ୍କୁ ମଦ୍ୟପ ଦର୍ଶାଇ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ବର୍ଷା। ଏହା ସହ ସୋଶାଲ ମିଡିଆରେ ମଧ୍ୟ ପରସ୍ପରକୁ ଟାର୍ଗେଟ୍ କରି ବିବାଦରେ ଫସିଥିଲେ ଉଭୟ।

Advertisment

ତେବେ ସ୍ୱାମୀ-ସ୍ତ୍ରୀଙ୍କ କଳି ଯାହା ହେଉନା କାହିଁକି ଉଭୟଙ୍କ ମାମଲା ଏବେ କୋର୍ଟଙ୍କ ନିକଟରେ ରହିଛି। ଏପଟେ କିନ୍ତୁ ବର୍ଷା ନିଜ ଖୁସିର ବ୍ୟବସ୍ଥା ଆରମ୍ଭ କରିଦେଲେଣି। କୁହାଯାଏ ନା, ମାନବ ସେବା ହିଁ ଇଶ୍ୱର ସେବା। ଏଣୁ ଅସଜଡ଼ା, ଅସନ୍ତୁଷ୍ଟ ବୈବାହିକ ସମ୍ପର୍କର ଭବିଷ୍ୟତ କୋର୍ଟଙ୍କ ଉପରେ ଛାଡ଼ିଦେଇ ବର୍ଷା ସାମାଜିକ କାର୍ଯ୍ୟରେ ମନ ଲଗାଉଛନ୍ତି। 'ସମ୍ମାନିତ' ସଂସ୍ଥା ଗଢ଼ି ସମାଜରେ ଦୁଃଖି, ବେସାହାରା ତଥା ଅବହେଳିତ ଲୋକଙ୍କୁ ସାହାଯ୍ୟ କରି ନିଜ ସୁଖ ଖୋଜୁଛନ୍ତି ଓଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ।

ଏନେଇ ବର୍ଷା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସେ ଏକାଧିକ ଟ୍ୱିଟ କରି ନିଜ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, କିଛି ବର୍ଷ ପୂର୍ବେ ଆଜିର ତାରିଖରେ 'ସମ୍ମାନିତ'ର ପରିକଳ୍ପନା କରିଥିଲି, ଯାହା ଏବେ ପୂରଣ ହୋଇଛି। ସେ ତାଙ୍କ ଟିମ୍ ସାହାଯ୍ୟରେ ସମାଜର ସହାୟତା ଆବଶ୍ୟକ କରୁଥିବା ଲୋକମାନଙ୍କୁ ସହାୟତା କରି ନିଜର ସ୍ୱପ୍ନକୁ ସାକାର କରିପାରିଛନ୍ତି।

Advertisment


ବର୍ଷା ପୁଣି କହିଛନ୍ତି, ଏ ପର୍ଯ୍ୟନ୍ତ ଆମ ପାଇଁ ଏହା ସହଜ ରାସ୍ତା ନ ଥିଲା। ତଥାପି ବର୍ଷକୁ ବର୍ଷ ଆମେ ଆଗକୁ ବଢ଼ୁଛୁ। ମାନବିକତାର ଏହି ମିଶନରେ ତାଙ୍କୁ ସହଯୋଗ କରିଥିବା 'ସମ୍ମାନିତ' ସଂସ୍ଥାର ପ୍ରତ୍ୟେକ ସଦସ୍ୟଙ୍କୁ ସେ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ଦୁଃଖିଙ୍କ ଚେହେରାରେ ହସ ଫୁଟାଇବାକୁ ଲକ୍ଷ୍ୟ ରଖି ଜୀବନ ପଥରେ ଆଗେଇ ଯିବାକୁ ଚେଷ୍ଟା କରୁଛନ୍ତି ବର୍ଷା।

Anubhav Mohanty