Advertisment

ସୁପ୍ରିୟାଙ୍କୁ ଏମିତି ଦଣ୍ଡ ଦେଉଥିଲେ ମାଆ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ସୁପ୍ରିୟା। ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଲଭ୍‌ ପାଇଁ କୁଛ୍ ଭି କରେଗା’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କୁ ବାବୁସାନ୍‌ଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଗୁଜରାଟ ଭଦୋଦରାରେ ଜନ୍ମଗ୍ରହଣ କରିଥିବା ସୁପ୍ରିୟା ଏବେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ କୁରୁଛନ୍ତି। ୨୦୧୪ରେ ଭୁବନେଶ୍ୱରକୁ ପାଠପଢ଼ା ସମ୍ପର୍କିତ କିଛି କାର୍ଯ୍ୟରେ ଆସିଥିବା ବେଳେ ସୁପ୍ରିୟା ‘ମିସ୍‌ ଓଡ଼ିଶା’ ବିୟୁଟି ପ୍ୟାଜେଣ୍ଟ୍‌ ଭାଗ ନେଇଥିଲେ ଓ ଦ୍ୱିତୀୟ […]

ସୁପ୍ରିୟାଙ୍କୁ ଏମିତି ଦଣ୍ଡ ଦେଉଥିଲେ ମାଆ!

491338787-pavani_6

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ସୁପ୍ରିୟା। ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଲଭ୍‌ ପାଇଁ କୁଛ୍ ଭି କରେଗା’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କୁ ବାବୁସାନ୍‌ଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା।

Advertisment

publive-imageଗୁଜରାଟ ଭଦୋଦରାରେ ଜନ୍ମଗ୍ରହଣ କରିଥିବା ସୁପ୍ରିୟା ଏବେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ କୁରୁଛନ୍ତି। ୨୦୧୪ରେ ଭୁବନେଶ୍ୱରକୁ ପାଠପଢ଼ା ସମ୍ପର୍କିତ କିଛି କାର୍ଯ୍ୟରେ ଆସିଥିବା ବେଳେ ସୁପ୍ରିୟା ‘ମିସ୍‌ ଓଡ଼ିଶା’ ବିୟୁଟି ପ୍ୟାଜେଣ୍ଟ୍‌ ଭାଗ ନେଇଥିଲେ ଓ ଦ୍ୱିତୀୟ ରନର ଅପ୍‌ ହୋଇଥିଲେ। ଏହାପରେ ତାଙ୍କୁ ଓଲିଉଡରେ କାମ କରିବାର ସୁଯୋଗ ମିଳିଥିଲା। ପ୍ରଥମ ଫିଲ୍ମରେ ତାଙ୍କର ନିଆରା ଅନ୍ଦାଜ୍‌ ଏବଂ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ବେଶ୍ ଭଲ ଲାଗିଥିଲା। ତେବେ ପରଦା ଉପରେ ଏତେ ସୁନ୍ଦର ଅଭିନୟ କରିପାରୁଥିବା ଏହି ଅଭିନେତ୍ରୀଙ୍କୁ ଛୁଆବେଳେ ତାଙ୍କ ମା’ ବି ଭାରି ନିଆରା ଦଣ୍ଡ ଦେଉଥିଲେ।

publive-imageଏକ ସାକ୍ଷାତକାରରେ ସୁପ୍ରିୟା ତାଙ୍କ ପିଲାଦିନ କଥା ଶେଆର କରିଥିଲେ। ସେ କହିଥିଲେ,“ପିଲାଦିନେ ମୋ ମାଆ ମୋତେ ପାଠ ନପଢ଼ିଲେ ଦଣ୍ଡ ଦେଉଥିଲେ। ମା’ ମୋତେ ଛିଣ୍ଡା ଡ୍ରେସ୍‌ ପିନ୍ଧାଇ ଘର ବାହାରେ ଯାଇ ଗୋଡ଼ି ଗୋଟାଇବାକୁ କହୁଥିଲେ। ଆଉ ମୁଁ ମାଆଙ୍କୁ ଡରି ଗୋଡ଼ି ଗୋଟାଉଥିଲି। ତେବେ ମୋତେ ସେତେବେଳେ ଭାରି ଲାଜ ବି ମାଡ଼ୁଥଲା। କାରଣ ପାଖ ପଡ଼ୋଶୀ ମୋତେ ଦେଖୁଥିଲେ।”

Advertisment

ସେ ଆହୁରି କହିଥିଲେ,“ମୁଁ ଏ ଦଣ୍ଡକୁ ଜୀବନ ସାରା ଭୁଲି ପାରିବି ନାହିଁ। ଏବେ ସେ ଦିନର କଥା ଭାବିଲେ ହସ ଲାଗୁଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe