jhilik
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକାଠି ହୋଇଛନ୍ତି ଓଲିଉଡ୍ର ସବୁ ସୁନ୍ଦରୀ। ନିକଟରେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ଘରେ ହିରୋଇନ୍ଙ୍କ ଗହଳି ଜମିଥିଲା। ଏହାର ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ହେଲେ ଏମାନେ ଲକ୍ଡାଉନ୍ ସମୟରେ ଏମିତି ଏକାଠି ହେବାର କାରଣ କ’ଣ? କଥା ହେଉଛି ଝିଲିକ୍ ଏହି ଅଭିନେତ୍ରୀମାନଙ୍କୁ ତାଙ୍କ ବାହାଘରର ସେଲିବ୍ରେସନ୍ ପାଇଁ ଡାକିଥିଲେ।
ଚଳିତ ବର୍ଷ ମାର୍ଚ୍ଚ ୧୧ତାରିଖରେ ଝିଲିକ୍ ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ବିବାହ କରିଥିଲେ। କିନ୍ତୁ ତା’ପରେ ଲକ୍ଡାଉନ୍ ପାଇଁ ସେ ଫିଲ୍ମ ଜଗତର କଳାକାରଙ୍କ ସହ ସେଲିବ୍ରେସନ୍ କରିପାରି ନ ଥିଲେ। ସେଥିପାଇଁ ଝିଲିକ୍ ଗତ ୧୯ତାରିଖ ଦିନ ଓଲିଉଡ୍ର କିଛି କଳାକାରଙ୍କୁ ତାଙ୍କ ଘରକୁ ଡାକିଥିଲେ ଓ ସେଲିବ୍ରେସନ୍ କରିଥିଲେ।
ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ, ପୁନମ୍, ନିହାରିକା, ଶିବାନୀ, ଭୂମିକା, ଦେବଜାନୀ, ରିଲା, ପ୍ରିୟା ଓ ଅନିଶା ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ଶୁଭାଶିଷ ବି ଏହି ସେଲିବ୍ରେସନ୍ରେ ସାମିଲ୍ ହୋଇଥିଲେ। ଏହାର ଫଟୋକୁ ଏହି କଳାକାରମାନେ ସେମାନଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ଶେଆର କରିଛନ୍ତି। ଝିଲିକ୍ ମଧ୍ୟ ଇନ୍ଷ୍ଟାଗ୍ରାମରେ ଫଟୋ ଶେଆର କରିଛନ୍ତି।
/odisha-reporter/media/post_attachments/wp-content/uploads/2020/06/olly-2.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/jhilik.jpg)